ବରଗଡ଼ ଏକ୍ସସାଇଜ ଏସପିଙ୍କ ସମ୍ବଲପୁର ଘରେ ଭିଜିଲାନ୍ସ ଚଢ଼ାଉ

ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ଏକତ୍ର ଚଢାଉ

ବରଗଡ଼ ଏକ୍ସସାଇଜ ଏସପିଙ୍କ ସମ୍ବଲପୁର ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବାର୍ଗେଙ୍କ ସମ୍ବଲପୁର ବୁଢ଼ାରଜାସ୍ଥିତ ବାସଭବନ ସହ ଅନ୍ୟ ଆଠଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । 

ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ବୁର୍ଲା ଆଦି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି । ସମ୍ବଲପୁର ବାସଭବନରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ରୁପା ଜବତ କରାଯାଇଛି । ବରଗଡ଼ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନାମରେ ଗୁରୁତର ଅଭିଯୋଗ ହେବା ପରେ ଏଭଳି ଏକ ବଡ ଧରଣର ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।