ସଫେଇ କର୍ମଚାରୀଙ୍କ ପାଇଁ ସମର୍ପିତ ସମ୍ବଲପୁର ମହାନଗର ନିଗମ
Advertisement

ସଫେଇ କର୍ମଚାରୀଙ୍କ ପାଇଁ ସମର୍ପିତ ସମ୍ବଲପୁର ମହାନଗର ନିଗମ

ସଫେଇ କର୍ମଚାରୀ (Sanitation Workers) ! ଅକୃତଜ୍ଞତା ଯାହାର ପାରିଶ୍ରମିକ। ସକାଳ ହେଲେ ଏମାନେ ସହରର ସବୁ ରାସ୍ତା ଓ ଗଳିରେ ଦେଖିବାକୁ ମିଳନ୍ତି। କିଏ ଝାଡୁ (Sweeping) ମାରୁଥାଏ ତ କିଏ ଡ୍ରେନ ସଫା କରୁଥାଏ।

ସଫେଇ କର୍ମଚାରୀଙ୍କ ପାଇଁ ସମର୍ପିତ ସମ୍ବଲପୁର ମହାନଗର ନିଗମ

ଅଜୟ ନାଥ, ସମ୍ବଲପୁର: କୋରୋନା କାଳର ଲକଡାଉନ ହେଉ କି ବର୍ତ୍ତମାନର ସ୍ଥିତି, ଅନବରତ ନିଜର ଦାୟିତ୍ବ ସମ୍ପାଦନା କରିଥାନ୍ତି ସଫେଇ କର୍ମଚାରୀ। ଲକଡାଉନ ସମୟରେ ଅଧିକାଂଶ ନିଜ ବୃତ୍ତି ହରାଇଥିବା ବେଳେ ଏଠାରେ ଜଣେ ମଧ୍ୟ ସଫେଇ କର୍ମଚାରୀର ଛଟେଇ ହୋଇନଥିଲା କି ଦରମା ଦେବାରେ ବିଳମ୍ବ ହେଉନଥିବା ସ୍ପଷ୍ଟ କରିଛନ୍ତି ମହାନଗର ନିଗମର କମିଶନର । 

ସଫେଇ କର୍ମଚାରୀ (Sanitation Workers) ! ଅକୃତଜ୍ଞତା ଯାହାର ପାରିଶ୍ରମିକ। ସକାଳ ହେଲେ ଏମାନେ ସହରର ସବୁ ରାସ୍ତା ଓ ଗଳିରେ ଦେଖିବାକୁ ମିଳନ୍ତି। କିଏ ଝାଡୁ (Sweeping) ମାରୁଥାଏ ତ କିଏ ଡ୍ରେନ ସଫା କରୁଥାଏ। ପ୍ରତ୍ୟେକ ପରିସ୍ଥିତି ଏମାନେ ସହର, ଆଉ ଏହାର ପରିବେଶକୁ ପରିଷ୍କାର (City Cleaning) କରିବାକୁ ତତ୍ପର। ଏମାନେ ଅନବରତ ଭାବେ ସମାଜ ପ୍ରତି ନିଜର ଦାୟିତ୍ବ ସମ୍ପାଦନା କରିଥାନ୍ତି। 

Also Read: ଜଙ୍ଗଲ ଜମିକୁ ହଡ଼ପ କରୁଛନ୍ତି ସରକାର, ଅଞ୍ଚଳବାସୀଙ୍କ ବିରୋଧ

କୋରୋନା (Corona Virus) କାଳରେ ହାରି ନାହାନ୍ତି ସଫେଇ କର୍ମଚାରୀ। ଲୋକମାନେ କୋରୋନା ଭୟରେ ଘରୁ ପଦାକୁ ଗୋଡ଼ କାଢୁ ନଥିବା ବେଳେ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଆସିଛନ୍ତି। ସେଥିପାଇଁ ତ ସେମାନଙ୍କୁ କୋରୋନା ଯୋଦ୍ଧାର ଆକ୍ଷା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) । ଆଉ ପ୍ରତ୍ୟେକ ପରିସ୍ଥିତିରେ ସମ୍ବଲପୁର (Sambalpur)  ମହାନଗର ନିଗମ ଏହି ସଫେଇ କର୍ମଚାରୀଙ୍କ ସହ ରହିଥିବା ସେମାନେ କହିଛନ୍ତି।

fallback

ସମ୍ବଲପୁର ମହାନଗର ନିଗମ (SMC) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ନିଗମରେ ମୋଟ ୧୩୫୦ ସଫେଇ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୦୦ ଜଣ ସରକାରୀ କର୍ମଚାରୀ ଥିବା ବେଳେ ୧୧୫୦ ଜଣ ଆଉଟସୋରସିଂ ଷ୍ଟାଫ। ଲକଡାଉନ ସମୟରେ ବିଭିନ୍ନ କ୍ଷେତ୍ରରେ ଅଧିକାଂଶ ନିଜ ବୃତ୍ତି ହରାଇଥିଲେ। କିନ୍ତୁ ମହାନଗର ନିଗମର ଜଣେ ମଧ୍ୟ ସଫେଇ କର୍ମଚାରୀର ଛଟେଇ ହୋଇନଥିଲେ। ସେମାନଙ୍କୁ ଦରମା ଦେବାରେ ମଧ୍ୟ ବିଳମ୍ବ ହେଉନଥିବା ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ସ୍ପଷ୍ଟ କରିଛନ୍ତି।

Also Read: ସମ୍ବଲପୁର ଜେଲରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଅନ୍ତେବାସୀ

ପ୍ରତ୍ୟେକ ମାସରେ ସଫେଇ କର୍ମଚାରୀଙ୍କ ଦରମା ବାବଦରେ ପାଖାପାଖି ୨ କୋଟି ଟଙ୍କା ବଜେଟ ରଖାଯାଇଛି। ସଫେଇ କାର୍ଯ୍ୟକ୍ରମରେ ଲାଗିଥିବା ବାହନ ପାଇଁ ୩ଟି ଆଉଟ ସୋରସିଂ ଏଜେନ୍ସି ନିୟୋଜିତ ହୋଇଛନ୍ତି। ସେହିପିର ମାନବ ସମ୍ବଳ ପାଇଁ ଅନ୍ୟ ୨ଟି ଆଉଟ ସୋରସିଂ ଏଜେନ୍ସି ନିୟୋଜିତ ଅଛନ୍ତି। ଆଉ ସମ୍ବଲପୁର ସହରକୁ ସଫା ଓ ପରିଷ୍କାର ରଖିବା ପାଇଁ ସମ୍ବଲପୁର ମହାନଗର ନିଗମ ସ୍ଵଚ୍ଛ ସର୍ବେକ୍ଷଣ ଅଭିଯାନ (Swachha Sarvekhan Abhiyan) ଜାରି ରଖିଛି।