ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯିବା ପରେ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।
Trending Photos
ସମ୍ବଲପୁର: ଦୀନବନ୍ଧୁ ମିଶ୍ର। ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଦୀର୍ଘ ୨୭ ବର୍ଷ ହେଲା କାର୍ଯ୍ୟ କରୁଥିଲେ ସୁଦ୍ଧା ସ୍ଥାୟୀ ହୋଇନଥିଲା ଚାକିରୀ। ବାରମ୍ବାର ସମସ୍ତଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କେହି ତାଙ୍କର କଥା ଶୁଣୁ ନଥିବାର ଅଭିଯୋଗ କରିଥିଲେ। ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ତାଙ୍କର ଗୁହାରୀ ନଶୁଣିବାରୁ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଥିଲେ ସେ।
ସମ୍ବଲପୁର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଲେଖିଥିବା ଏକ ପତ୍ରରେ ନିଜ ଆତ୍ମହତ୍ୟାର କାରଣ ଏବଂ ଏଥିପାଇଁ କିଏ କିଏ ଦାୟୀ ସେ ବାବଦରେ ଉଲ୍ଲେଖ କରିଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ର। ବରିଷ୍ଠ ଅଧିକାରୀଙ୍କ ଚାପ ସହିନପାରି ଆତ୍ମହତ୍ୟା କରିଛନ୍ତି। କାଲି ସକାଳୁ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇ ଦେଇଥିଲେ। ଚାକିରୀ ସ୍ଥାୟୀ କରିବା, ଦରମା ବଢ଼ାଇବା ସହ କାମ ଚାପ କମାଇବା ପାଇଁ ସେ ଆଗରୁ କୁଳପତିଙ୍କୁ ଅନେକ ଥର ଗୁହାରୀ କରିଥିଲେ।
Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଝୁଲିଲା ତାଲା
ହେଲେ ତାଙ୍କ ଦାବି ପ୍ରତି କେହି କର୍ଣ୍ ନକରିବାରୁ ଗତକାଲି ଏକାଡେମିକ କାଉନସିଲ ବୈଠକ ଚାଲୁଥିବା ସମୟରେ ଦୀନବନ୍ଧୁ ଏଭଳି କାଣ୍ଡ ଘଟାଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯିବା ପରେ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ୯୦ ଭାଗ ପୋଡିଯାଇଥିବା ଜଣାପଡ଼ିଛି।
ନିଜର ସମସ୍ୟା ବାବଦରେ ଯେତେ କହିଲେ ମଧ୍ୟ କହି ଶୁଣିଲେନି। ଯେଉଁଥିପାଇଁ ତାଙ୍କୁ ଶାରୀରିକ, ମାନସିକ, ଆର୍ଥିକ ଦୃଷ୍ଟିରୁ ଯନ୍ତ୍ରଣା ଭୋଗିବାକୁ ପଡିଥିଲା। ଦୀର୍ଘ ଦିନ ଧରି କେହି ଗୁହାରୀ ନଶୁଣିବାରୁ ମାନସିକ ଭାରସାମ୍ୟ ହରାଇ ବସିଲେ ଆଉ ଶେଷରେ ଏଭଳି ପନ୍ଥା ଅବଲମ୍ବନ କଲେ। ଘରେ, ବାହାରେ ସବୁବେଳେ ଅନ୍ୟମନସ୍କ ରହୁଥିଲେ। ତାଙ୍କର ଏଭଳି ଅବସ୍ଥା ପାଇଁ କେବଳ ବିଶ୍ୱବିଦ୍ୟାଳୟ ବରିଷ୍ଠ ଅଧିକାରୀ ଦାୟୀ ବୋଲି କହିଛନ୍ତି ମୃତକ ଦୀନବନ୍ଧୁଙ୍କ ପୁଅ ଅଭିଷେକ।
Also Read: ବିନା ଅନୁମତିରେ ଗଛ କାଟି ପୋଡି ଦେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ
କୋର୍ଟ ଆଦେଶ ମାନିଲେ ନାହିଁ। ଅଦାଲତ ତାଙ୍କ ସପକ୍ଷରେ ରାୟ ଦେଇଥିବା ବେଳେ ତାକୁ ମଧ୍ୟ ବରିଷ୍ଠ ଅଧିକାରୀ ଖାତିର କଲେ ନାହିଁ ବୋଲି କହିଛନ୍ତି ମୃତକଙ୍କ ଓକିଲ। ଜଣେ ଅଧସ୍ତନ କର୍ମଚାରୀଙ୍କ କଥାକୁ ଗୁରୁତର ଭାବେ ନନେବାରୁ ଏଭଳି ଅଭାବନୀୟ ଘଟଣା ଘଟିଗଲା ବୋଲି ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ସମ୍ପାଦକ କହିଛନ୍ତି। ସଂଘ ଏହି ଘଟଣାକୁ ଗୁରୁତର ସହ ନେଇଛି। ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏହା ସହିତ କୁଳପତିଙ୍କୁ ଗିରଫ କରାଯିବାକୁ ଦାବି କରିଛି ସଙ୍ଘ।
Also Read: Offline Examକୁ ବିରୋଧ କଲେ ଛାତ୍ରଛାତ୍ରୀ
ଏ ଘଟଣାରେ ବୁର୍ଲା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଦୀନବନ୍ଧୁଙ୍କ ମର ଶରୀର ବୁର୍ଲାରେ ବୁଧବାର ଦିନ ୩ଟା ସମୟରେ ପହଞ୍ଚିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବା କହିଛନ୍ତି ଅତିରିକ୍ତ ଏସପି। ବୁର୍ଲା ମେଡିକାଲ ପରେ କଟକ ବଡ଼ ମେଡ଼ିକାଲକୁ ନେଇ ଯାଉଥିବା ସମୟରେ ଜରପଡ଼ା ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଘଟଣା ଛାତ୍ରଛାତ୍ରୀଙ୍କ ସହ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି।