`ବିକାଶକୁ ବିରୋଧ ନୁହେଁ, ବିକଳ୍ପ ପାଇଁ ସଙ୍ଘର୍ଷ`
ସମ୍ବଲପୁରରେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରୁ ନ ଥିବା ବେଳେ ସର୍ଭିସ ରୋଡ ମଧ୍ୟ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ପୂର୍ତ୍ତ ବିଭାଗ ଆଉ ଦୁଇଟି ମୁଖ୍ୟ ରାସ୍ତାକୁ ବନ୍ଦ କରିଛି। ସର୍ଭିସ ରୋଡ ଦେଇନଥିବାରୁ ଜନତା ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସମ୍ବଲପୁର: ବିକାଶକୁ ବିରୋଧ ନୁହେଁ ଲୋକଙ୍କ ପାଇଁ ସର୍ଭିସ ରୋଡ ଦିଆଯାଉ। ଏଭଳି ଦାବି କରିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ। ସମ୍ବଲପୁରରେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରୁ ନ ଥିବା ବେଳେ ସର୍ଭିସ ରୋଡ ମଧ୍ୟ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ପୂର୍ତ୍ତ ବିଭାଗ ଆଉ ଦୁଇଟି ମୁଖ୍ୟ ରାସ୍ତାକୁ ବନ୍ଦ କରିଛି। ସର୍ଭିସ ରୋଡ ଦେଇନଥିବାରୁ ଜନତା ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ପୂର୍ତ୍ତ ବିଭାଗ ଦ୍ଵାରା ସମ୍ବଲପୁର ସହରର ଦୁଇଟି ମୁଖ୍ୟ ରାସ୍ତାକୁ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ମୁଦିପଡା ଛକରୁ କୁଞ୍ଜେଲପଡା ଛକକୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତାରେ ଧୋବିଜୋର ନାଲା ଉପରେ ରହିଥିବା ପୁରୁଣା ପୋଲକୁ ଭାଙ୍ଗି ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଫଳରେ ଏକ ମାସରୁ ଊର୍ଦ୍ଧ୍ବ ସମୟ ଝରି ସେହି ମୁଖ୍ୟ ରାସ୍ତାକୁ ବନ୍ଦ କରାଯାଇଛି। ରାସ୍ତାରେ ନିୟମିତ ଯାତାୟାତ କରୁଥୁବା ଲୋକେ ମୂଖ୍ୟତଃ ଫର୍ମ ରୋଡ଼ ଓ ଅନ୍ୟ ରାସ୍ତା ଦେଇ ଗମନାଗମନ କରୁଥିଲେ।
Also Read: ସଫେଇ କର୍ମଚାରୀଙ୍କ ପାଇଁ ସମର୍ପିତ ସମ୍ବଲପୁର ମହାନଗର ନିଗମ
କିନ୍ତୁ ବର୍ତ୍ତମାନ ପୁଣି ତିନି ଦିନ ହେଲା ମୁଦିପଡା ଛକରୁ କ୍ଷେତରାଜପୁର ରେଳ ଷ୍ଟେସନ କୁ ସଂଯୋଗ କରୁଥୁବା ମୁଖ୍ୟ ରାସ୍ତାର ଧୋବିଜୋର ନାଲା ଉପରେ ରହିଥିବା ପୁରୁଣା ପୋଲକୁ ଭାଙ୍ଗି ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାହା ଫଳରେ ସେହି ରାସ୍ତାକୁ ମଧ୍ୟ ତିନି ଦିନ ହେଲା ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଯେହେତୁ ଏ ଦୁଇଟି ରାସ୍ତା ହେଉଛି ସମ୍ବଲପୁର ସହରର ପ୍ରମୁଖ ରାସ୍ତା, ସେଥିପାଇଁ ବିକଳ୍ପ ରାସ୍ତା ତଥା ସର୍ଭିସ ରୋଡ (Service Road) ଦେବା ପାଇଁ ଦାବି କରିଛନ୍ତି ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ, ଭବାନୀ ଶଙ୍କର ଭୋଇ ଓ ସଂଯୋଜକ, ମାନସ ରଞ୍ଜନ ବକ୍ସି।
ସରକାରୀ ବିଭାଗ (Govt Dept) ର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ସମସ୍ୟାରେ ସମ୍ବଲପୁରବାସୀ ଘାଣ୍ଟି ହେଉଛନ୍ତି। ସାତ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନାହିଁ ସମ୍ବଲପୁର (Sambalpur) ସହର ମଧ୍ୟର ଫ୍ଲଏ ଓଭର ବ୍ରିଜ (Over Bridge) । କାର୍ଯ୍ୟର ଗୁଣବତ୍ତା ଓ ଶୀଘ୍ର ତ୍ୱରାନ୍ୱିତ ପାଇଁ ବାରମ୍ବାର ଆପତ୍ତି, ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିଷ୍କ୍ରିୟ ଥିବା ସ୍ଥାନୀୟବାସିନ୍ଦା ମାନେ ଅଭିଯୋଗ ଆଣିଛନ୍ତି।
Also Read: ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ
ବିନା ବିକଳ୍ପ ରାସ୍ତା (Optional Road) ଦେଇ ସହରର ଦୁଇଟି ମୁଖ୍ୟ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଫଳରେ ସମ୍ବଲପୁରବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପୁରୁଣା ବସ୍ତି, ଫାର୍ମ ରୋଡ଼, ବଡ଼ବଜାର, କମିଲିବଜାର, କ୍ଷେତରାଜପୁର, ଦୁର୍ଗାପାଲି ଭଳି ବିଭିନ୍ନ ଅଞ୍ଚଳ ଶତାଧିକ ପଡାର ଲକ୍ଷାଧିକ ଲୋକ ଏହି ଦୁଇ ରାସ୍ତା ଉପରେ ନିର୍ଭର କରନ୍ତି। ବିକାଶ ନାଁରେ ବିନା ଡାଇଭର୍ଶନ ଦେଇ ଦୁଇଟି ଯାକ ମୁଖ୍ୟ ରାସ୍ତାକୁ ବନ୍ଦ କରିଦେବା କେତେ ଦୂର ଯୁକ୍ତିସଙ୍ଗତ ।
କମ୍ ସେ କମ୍ ଦୁଇ ଚକିଆ ଯାନ, ଅଟୋ ଓ ଛୋଟ କାର ଭଳି ହାଲୁକା ଯାନ ଯାତାୟାତ କରି ପାରୁଥୁବା ଭଳି ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଉ। ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଉଭୟ ପାର୍ଶ୍ଵରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଉ। ଅତି ଜରୁରୀକାଳୀନ ପରିସ୍ଥିତିରେ ଛୋଟିଆ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ବାହାନ ଯେଭଳି ଯାଇ ପାରିବ ତାର ବ୍ୟବସ୍ଥା କରାଯାଉ ବୋଲି ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଭେଟି ପଶ୍ଚିମାଞ୍ଚଳ ଏକତା ମଞ୍ଚ ସହ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ ରଥ ଦାବି କରିଛନ୍ତି।
ଗୋଟିଏ ପଟେ କ୍ଷେତରାଜପୁର ରେଳ ଷ୍ଟେସନ ଉପରେ ସମସ୍ତେ ନିର୍ଭରଶୀଳ। ଅନ୍ୟ ପଟେ ବ୍ୟବସାୟିକ ପେଣ୍ଠସ୍ଥଳ କ୍ଷେତରାଜପୁରକୁ ମଧ୍ୟ ରାସ୍ତା ବନ୍ଦ ହୋଇଛି। ଦେଖାଯାଉ ଜିଲ୍ଲା ପ୍ରଶାସନ ସହ ପୂର୍ତ୍ତ ବିଭାଗ କେବେ ବିକଳ୍ପ ରାସ୍ତା ଦେଉଛି ତାହାକୁ ଅପେକ୍ଷା।