ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ
Advertisement

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ

ମହାମାରୀ କାରଣରୁ କଳା ପରୀକ୍ଷାରେ ବିଭ୍ରାଟ ଦେଖାଦେଇଥିଲା । ସମସ୍ୟା ମଧ୍ୟରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଖାତା ଦେଖିବା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ତାହାରି ମଧ୍ୟରେ ଖାତା ଦେଖା ଦେଇଥିଲା । 

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା କାଲି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନ ୪ଟାରେ ଫଳ ବାହାରିବା ନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଚଳିତ ଥର ୨ ଲକ୍ଷ ୨୦ ହଜାର ୪୩୭ ଜଣ ଛାତ୍ରଛାତ୍ରୀ କଳା ବିଭାଗରେ ପରୀକ୍ଷା ଦେଇଥିଲେ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । 

ତେବେ ମହାମାରୀ କାରଣରୁ କଳା ପରୀକ୍ଷାରେ ବିଭ୍ରାଟ ଦେଖାଦେଇଥିଲା । ସମସ୍ୟା ମଧ୍ୟରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଖାତା ଦେଖିବା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ତାହାରି ମଧ୍ୟରେ ଖାତା ଦେଖା ଦେଇଥିଲା । ତେବେ ପୂର୍ବରୁ ଅଗଷ୍ଟ ମାସ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାରିବା ନେଇ ମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ସିଏଚଏସଇ ଦୁଇ କର୍ମଚାରୀ କୋରୋନା ସଂକ୍ରମିତ ହୋଇଯିବାରୁ ଫଳ ବାହାରିବା ନେଇ ବିଳମ୍ୱ ହୋଇଥିଲା । ଏହା ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟର ଫଳ ବାହାରି ସାରିଛି ।