ପିପିଲି ଉପନିର୍ବାଚନ: ନବୀନଙ୍କ ବିରୋଧରେ ମେଣ୍ଟ ସଜାଡି଼ବେ ପୁରନ୍ଦେଶ୍ୱରୀ !
Advertisement
Article Detail0/zeeodisha/odisha786797

ପିପିଲି ଉପନିର୍ବାଚନ: ନବୀନଙ୍କ ବିରୋଧରେ ମେଣ୍ଟ ସଜାଡି଼ବେ ପୁରନ୍ଦେଶ୍ୱରୀ !

 ପିପିଲିରେ ବିଧାୟକ ଉପ ନିର୍ବାଚନ (Pipili Bypoll) ରହିଥିବା ବେଳେ ୨୦୨୧ରେ ପୌର ନିର୍ବାଚନ (Municipality Election) ଓ ୨୦୨୨ରେ ପଞ୍ଚାୟତ ନିର୍ବାଚନ ରହିଛି । 

ପିପିଲି ଉପନିର୍ବାଚନ: ନବୀନଙ୍କ ବିରୋଧରେ ମେଣ୍ଟ ସଜାଡି଼ବେ ପୁରନ୍ଦେଶ୍ୱରୀ !

ଭୁବନେଶ୍ୱର: ନିକଟରେ ବିଜେପି (BJP) ର ଓଡ଼ିଶା (Odisha) ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇଛି । ଅରୁଣ ସିଂ (Arun Singh) ବଦଳରେ ଆନ୍ଧ୍ରପ୍ରଦେଶ (AndhraPradesh) ର ବରିଷ୍ଠ ବିଜେପି ନେତ୍ରୀ ଦଗୁବତ୍ତୀ ପୁରନ୍ଦରେଶ୍ୱରୀ (D Purandeswari) ଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (Bharatiya Janata Party) । ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି କେତେ ମାତ୍ରା ରାଜ୍ୟ ପାଇଁ ଫଳପ୍ରଦ ହେବ ତାହା ତ ସମୟ କହିବ । ତେବେ ପୁରନ୍ଦରେଶ୍ୱରୀ (D Purandeswari)ଙ୍କ ବ୍ୟତୀତ ବିଜୟପାଲ ସିଂହ ତୋମାରଙ୍କୁ ମଧ୍ୟ ସହ ପ୍ରଭାରୀ ଦାୟିତ୍ୱ ମିଳିଛି । 

ସେପଟେ ଆଗକୁ ରାଜ୍ୟରେ ପ୍ରମୁଖ ନିର୍ବାଚନ ମଧ୍ୟ ରହିଛି । ପିପିଲିରେ ବିଧାୟକ ଉପ ନିର୍ବାଚନ (Pipili Bypoll) ରହିଥିବା ବେଳେ ୨୦୨୧ରେ ପୌର ନିର୍ବାଚନ (Municipality Election) ଓ ୨୦୨୨ରେ ପଞ୍ଚାୟତ ନିର୍ବାଚନ ରହିଛି । ତେଣୁ ଏହି ନିର୍ବାଚନରେ ମହିଳା ପ୍ରଭାରୀଙ୍କ ଭୁମିକା କେତେ ଗୁରୁତ୍ତ୍ୱପୂର୍ଣ୍ଣ ତାହା ସମୟ କହିବ। କିନ୍ତୁ ଏହି ନିର୍ବାଚନ ପୂର୍ବରୁ ପ୍ରଭାରୀ ପରିବର୍ତ୍ତନ ନେଇ ବେଶ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । ଦୀର୍ଘ ୬ ବର୍ଷ ହେବ ଦାୟିତ୍ୱରେ ଥିବା ଅରୁଣ ସିଂହଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ୨୦୧୯ ସାଧାରଣ ନିର୍ବାଚନ (2019 General Election) ଲଢିଛି । ଏହାରି ମଧ୍ୟରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି । ଏପରିକି ଲୋକସଭା ନିର୍ବାଚନରେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରି ୮ ଆସନରେ ବିଜୟ ଲାଭ କରିଥିଲା । ତେବେ ଆଗାମୀ ସମୟ ପାଇଁ ଏହି ମହିଲା ପ୍ରଭାରୀ ରାଜ୍ୟ ବିଜେପି ପାଇଁ କେତେ ଲାଭୟ ଦାୟକ ହେବେ ତାହା ଭିନ୍ନ କଥା । 

ଯଦି ଆଗାମୀ ନିର୍ବାଚନ କଥା ଦେଖାଯାଏ, ତେବେ ପିପିଲି ବିଧାନସଭା ଉପନିର୍ବାଚନ ଦଳ ପାଇଁ ଗୁରୁତ୍ୱ ରଖେ । ଏହି କଥା ଏଇଥିପାଇଁ କହୁଛୁ, ବିଗତ ସାଧାରଣ ନିର୍ବାଚନକୁ ଦେଖିଲେ ବିଜେପି ବେଶ ଉନ୍ନତ ପ୍ରଦର୍ଶନ କରିଥିଲା । ମାତ୍ର ୧୫ ହଜାର ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲା ବିଜେପି । ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ୭୨,୭୩୧ ଖଣ୍ଡ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପ୍ରଦୀପ ମହାରଥୀଙ୍କ ଠାରୁ ମାତ୍ର ୧୫ ହଜାର ଖଣ୍ଡ ଭୋଟ ଦୂରରେ ରହିଥିଲେ ଆଶ୍ରିତ । ଏହି ସଂଖ୍ୟା କହୁଛି ଆଶ୍ରିତଙ୍କର ଲୋକପ୍ରିୟତା ଆଜି ବି ରହିଛି । 

ସେପଟେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ ସମ୍ବିତ ପାତ୍ର । ସମ୍ବିତ ମଧ୍ୟ ଖୁବ କମ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ତେବେ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲାଣି ବିଜେପି । ଅଘୋଷିତ ଭାବେ ସମ୍ବିତ ପାତ୍ର ପିପିଲି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକାର ପଦଯାତ୍ରା ଆରମ୍ଭ କରିଦେଲେଣି । ଲୋକମାନଙ୍କ ସହିତ ମିଶିବା, ସେମାନଙ୍କ ସହିତ ଯୋଡ଼ି ହେବା ଭଳି କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି । ଜନସମ୍ପର୍କ ଅଭିଯାନ ନାମରେ ଏହି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ସେ।ତେବେ ପିପିଲିରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ତ ନିର୍ବାଚନ ତାରିଖ ଘୋଷଣା ହେବ । କିନ୍ତୁ  ଉପନିର୍ବାଚନର ଢେର ପୂର୍ବରୁ ସମ୍ବିତ ପାତ୍ର ଓ ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦରେଶ୍ୱରୀଙ୍କ ତତ୍ୱାବଧାନରେ ପିପିଲିରେ ବିଜେପି ତାର ସଂଗଠନକୁ ଆହୁରି ମଜବୁତ କରିବାରେ ଲାଗିଛି । 

ସେପଟେ ପିପିଲି ବ୍ୟତୀତ ଆହୁରି ଦୁଇଟି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟରେ । ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ । ୨୦୧୭ ପଞ୍ଚାୟତ ନିର୍ବାଚନକୁ ଦେଖିଲେ ବେଶ ଭଲ ଫଳାଫଳ କରିଥିଲା ବିଜେପି । ସେହି ସମୟରେ ଓଡ଼ିଶାର ପ୍ରଭାରୀ ଦାୟିତ୍ୱରେ ରହିଥିଲେ ଅରୁଣ ସିଂହ । ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ରହିଛନ୍ତି ପୁରନ୍ଦରେଶ୍ୱରୀ । ତେବେ ପୌର ଓ ପଞ୍ଚାୟତ ନିର୍ବାଚନ ପୁରନ୍ଦରେଶ୍ୱରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । କାରଣ ପୁରନ୍ଦରଶ୍ୱେରୀ ଶାସକ ବିଜେଡ଼ି ବିପକ୍ଷରେ ବିଜେପି ସଂଗଠନକୁ କିପରି ମଜବୁତ କରିବେ ତାହା ନିଶ୍ଚିତ ଭାବେ ବଡ଼ ଚ୍ୟାଲେଞ୍ଜ ହେବ । ଏହା ବ୍ୟତୀତ ବିହାର ନିର୍ବାଚନରେ ବିଜେପିର ସଫଳତା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସାଇଲେଣ୍ଟ ଭୋଟର କଥା ଉଠାଇଥିଲେ ତାହାକୁ ମଧ୍ୟ ପୁରେନ୍ଦରଶ୍ୱରୀଙ୍କ ଟାର୍ଗେଟର ରହିବ ବୋଲି ଆଲୋଚନା ଜୋର ଧରିଛି । 

କାରଣ ପୁରନ୍ଦରଶ୍ୱେରୀଙ୍କ ରାଜନୈତିକ କ୍ୟାରିୟର ବେଶ ମଜବୁତ ରହିଛି । ଦୁଇ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ମନ୍ତ୍ରୀପଦ ମଧ୍ୟ ସମ୍ଭାଳିସାରିଛନ୍ତି । କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପୁରନ୍ଦରଶ୍ୱେରୀ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି । ସେବେଠାରୁ ସେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ।