ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ସନ୍ତୋଷ ସିଂ ସାଲୁଜା କହିଲେ ଏମିତି କଥା...
Advertisement
Article Detail0/zeeodisha/odisha2303278

ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ସନ୍ତୋଷ ସିଂ ସାଲୁଜା କହିଲେ ଏମିତି କଥା...

Congress president: ଅତିଶୀଘ୍ର କଳିମାଡ କରିଥିବା ଲୋକଙ୍କୁ ଚିହ୍ନଟ କରାଯିବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କିଏ ଓ କାହିଁକି କାଳିମାଡ଼ କଲା ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ କାହା ଇଙ୍ଗିତରେ ଏପରି ଘଟଣା ଘଟିଛି ତାହାର ତଦନ୍ତ ହେବ। 

ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣା, ସନ୍ତୋଷ ସିଂ ସାଲୁଜା କହିଲେ ଏମିତି କଥା...

ଭୁବନେଶ୍ଵର: କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଗତକାଲି କାଳିମାଡ଼ ପରେ ରାଜନୀତି ମହଲ ସରଗରମ ହୋଇ ଉଠିଛି। କିଏ କାହିଁକି ଏଭଳି କାଣ୍ଡ କରିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ସମୟରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ବଡ଼ ସୂଚନା ଦେଇଛନ୍ତି। ଶ୍ରୀ ସାଲୁଜା କହିଛନ୍ତି, ଅତିଶୀଘ୍ର କଳିମାଡ କରିଥିବା ଲୋକଙ୍କୁ ଚିହ୍ନଟ କରାଯିବ। ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କିଏ ଓ କାହିଁକି କାଳିମାଡ଼ କଲା ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ କାହା ଇଙ୍ଗିତରେ ଏପରି ଘଟଣା ଘଟିଛି ତାହାର ତଦନ୍ତ ହେବ। 

ଅନ୍ୟପଟେ ଗତକାଲି ଶ୍ରୀ ପଟ୍ଟନାୟକ କର୍ମୀଙ୍କ ସହ କଂଗ୍ରେସ ଭବନରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ଜୋର ଜବରଦସ୍ତ ପସି ଆସିଥିଲେ। ଚ୍ୟାମ୍ବର୍ ଭିତରେ ହୋ ହାଲା ହୋଇ ନାରାବାଜି ଦେବା ସହ ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରି ସେଠାରୁ ପଳାଇ ଯାଇଥିଲେ। ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ତେବେ ଘଟଣାକୁ ନେଇ କଂଗ୍ରେସ ଦଳ ମଧ୍ୟରେ ନିନ୍ଦା କରାଯାଇଛି। କେଉଁ କାରଣ ପାଇଁ ପିସିସି ସଭାପତିଙ୍କୁ କାଳିମାଡ଼ କରାଗଲା ତାହା ଜଣାପଡ଼ିନାହିଁ।

ଶରତ କହିଥିଲେ ଯେ, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ ବ୍ୟଥିତ ନୁହେଁ କି ଦବି ଯିବାର ପ୍ରଶ୍ନ ଉଠୁନାହିଁ। ଭାଜପା କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ ଦୁର୍ବୃତ୍ତ ଏମିତି କରିଛନ୍ତି। କଂଗ୍ରେସ ଉତ୍ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। ଏମିତି କେତେ ଆସିଛନ୍ତି, ଯାଇଛନ୍ତି; ସେସବୁ ଖାତିର୍‌ କରେନି। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି ଶରତ କହିଛନ୍ତି।