ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଦିନବନ୍ଧୁ ମିଶ୍ରଙ୍କ ଆତ୍ମାହୂତି ଘଟଣାରେ ପଶିଲା ରାଜନୀତି। କୁଳପତିଙ୍କୁ ଗରିଫ ସହ ମୃତ ଦିନବନ୍ଧୁଙ୍କ ପୁଅଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) ର କୁଳପତି ଙ୍କୁ ଗିରଫ ଦାବି ସହ ଦୀନବନ୍ଧୁ ଙ୍କ ପୁଅ ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବି କରିଛି ଜିଲ୍ଲା କଂଗ୍ରେସ। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି ରଖିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ବକେୟା ଦରମା ହାଇକୋର୍ଟ ଅର୍ଡର ଅନୁଯାୟୀ ଯେବେ ଠାରୁ ଲାଗୁ ହୋଇଛି, ସେହିଦିନଠାରୁ ଲାଗୁ କରି ଦିଆଯାଉ। ତା ସହ ଦିନବନ୍ଧୁଙ୍କ ପୁଅଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ କୁଳପତିଙ୍କୁ ବହିଷ୍କାର ସହ ତାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରାଯାଉ ବୋଲି ଦାବି କରିଛି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି।


Also Read: ଏକାଡେମିକ କାଉନସିଲ ବୈଠକ ବେଳେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆତ୍ମହତ୍ୟା


ଜିଲ୍ଲା କଂଗ୍ରେସ (Sambalpur Congress) ସଭାପତି ଅଶ୍ୱିନୀ ଗୁରୁଙ୍କ ନେତୃତ୍ୱରେ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ କର୍ମୀଙ୍କ ସହ ପଦାଧିକାରୀ ଉପସ୍ଥିତ ରହି ଦାବି ଗୁଡିକୁ ସରକାର ଗୁରୁତ୍ବର ସହ ନେବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଦିନବନ୍ଧୁ ମିଶ୍ର ନଜେ ଦେହରେ କିରୋସିନି ଢାଳିହୋଇ ନିଆଁ ଲଗାଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ବୁର୍ଲାରେ ତାଙ୍କର ଦେହାନ୍ତ ହୋଇଥିଲା।