ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ
Advertisement
Article Detail0/zeeodisha/odisha830617

ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ

ପାୱାର କଟ ହେଉଥିବା କାରଣରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ପାଠପଢା ବା ଅଫିସ କାର୍ଯ୍ୟରେ ଅନେକ ପ୍ରଭାବ ପଡୁଛି। କିନ୍ତୁ  ସୌରଶକ୍ତି ବା ସୋଲାର ଏନର୍ଜୀ ପ୍ରତିଷ୍ଠା ହେବା ପରଠାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନେକ କାର୍ଯ୍ୟ ସୁରୁଖୁରୁରେ ହେବା ସହ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ  ସହାୟକ ହେଉଛି। 

ସମ୍ବଲପୁରରେ ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ

ଅଜୟ ନାଥ, ସମ୍ବଲପୁର: ସୌରଶକ୍ତି ଚାଲିବ ବିଶ୍ୱବିଦ୍ୟାଳୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ବା ଜ୍ୟୋତିବିହାର ରାଜ୍ୟର ପ୍ରଥମ ସୌରଶକ୍ତି ଚାଳିତ ବିଶ୍ୱବିଦ୍ୟାଳୟ ଭାବରେ ପରିଗଣିତ ହୋଇଛି। ବର୍ତ୍ତମାନ ସମୟରେ ବିଜୁଳି ଶକ୍ତି ଉପରେ ସମସ୍ତେ ନିର୍ଭରଶୀଳ। ପାୱାର କଟ ହେଉଥିବା କାରଣରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ପାଠପଢା ବା ଅଫିସ କାର୍ଯ୍ୟରେ ଅନେକ ପ୍ରଭାବ ପଡୁଛି। କିନ୍ତୁ  ସୌରଶକ୍ତି ବା ସୋଲାର ଏନର୍ଜୀ ପ୍ରତିଷ୍ଠା ହେବା ପରଠାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନେକ କାର୍ଯ୍ୟ ସୁରୁଖୁରୁରେ ହେବା ସହ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ  ସହାୟକ ହେଉଛି। 

ସମ୍ବଲପୁର (Sambalpur) ଜିଲ୍ଲାରେ OREDA ପକ୍ଷରୁ ଅନେକ ସରକାରୀ ଅନୁଷ୍ଠାନରେ ସୋଲାର ପାୱାର ସିଷ୍ଟମ ପ୍ରତିଷ୍ଠା କରାଯାଇଛି। ଏଭଳି ଏକ ବଡ଼ ଧରଣର ପ୍ରକଳ୍ପ ହେଉଛି ସମ୍ବଲପୁର ଜ୍ୟୋତିବିହାର ବିଶ୍ୱବିଦ୍ୟାଳୟ (Joythi Vihar University) ରେ ପ୍ରତିଷ୍ଠା ହୋଇଥିବା ସୋଲାର ପାୱାର ସିଷ୍ଟମ (Solar Power System)। ଏହା ଦ୍ୱାରା ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଦ୍ୟୁତ ବିଲ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡୁଛି। ଆଉ ଏଥିପାଇଁ ଆମେ ପାରମ୍ପରିକ ବିଦ୍ୟୁତ ଉତ୍ପାଦକ ଭାବେ ଜଳ ବିଦ୍ୟୁତ ପ୍ରକଳ୍ପ ଓ ତାପଜ ବିଦ୍ୟୁତ ପ୍ରକଳ୍ପ ଉପରେ ନିର୍ଭର କରୁଛେ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ବିଦ୍ୟୁତ ଶକ୍ତି ଅତି ବ୍ୟୟସାପେକ୍ଷ ସାବ୍ୟସ୍ତ ହେଉଛି।

fallback

ମୁଖ୍ୟତଃ ସରକାରୀ ସଂସ୍ଥା ଗୁଡ଼ିକ ବର୍ତ୍ତମାନ ସୌର ବିଦ୍ୟୁତ ଶକ୍ତିର ବ୍ୟବହାରକୁ ପ୍ରାଥମିକତା ଦିଆଯିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଜଳ ଓ ତାପଜ ବିଦ୍ୟୁତ ଶକ୍ତିର ବିକଳ୍ପ ସୌରଶକ୍ତି।
ଲକଡାଉନ ଭିତରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏହି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ବିଭାଗର କୋଠା, ସବୁ ହଷ୍ଟେଲ ସହ ସ୍ୱାସ୍ଥ୍ୟକେନ୍ଦ୍ର ପୁରାପୁରି ସୌର ବିଦ୍ୟୁତ ଶକ୍ତିରେ ହିଁ ପରିଚାଳିତ ହେଉଛି। ନିହାତି ଆବଶ୍ୟକ ପଡ଼ିଲେ ମାତ୍ର ୧୦ ପ୍ରତିଶତ ପାରମ୍ପରିକ ବିଦ୍ୟୁତ ଶକ୍ତି ବ୍ୟବହାର ହୋଇଥାଏ। ପ୍ରଶାସନିକ ବିଭାଗର ଛାତ ଉପରେ ୨୪୫ କିଲୋୱାଟର ସୋଲାର ପାୱାର ସିଷ୍ଟମ ଇନଷ୍ଟଲ କରାଯାଇଛି। ସୋଲାର ପେନାଲ ଗୁଡିକ ଦକ୍ଷିଣ ଦିଗକୁ ମୁହଁ କରି ଲଗାଯାଇଛି। ଏଠିକାର ଭୌଗଳିକ ସ୍ଥିତି ଅନୁସାରେ ଏଠାରେ ସୂର୍ଯ୍ୟଙ୍କ ତାପମାତ୍ରା ଟିକେ ଅଧିକ ଥିବାରୁ ବହୁତ ଲାଭ ମିଳୁଥିବା ନୋଡାଲ ଅଫିସର ବାନାର୍ଜୀ ବେହେରା କହିଛନ୍ତି ।

Also Read: କୋରୋନା ଟିକାକରଣ; ଉତ୍ସାହିତ ଜନତା, ଅସନ୍ତୁଷ୍ଟ ସ୍ୱାସ୍ଥ୍ୟକର୍ମୀ

Rural Electrification Corporationର CSR Foundରୁ ମୋଟ ୩ କୋଟି ୪୩ ଲକ୍ଷ ଟଙ୍କାରେ ସୋଲାର ପାୱାର ସିଷ୍ଟମ ତିଆରି ହୋଇଛି। 'ଟେରୀ' ନାମକ ଏକ ସଂସ୍ଥା ଏହାର ଡିଜାଇନ କରିଥିବା ବେଳେ OREDA ଦ୍ୱାରା ଏହାର (executation) ପ୍ରତିଷ୍ଠା ହୋଇଛି। ଗ୍ରୀନକୋ ନାମକ ଏକ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରୁଛି। ଏହା ଦ୍ୱାରା ସମ୍ପୂର୍ଣ୍ଣ ବିଦ୍ୟୁତ ଶକ୍ତିର ଚାହିଦା ନିରବିଛିନ୍ନ ଭାବେ ୨୪ ଘଣ୍ଟା ପାଇଁ ପୂରଣ ହୋଇପାରୁଛି। ପୂର୍ବରୁ WESCOକୁ ବିଦ୍ୟୁତ ବିଲ ବାବଦରେ ବିଶ୍ୱବିଦ୍ୟାଳୟ ୪୦ ଲକ୍ଷ ଟଙ୍କା ଦେଉଥିଲା। ବର୍ତ୍ତମାନ ସେଥିରେ ୪୦% ବିଦ୍ୟୁତ ଖର୍ଚ୍ଚ ହ୍ରାସ ପାଇଛି।

fallback

ସୋଲାର ପାୱାର ସିଷ୍ଟମ ପାଇଁ ଗତ ୨୦୧୯ ଏପ୍ରିଲ ୧୯ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ RECL ମଧ୍ୟରେ MoU ସ୍ୱାକ୍ଷରିତ ହୋଇଥିଲା। ଏହାକୁ ପ୍ରତିଷ୍ଠା କରିବାକୁ ତାପୂର୍ବରୁ ୨୦୧୮ ମେ'ରେ OREDA ସହ ଚୁକ୍ତି କରିଥିଲା। ଗତ ଜୁଲାଇ ୨୧ରେ ଏହା ଉଦଘାଟନ ହୋଇ ବର୍ତ୍ତମାନ ସଫଳ ଭାବେ ପରିଚାଳନା କରୁଛି। ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଏତେ ବଡ଼ ସୋଲାର ପ୍ରଜେକ୍ଟ କାମ କରୁନଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ସୌରଶକ୍ତିରେ ଚଳିତ ଏହି ସୋଲାର ପ୍ରକଳ୍ପ ସବୁ ଦୀର୍ଘ ମିଆଦୀ ହୋଇଥିବାରୁ ବର୍ତ୍ତମାନ ସରକାରୀ ସ୍ତରରେ ରେ ବିଭିନ୍ନ ଅନୁଷ୍ଠାନର ବିଦ୍ୟୁତ ଖର୍ଚ୍ଚ ବହୁତ ପରିମାଣରେ ହ୍ରାସ ପାଇଛି।