Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ
Advertisement
Article Detail0/zeeodisha/odisha1387320

Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ

Zee Odisha News impects: ବିଦ୍ୟାଳୟ ଶିକ୍ଷା ମନ୍ଦିର ହେଲେ ଶିକ୍ଷକ ହେଉଛନ୍ତି ଦେବତା! ମାଟିକୁ ପିଟି ପିଟି କୁମ୍ଭାରଟିଏ ତାହାରୁ ସୁନ୍ଦର ହାଣ୍ଡିର ରୂପ ଦେଇ ଥାଏ। ଆଉ ଏଥିପାଇଁ ସେ ଟିକିଏ ସମ୍ମାନ ଆଉ କିଛି ପେଟପାଟଣା ପାଇଁ ଅର୍ଥ ପାଇ ଥାଏ। ଠିକ ସେହି ଭଳି ଶିକ୍ଷକ ମଧ୍ୟ ବିଦ୍ୟାଳୟରେ ପିଲାର ଅଳି ଅଝଟ ସହି ତାକୁ ସମାଜରେ ଭଲ ମଣିଷ କରି ଗଢିତୋଳି ଥାନ୍ତି। ହେଲେ ସେହି ଶିକ୍ଷକଙ୍କ ଦରମା ହଡପ ହେବା ଭଳି ସାଂଘାତିକ ଅଭିଯୋଗ ଆସିଛି। 

Zee Odisha Newsର ମହାପ୍ରଭାବ: ମ୍ୟାଡମ କେତେ ବାଟ ଯିବେ, ଛାଡ଼ିବନି ଭିଜିଲାନ୍ସ

Kalahandi Teacher Salary, କଳାହାଣ୍ଡି: କଳାହାଣ୍ଡି ଶିକ୍ଷକଙ୍କ ଦରମା ଜାଲିଆତି ମାମଲାରେ Zee Odisha Newsର ମହାପ୍ରଭାବ ପଡିଛି। Zee Odisha Newsରେ ଖବର ପ୍ରସାରିତ ହେବା ପରେ ଭିଜିଲାନ୍ସ ମାମଲାର ତଦନ୍ତ ଭାର ହାତକୁ ନେଇଛି। ଆକାଉଣ୍ଟଟ ସୁଚିଶ୍ମିତା ସୁଆରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଶିକ୍ଷା ବିଭାଗେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି। ଶନିବାର Zee Odisha Newsରେ ଶିକ୍ଷକଙ୍କ ଦରମା ଜାଲିଆତି ନେଇ ଖବର ପ୍ରସାରଣ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଆକାଉଣ୍ଟଟ ସୁଚିଶ୍ମିତା ସୁଆରଙ୍କୁ ଗିରଫ କରାଯାଇନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କଳାହାଣ୍ତି ଜିଲ୍ଲାର ଭାବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହୋଇଥିଲା। ଫଳରେ ଶିକ୍ଷକମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱରାସ୍ତ ହୋଇଥିଲେ। ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିଥିଲେ। ବ୍ୟାଙ୍କରେ ଟଙ୍କା ଡିପୋଜିଟ କରାଯାଇଥିବା ଆକାଉଣ୍ଟଟାଣ୍ଟ ସୁଚିଶ୍ମିତା ସ୍ଵାର କହିଥିସଲେ। କିନ୍ତୁ ଶିକ୍ଷକମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ। ହେଲେ କେବଳ ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇ ନଥିବା ନେଇ ବ୍ୟାଙ୍କ କର୍ମଚାରୀ ସୂଚନା ଦେଇଥିଲେ।

Also Read: Teacher Salary: ଜାଲିଆଙ୍କ ଜାଲରେ ଶିକ୍ଷା ବିଭାଗ, ୧୨୩ ଶିକ୍ଷକଙ୍କ ଦରମା ଧରି ମହିଳା ଆକାଉଣ୍ଟାଣ୍ଟ ଫେରାର

ବ୍ୟାଙ୍କ କର୍ମଚାରୀଙ୍କ କଥା ଶୁଣିବା ପରେ ଶିକ୍ଷକଙ୍କ ମନରେ ସନ୍ଧେହକୁ ଆହୁରୀ ଦୃଢ଼ୀଭୂତ କରିଥିଲା। ଏହାସହ ବ୍ୟାଙ୍କରୁ ମିଳିଥିବା ତଥ୍ୟ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଜାଲିଆତିକୁ ପଦାରେ ପକାଇ ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କକୁ ଦେଇଥିବା କାଗଜପତ୍ରରେ ବିଗତ ୪ ମାସ ତଳେ ଅବସର ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଦସ୍ତଖତ ରହିଛି। ତେବେ ବ୍ୟାଙ୍କରେ ଜମା କରାଯାଇଥିବା କାଗଜପତ୍ରରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଦସ୍ତଖତ କିଭଳି ରାହିଲା ତାହା ତଦନ୍ତ ସାପେକ୍ଷ।

ଏନେଇ ବ୍ଲକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ତଦନ୍ତ ଆରମ୍ଭରୁ ହିଁ ଆକାଉଣ୍ଟଟାଣ୍ଟ ସୁଚିଶ୍ମିତା ସ୍ୱାର ଫେରାର ମରିଥିବାବେଳେ ବ୍ଲକ ଶିକ୍ଷା ଅଧିକାରୀ ଆକାଉଣ୍ଟଟେଣ୍ଡଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଏନେଇ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ପଚାରିବାରୁ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା କହିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।