କଫି ପିଇଲେ ପତଳା ହେବେ !
Advertisement

କଫି ପିଇଲେ ପତଳା ହେବେ !

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କଫି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ଯେଉଁମାନେ ବିନା ଚିନିରେ କଫି ପିଅନ୍ତି ସେମାନଙ୍କ ଓଜନ ଅନ୍ୟମାନଙ୍କ ଅପେକ୍ଷା କମ୍ ବଢ଼ିଥାଏ । କଫିକୁ ସଠିକ୍ ଭାବେ ବ୍ୟବହାର କଲେ ତାହା ସ୍ବାସ୍ଥ୍ୟ ପ୍ରତି ହିତକାରକ ହୁଏ । କୁହାଯାଏ ଯେ ହୃଦରୋଗ, ଟାଇପ ୨ ଡ଼ାଇବେଟିଜ୍, ଏବଂ କ୍ୟାନ୍ସର ଭଳି କିଛି ରୋଗରୁ ଲାଭ ମିଳିଥାଏ । କିଛି ଲୋକଙ୍କ

SOCIAL MEDIA

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କଫି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ଯେଉଁମାନେ ବିନା ଚିନିରେ କଫି ପିଅନ୍ତି ସେମାନଙ୍କ ଓଜନ ଅନ୍ୟମାନଙ୍କ ଅପେକ୍ଷା କମ୍ ବଢ଼ିଥାଏ । କଫିକୁ ସଠିକ୍ ଭାବେ ବ୍ୟବହାର କଲେ ତାହା ସ୍ବାସ୍ଥ୍ୟ ପ୍ରତି ହିତକାରକ ହୁଏ । କୁହାଯାଏ ଯେ ହୃଦରୋଗ, ଟାଇପ ୨ ଡ଼ାଇବେଟିଜ୍, ଏବଂ କ୍ୟାନ୍ସର ଭଳି କିଛି ରୋଗରୁ ଲାଭ ମିଳିଥାଏ । କିଛି ଲୋକଙ୍କ କ୍ଷେତ୍ରରେ ବୟସ ବଢ଼ିବା ସହ ଓଜନ ବଢ଼ିଥାଏ । ହେଲେ ଯଦି ପ୍ରତ୍ୟେକ ଦିନ ଆପଣ ବିନା ଚିନି ଏବଂ କ୍ରିମରେ କଫି ପିଉଛନ୍ତି ତାହେଲେ ଓଜନ ନିୟନ୍ତ୍ରଣରେ ରହିଥାଏ ।

ଅଧ୍ୟୟନରୁ ଜଣାପଡ଼ିଛି ଯେ କଫି ଆଶଙ୍କା କରାଯାଇଥିବା ଓଜନର ମାତ୍ରାଠୁ ବି କମ୍ କରେ । ଯେଉଁଲୋକ ବିନା ଚିନିରେ ପ୍ରତ୍ୟେକ ଦିନ କଫି ପିଅନ୍ତି ସେମାନଙ୍କ ଓଜନ ୪ ବର୍ଷରେ ୦.୧୨କିଲୋ କମ୍ ବଢ଼ିଥାଏ । କିନ୍ତୁ ଚିନି ସହ ପିଇବା ଦ୍ବାରା ୦.୦୯ କିଲୋ ଓଜନ ଅଧିକ ବଢ଼ିଥାଏ ।

ଗବେଷକମାନେ ୧୯୮୬ ରୁ ୨୦୧୦ଏବଂ ୧୯୯୧ରୁ ୨୦୧୫ ମଧ୍ୟରେ କିଛି ଯୋଗଦାନକାରୀଙ୍କୁ ନେଇ ଗବେଷଣା କରିଥିଲେ । ଏଥିରେ ପ୍ରତିଯୋଗୀମାନଙ୍କୁ ଖାଦ୍ୟପେୟ ନେଇ କିଛି ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ପ୍ରତିଯୋଗୀମାନଙ୍କୁ କଫି ପିଇବାର ଅଭ୍ୟାସ ଏବଂ ଚାରି ବର୍ଷ ପରେ ସେମାନଙ୍କ ଓଜନ ବିଷୟରେ ପଚରା ଯାଇଥିଲା ।

କଫି ଏକ ପ୍ରାକୃତିକ ଏବଂ ଉତ୍ତେଜନ ପଦାର୍ଥ ଅଟେ । ଯାହା ଭୋକ କମ୍ କରାଇବା ସହ ଚେତନାକୁ ବଢ଼ାଇଥାଏ । ଏହା କିଛି ସମୟ ପାଇଁ ଭୋକ କମ୍ କରିଥାଏ । କିଛି ଲୋକ ବ୍ୟାୟାମ କରିବା ପୂର୍ବରୁ ମଧ୍ୟ କଫି ପିଇଥାନ୍ତି । ଯାହାଦ୍ବାରା ଓ୍ବାର୍କଆଉଟ୍ ମଧ୍ୟ ଭଲ ହୋଇଥାଏ । କଫି ଆମ ଶରୀରରେ ମେଟାବୋଲିଜିମର ଗତିକୁ ବି କମ୍ କରିଥାଏ । ଫଳରେ ଆରାମ କରିବା ସମୟରେ ଅଧିକ ଉର୍ଜା ଖର୍ଚ୍ଚ ହୋଇଥାଏ ।

ଓଜନ କମ୍ କରିବାରେ କେତେ କାରକ କାମ କରିଥାଏ । ଫଳରେ ଏହି ଅଧ୍ୟୟନ ଯେ ସଂପୂର୍ଣ୍ଣ ଠିକ୍ ତାହା ପୂର୍ଣ୍ଣ ମାତ୍ରାରେ କୁହାଯାଇପାରିବ ନାହିଁ । ଅଧିକାଂଶ ବୟସ୍କ ଲୋକ ପ୍ରତିଦିନ ୪୦୦ ମିଲିଗ୍ରାମର କଫି ପିଇଥାନ୍ତି । ଯାହା ଆଠ କପ୍ ଚା ସହ ସମାନ । ତେବେ ଏହା କୁହାଯିବ ଯେ ବ୍ୟକ୍ତି ନିଜ ସ୍ବାସ୍ଥ୍ୟକୁ ନଜରରେ ରଖି ଓଜନ କମ୍ କରିବା ପାଇଁ ଡ଼ାଏଟିସିଆନଙ୍କ ପରାମର୍ଶ ନେବା ଉଚିତ୍ ।