ରାଜଧାନୀରେ ଭାଙ୍ଗିଲା ୫୩ ବର୍ଷର ରେକର୍ଡ: ଆଗକୁ ଭୟଙ୍କର ହେବକି ସ୍ଥିତି, ଜାଣନ୍ତୁ କଣ କାରଣ !
Advertisement

ରାଜଧାନୀରେ ଭାଙ୍ଗିଲା ୫୩ ବର୍ଷର ରେକର୍ଡ: ଆଗକୁ ଭୟଙ୍କର ହେବକି ସ୍ଥିତି, ଜାଣନ୍ତୁ କଣ କାରଣ !

ଆସନ୍ତାକାଲି ଠାରୁ ଦିଲ୍ଲୀ ଓ ଏନସିଆରରେ ବର୍ଷା ହେବ ନାହିଁ। ଗତକାଲି ଆମ ଷ୍ଟେସନ ମୟୂର ବିହାରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ରାଜଧାନୀରେ ଭାଙ୍ଗିଲା ୫୩ ବର୍ଷର ରେକର୍ଡ: ଆଗକୁ ଭୟଙ୍କର ହେବକି ସ୍ଥିତି, ଜାଣନ୍ତୁ କଣ କାରଣ !

ନୂଆଦିଲ୍ଲୀ: ଏବେ ଦେଶରୁ ଫେରୁଛି ମୌସୁମୀ ବାୟୁ। ଫଳରେ ଏହାର ପ୍ରଭାବରେ ଦେଶରେ ଲଗାଣ ବର୍ଷା ଜାରି ରହିଛି। ରାଜ୍ୟରେ ବର୍ଷା ହେଉଥିବା ବେଳେ ଏବେ ରାଜଧାନୀରେ ଦିଲ୍ଲୀରେ ମଧ୍ୟ ବର୍ଷା ଜାରି ରହିଛି। ବିଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଛି। ବର୍ଷା ରାଜଧାନୀ ଦିଲ୍ଲୀରେ ବର୍ଷା ବନ୍ଦ ହେବାର ନାଁ ନେଉନାହିଁ। ଫଳରେ ରାଜରାସ୍ତା ଗୁଡ଼ିକ ଜଳମଗ୍ନ ହେବାରେ ଲାଗିଛି। ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି। ବର୍ଷା ସହିତ ହାଲୁକା ହାଲୁକା ପବନ ମଧ୍ୟ ହେଉଥିବା କାରଣରୁ ବାୟୁରେ ପ୍ରଦୂଷଣର ମାତ୍ରା ମଧ୍ୟ କମିଛି। 

ସେପଟେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ଦିଲ୍ଲୀ ଏନସିଆରର ପାଣିପାଗ ବିଷୟରେ ସୂଚନା ଦେଇ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମାନି କହିଛନ୍ତି ଯେ ଆସନ୍ତାକାଲି ଠାରୁ ଦିଲ୍ଲୀ ଓ ଏନସିଆରରେ ବର୍ଷା ହେବ ନାହିଁ। ସେ କହିଛନ୍ତି ଯେ ଗତକାଲି ଆମ ଷ୍ଟେସନ ମୟୂର ବିହାରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଦିଲ୍ଲୀରେ ଗତ ଦୁଇ ଦିନର ବର୍ଷା ହେତୁ ଶନିବାର ଦିନ ତାପମାତ୍ରା ୧୦ ଡିଗ୍ରୀ ହ୍ରାସ ପାଇଛି। ଅକ୍ଟୋବରର ମାତ୍ର ଦୁଇ ଦିନରେ ସାଧାରଣ ବୃଷ୍ଟିପାତର ଦୁଇଗୁଣ ରେକର୍ଡ କରାଯାଇଛି। ଅକ୍ଟୋବରରେ ସାଧାରଣତଃ ୨୮ ମିଲିମିଟର ବର୍ଷା ହୁଏ, କିନ୍ତୁ ଅକ୍ଟୋବର ୭ ଏବଂ ୮ ପର୍ଯ୍ୟନ୍ତ ୫୬ ମିଲିମିଟର ବର୍ଷା ହୋଇଛି।

ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମାନି କହିଛନ୍ତି ଯେ ଗତକାଲି ରାଜସ୍ଥାନର ଭାରତପୁର ଏବଂ ଅଲୱାରରେ ସର୍ବାଧିକ ବର୍ଷା ହୋଇଛି। ଅକ୍ଟୋବର ୮ରେ ଦିଲ୍ଲୀରେ ଦିନ ଏବଂ ରାତିର ତାପମାତ୍ରା ମଧ୍ୟରେ ପାର୍ଥକ୍ୟ ଗତ ୫୩ ବର୍ଷର ରେକର୍ଡ ଭାଙ୍ଗିଛି। ଆଜି ଦିଲ୍ଲୀରେ କେବଳ ଝିପି ଝିପି ବର୍ଷା ହେବ ଏବଂ ଆସନ୍ତାକାଲି ଠାରୁ ବର୍ଷା ହେବ ନାହିଁ। ସେ କହିଛନ୍ତି ଯେ ବର୍ଷା ଯୋଗୁଁ ଦିଲ୍ଲୀର ବାୟୁରେ ପ୍ରଦୂଷଣ ମାତ୍ରା କମ ରହିଛି।