ହାଜତ ମୃତ୍ୟୁ ଘଟଣାରେ ଗର୍ଜିଲା ବିଜେପି
Advertisement
Article Detail0/zeeodisha/odisha790259

ହାଜତ ମୃତ୍ୟୁ ଘଟଣାରେ ଗର୍ଜିଲା ବିଜେପି

ହାଜତ ମୃତ୍ୟୁ (Custodial death) ଘଟଣାରେ ଗର୍ଜିଲା ବିଜେପି (BJP)। ରାଜ୍ୟ ରାଜଧାନୀ (State Capital)ର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଠିକ ତଦନ୍ତ ଓ ନ୍ୟାୟ ପାଇଁ ଦାବି କରିଛି ବିଜେପି (BJP) ଭୁବନେଶ୍ବର (Bhubaneswar) ଜିଲ୍ଲା ସଂଗଠନ । ଆନ୍ଦୋଳନ କରି ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ

ହାଜତ ମୃତ୍ୟୁ ଘଟଣାରେ ଗର୍ଜିଲା ବିଜେପି

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ହାଜତ ମୃତ୍ୟୁ (Custodial death) ଘଟଣାରେ ଗର୍ଜିଲା ବିଜେପି (BJP)। ରାଜ୍ୟ ରାଜଧାନୀ (State Capital)ର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଠିକ ତଦନ୍ତ ଓ ନ୍ୟାୟ ପାଇଁ ଦାବି କରିଛି ବିଜେପି (BJP) ଭୁବନେଶ୍ବର (Bhubaneswar) ଜିଲ୍ଲା ସଂଗଠନ । ଆନ୍ଦୋଳନ କରି ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି କରିଥିଲା ଦଳ । 

ଦଳୀୟ କର୍ମୀ, ନେତା, ଯୁବ ଓ ଛାତ୍ର ସଂଗଠନ ସମେତ ମହିଳା କର୍ମୀ ଏକତିତ୍ର ହୋଇ ଏହାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ବିଧାନସଭା ଅଭିମୁଖେ ଯିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ଓ ଠେଲପେଲା ହୋଇ ଶତାଧିକ କର୍ମୀଙ୍କୁ ଅଟକ ରଖାଯାଇଥିଲା । ରାଜ୍ୟରେ ପୁରୀ ଓ ବୀରମିତ୍ରପୁରରେ ହାଜତ ମୃତ୍ୟୁ ତଥା ପୋଲିସ ହେପାଜତରେ ଦୁଇ ଦୁଇଟି ଅସ୍ଵଭାଵିକ ମୃତ୍ୟୁକୁ ନେଇ ଦଳ ଘୋର ନିନ୍ଦା କରିଛି । 

ସରକାର ଓ ପୋଲିସ ପ୍ରଶାନ ବିରୋଧରେ ନାରା ବାଜି କରିବା ସହ ପୁରୀରେ ହାଜତ ମୃତ୍ୟୁକୁ କଳା ଦିବସ ଆଖ୍ୟା ଦେଇଛି ଏବଂ ଏହି ଉଭୟ ସ୍ଥାନରେ ନ୍ୟାୟ ଦାବି କରିଛି । ଏହାସହ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ଗିରଫ କରିବାକୁ ଦାବୀ କରିଛନ୍ତି ବିଜେପି ନେତା ବାବୁ ସିଂ । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି କହିଛନ୍ତି ।