• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /City News
  • /ପୁଣି ଗଲା ୭ ଜୀବନ, ୫ ବର୍ଷର ବାଳକର ମୁଣ୍ଡ ନେଲା କୋରୋନା

ପୁଣି ଗଲା ୭ ଜୀବନ, ୫ ବର୍ଷର ବାଳକର ମୁଣ୍ଡ ନେଲା କୋରୋନା

୫ ବର୍ଷୀୟ ଶିଶୁର ଜୀବନ ନେଲା କୋରୋନା

Edited ByZee Odisha Desk
Published: Jul 28, 2020, 11:07 AM IST|Updated: Jul 28, 2020, 11:07 AM IST
joinshare
ପୁଣି ଗଲା ୭ ଜୀବନ, ୫ ବର୍ଷର ବାଳକର ମୁଣ୍ଡ ନେଲା କୋରୋନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha News: ପୋଖରୀ ଭିତରେ ପଶିଗଲା ଟ୍ରାକ୍ଟର, ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

    Odisha News: ପୋଖରୀ ଭିତରେ ପଶିଗଲା ଟ୍ରାକ୍ଟର, ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

    2

    ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ପରିଚୟ ପତ୍ର, ହେବ ଏଗ୍ରିଷ୍ଟାକ୍ ଆଇଡି

    3

    ଜାତିର ବନ୍ଧନ ଭାଙ୍ଗି ବିବାହ କଲେ ମିଳିବ ଆର୍ଥିକ ସହାୟତା! କେମିତି ପାଇବେ ଜାଣନ୍ତୁ...

    4

    କଳାହାଣ୍ଡିର ଲୁପ୍ତପ୍ରାୟ ହସ୍ତତନ୍ତକୁ ମିଳିବ ନୂଆ ପରିଚୟ! ‘ହାବସପୁରୀ ୱିଭିଂ’ର ପ୍ରଥମ ପୋଷ୍ଟର ରିଲ

    5

    Gold Rate Today: ଆଜି ବଢ଼ିଲା ସୁନା ଦର, ଓଡ଼ିଶାରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ...

    ଭୁବନେଶ୍ୱର: ପୁଣି ରାଜ୍ୟରେ ୭ ମୁଣ୍ଡ ନେଇଛି କୋରୋନା। ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ମୁଣ୍ଡ ଗଞ୍ଜାମ ଜିଲ୍ଲାରେ କୋରୋନା ନେଇଥିବା ବେଳେ ଭୁବନେଶ୍ୱରରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଇବାରେ ଲାଗିଛି। 

    ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ୬ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ୫ ବର୍ଷୀୟ ପୁତ୍ର ସନ୍ତାନର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ାରୁ ଦୁଇ ଜଣ, କଟକ ଓ ଭୁବନେଶ୍ୱରରେ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। 

    ଗଞ୍ଜାମ ଜିଲ୍ଲରେ ୩ ଜଣ ମୃତକଙ୍କ ମଧ୍ୟରେ ପୁରୁଷ ରହିଛନ୍ତି। ଗଞ୍ଜାମରେ ୫୫,୫୬ ଓ ୩୯  ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ରାୟଗଡ଼ା ଜିଲ୍ଲାରେ ୭୨ ଓ ୩୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। କଟକରେ ଜଣେ ୪୫ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ   ଭୁବନେଶ୍ୱରରେ ଜଣେ ୫ ବର୍ଷୀୟ ପୁତ୍ର ସନ୍ତାନଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। 

    ସେପଟେ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮୨ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୮ ଜଣଙ୍କର, କଟକରେ ୧୦ଜଣଙ୍କର, ଗଜପତିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ୱର ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ଝାରସୁଗୁଡ଼ା, ନୟାଗଡ଼, କନ୍ଧମାଳ, ମାଲକାନଗିରି ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

    Add Zee News as a Preferred Source
    TAGS:
    Odisha
    Ganjam
    Rayagada
    Bhubaneswar
    Corona
    death