ସମ୍ବଲପୁର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍, ୫୮ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ମୋଟ ୫୮ ଜଣ ଦୁର୍ଦ୍ଦାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨୩ ଜଣ ଅପରାଧୀ ନିଜ ଆଡୁ ଭିନ୍ନ ଭିନ୍ନ କୋର୍ଟରେ ହାଜର ହୋଇଥିବା ଏସପି ବାତୁଲା ଗଙ୍ଗାଧର (Batula Gangadhar) କହିଛନ୍ତି ।
ସମ୍ବଲପୁର: ଜିଲ୍ଲାରୁ ମୁଳପୋଛ ହେବେ ଅପରାଧି। ସେଥିପାଇଁ ଜାମିନ ବିହୀନ ଗିରଫ ପରୱାନା ଉପରେ ସମ୍ବଲପୁର ପୋଲିସ ଚଳାଇଛି ସ୍ବତନ୍ତ୍ର ଡ୍ରାଇଭ୍। ବର୍ତ୍ତମାନ ସୁଦ୍ଧା ମୋଟ ୫୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସମ୍ବଲପୁର ଜିଲ୍ଲାର ଜାମିନ ବିହୀନ ଗିରଫ ପରୱାନା (Non bailable arrest warrant) ଉପରେ କଠୋର ହେଲା ସମ୍ବଲପୁର ପୋଲିସ। କୋର୍ଟରେ ହାଜର ହେଉନଥିବା ତଥା ଜାମିନ ନ ପାଇ ମଧ୍ୟ ଆରାମରେ ବୁଲୁଥିବା ଅପରାଧିଙ୍କ ବିରୁଦ୍ଧରେ ଜାରି ରଖିଛି ସ୍ୱତନ୍ତ୍ର ଡ୍ରାଇଭ୍। ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ମୋଟ ୫୮ ଜଣ ଦୁର୍ଦ୍ଦାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨୩ ଜଣ ଅପରାଧୀ ନିଜ ଆଡୁ ଭିନ୍ନ ଭିନ୍ନ କୋର୍ଟରେ ହାଜର ହୋଇଥିବା ଏସପି ବାତୁଲା ଗଙ୍ଗାଧର (Batula Gangadhar) କହିଛନ୍ତି ।
Also Read: ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ
ରାଜ୍ୟ ପୋଲିସ ଡିଜି (Odisha DGP) ଙ୍କ ନିର୍ଦ୍ଦେଶକ୍ରମେ ଗତ ୭ ତାରିଖରୁ ସମ୍ବଲପୁର ପୋଲିସ (Sambalpur Police) ପକ୍ଷରୁ ଏହି ସ୍ବତନ୍ତ୍ର ଡ୍ରାଇଭ (Special Drive) ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ଦୁର୍ଦ୍ଦାନ୍ତଙ୍କୁ ଗିରଫ କରାଯାଉଛି। ଆଗକୁ ଏହି ଡ୍ରାଇଭକୁ ଆହୁରି ଜୋରଦାର କରାଯିବ ବୋଲି ସମ୍ବଲପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।