ରାଉରକେଲା (ସୁଶାନ୍ତ ଦାଶ): ମହାମହିମ ରାଷ୍ଟ୍ରପତି (President Of India) ଦ୍ରୌପଦୀ ମୁର୍ମୁଙ୍କ (Droupadi Murmu) ପ୍ରତି ଚାମଚା ଶବ୍ଦ ପ୍ରୟୋଗ କଂଗ୍ରେସ (Congress) ନେତା ଉଦିତ ରାଜଙ୍କୁ (Udit Raj) ମହଙ୍ଗା ପଡିଛି। ରବିବାର ରାଉରକେଲା (Rourkela) ଗସ୍ତ କାର୍ଯ୍ୟକ୍ରମ ସମୟରେ ବିଜେପି (BJP) ପକ୍ଷରୁ ଅଣ୍ଡା ମାଡ ସହିତ କରାଯାଇଛି ଜୋରଦାର ବିରୋଧ। ତେବେ ଗୋଟେପଟେ ଉଦିତ ରାଜ୍ (Udit Raj) କ୍ଷମା ପ୍ରାର୍ଥନା ନ କଲା ପର୍ଯ୍ୟନ୍ତ ତାଙ୍କୁ ବିରୋଧ କରାଯିବ ବୋଲି ବିଜେପି (BJP) କହିଛି। ଅନ୍ୟପଟେ ମହାମହିମ ରାଷ୍ଟ୍ରପତିଙ୍କୁ (President) କହିଥିବା କଥାରେ କିଛି ଭୁଲ୍ ନାହିଁ ବୋଲି ପୁଣି କହିଛନ୍ତି ଉଦିତ ରାଜ୍ (Udit Raj)।


COMMERCIAL BREAK
SCROLL TO CONTINUE READING

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଭରିବା ଦିନଠାରୁ ବିଭିନ୍ନ ସମୟରେ ରହିଛନ୍ତି ଚର୍ଚ୍ଚାରେ। କଂଗ୍ରେସର ବହୁ ନେତା ରାଷ୍ଟ୍ରପତିଙ୍କୁ ନେଇ ବାରମ୍ବାର ଦେଉଛନ୍ତି ବିଭିନ୍ନ କଟୁ ମନ୍ତବ୍ୟ। ଯାହାକୁ ବିଜେପି ପକ୍ଷରୁ କରାଯାଉଛି ବିରୋଧ। ତେବେ ଗତ କିଛିଦିନ ପୂର୍ବେ ଦେଶବାସୀ ଗୁଜରାଟର ଲୁଣ ଖାଉଥିବା ନେଇ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ନେଇ କଂଗ୍ରେସର ବରିଷ୍ଟ ନେତା ଉଦିତ ରାଜଙ୍କ ଚାମଚା ଉକ୍ତି ଉପରେ ତୀବ୍ର ପ୍ରତିକ୍ରିୟା ରଖିଚି ବିଜେପି। ଯାହାକୁ ନେଇ ବିଜେପି ପକ୍ଷରୁ ଉଦିତ ରାଜଙ୍କ ଦଳରୁ ବହିଷ୍କାର ଦାବି ହୋଇଥିବା ବେଳେ, ରାଉରକେଲା ଗସ୍ତ ସମୟରେ କରାଯାଇଛି ଜୋରଦାର ବିରୋଧ। 


ରବିବାର ରାଉରକେଲାରେ ରାଜ୍ୟସ୍ତରୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଜାତୀୟ ଅଧ୍ୟକ୍ଷ ଉଦିତ ରାଜ୍, ଉପାଧ୍ୟକ୍ଷ ସଞ୍ଜୟ ଗାବା ଏବଂ ଜାତୀୟ ଓ ରାଜ୍ୟ ସ୍ତରୀୟ ବହୁ ବରିଷ୍ଠ ନେତା ଆସିଥିବା ବେଳେ ଉଦିତ ରାଜଙ୍କୁ ବିରୋଧ କରିବା ସହିତ ଅଣ୍ଡା ମାଡ ଓ କଳା ପତାକା ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ। ଏପରିକି ସଭାସ୍ଥଳରୁ ବ୍ୟାନର, ପୋଷ୍ଟର ଫାଡ଼ି ଜାଳିବା ସହିତ ସଭାସ୍ଥଳକୁ ଉଦିତଙ୍କୁ ପୁରାଇ ନ ଦେବାକୁ ପ୍ରୟାସ କରିଥିଲେ ବିଜେପି କର୍ମୀ।


ପୋଲିସ ବିଜେପି କର୍ମୀଙ୍କୁ ଗିରଫ କରିବା ପରେ ସଭାକାର୍ଯ୍ୟ ହୋଇଥିଲା। ଅନ୍ୟପଟେ ନିଜ ଉକ୍ତି କୁ ନେଇ ଉଦିତ ରାଜ୍ କିଛି ଭୁଲ କହିନଥିବା ନେଇ ପୁନର୍ବାର କହିଥିବା ବେଳେ,କଂଗ୍ରେସ ର ପୁନରୁତ୍ଥାନ ଦେଖି ବିଜେପି ଡରୁଥିବା ଓ ଲୋକଙ୍କୁ ଦେଶର ପ୍ରମୁଖ ମୂଦ୍ଦା ରୁ ଦୂରେଇ ରଖିବାକୁ ଏସବୁ କରୁଥିବା ନେଇ ପ୍ରତ୍ୟାକ୍ଷେପ କରିଛି କଂଗ୍ରେସ। 


ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଚାମଚା ଶବ୍ଦ ପ୍ରୟୋଗ କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ୁଥିବା ବେଳେ,ଏହାକୁ ରାଜନୈତିକ ମୁଦ୍ଦା କରିଛି ବିଜେପି। 


ଅଧିକ ପଢନ୍ତୁ: Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ


ଅଧିକ ପଢନ୍ତୁ: ରାଜଧାନୀରେ ଭାଙ୍ଗିଲା ୫୩ ବର୍ଷର ରେକର୍ଡ: ଆଗକୁ ଭୟଙ୍କର ହେବକି ସ୍ଥିତି, ଜାଣନ୍ତୁ କଣ କାରଣ !


ଅଧିକ ପଢନ୍ତୁ: Archana Nag Blackmailing Case: ଦୁଇ ଦିନ ପରେ ନୀରବତା ଭାଙ୍ଗି ମାପିଜୁପି ଉତ୍ତର ରଖିଲା କମିଶନରେଟ୍ ପୋଲିସ