ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFO, ରୋଷେୟାଙ୍କୁ କାଇମବ୍ରାଞ୍ଚର କ୍ଲିନଚିଟ୍, ନିଆଁ ଲିଭାଇନଥିଲେ ବିଦ୍ୟାଭାରତୀ
Advertisement

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFO, ରୋଷେୟାଙ୍କୁ କାଇମବ୍ରାଞ୍ଚର କ୍ଲିନଚିଟ୍, ନିଆଁ ଲିଭାଇନଥିଲେ ବିଦ୍ୟାଭାରତୀ


କ୍ରାଇମବାଞ୍ଚ ସୂଚନା ଅନୁସାରେ ବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ଜୀବନ ସୁଖମୟ ନଥିଲା ଏବଂ ନୋର୍କୋ ଟେଷ୍ଟରେ ବିଦ୍ୟାଙ୍କ କେତୋଟି କଥା ମେଳ ମଧ୍ୟ ଖାଇନଥିଲା।  

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFO, ରୋଷେୟାଙ୍କୁ କାଇମବ୍ରାଞ୍ଚର କ୍ଲିନଚିଟ୍, ନିଆଁ ଲିଭାଇନଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ଦର୍ଶାଇଛି କ୍ରାଇମବ୍ରାଞ୍ଚ (Crime Branch)। କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା  ଏକ ପ୍ରେସ କନଫରେନ୍ସରେ କହିଛନ୍ତି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ DFO ସଂଗ୍ରାମ ଶେଖର ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କର  କୌଣସି ହାତ ନାହିଁ। ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ବୋଲି ADG ପଣ୍ଡା କହିଛନ୍ତି।

କ୍ରାଇମବାଞ୍ଚ ସୂଚନା ଅନୁସାରେ ବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ଜୀବନ ସୁଖମୟ ନଥିଲା ଏବଂ ନୋର୍କୋ ଟେଷ୍ଟରେ ବିଦ୍ୟାଙ୍କ କେତୋଟି କଥା ମେଳ ମଧ୍ୟ ଖାଇନଥିଲା। ଦୁର୍ଘଟଣା ଘଟିବା ଦିନ ବିଦ୍ୟା ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ବିଶେଷ ଉଦ୍ୟମ କରିନଥିଲେ ଏବଂ ସେ ସାହାଯ୍ୟ ପାଇଁ କାହାକୁ  ଡାକି ମଧ୍ୟନଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ  ACF ଙ୍କ ମୃତ୍ୟୁକୁ କ୍ରାଇମବ୍ରାଞ୍ଚ ଦୁର୍ଘଟଣା ବୋଲି ସ୍ପଷ୍ଟ କରିଛନ୍ତି। ବିଦ୍ୟାଙ୍କ ନାଁରେ କ୍ରାଇମବ୍ରାଞ୍ଚ ଦଫା ୨୮୫, ୩୦୪ (A) ଆଧାରରେ ମାମଲା ରୁଜୁ କରିଛି।

ସୌମ୍ୟଙ୍କ ମୃତ୍ୟୁ ପରେ ଘଟଣାର କ୍ରାଇମବ୍ରାଞ୍ଚ (CrimeBranch) ତଦନ୍ତ ଦାବି କରିଥିଲେ ତାଙ୍କ ବାପା । ଏଥିସହ ପୁଅର ହତ୍ୟା ପଛରେ ବୋହୂର ଅନୈତିକ ସମ୍ପର୍କ ହିଁ ମୁଖ୍ୟ କାରଣ ବୋଲି ତାଙ୍କ ମାଆ କହିଥିଲେ। ଏପରିକି, ବୋହୂର ଚରିତ୍ର ଉପରେ ଅଙ୍ଗୁଳି ଉଠାଇ ସୌମ୍ୟଙ୍କ ମା' ବଲାଙ୍ଗିର ଲିଙ୍କ୍ ଖୋଲିଥିଲେ। କହିଥିଲେ, ଅଶ୍ଳୀଳ ଫଟୋକୁ ନେଇ ପୁଅକୁ କରାଯାଉଥିଲା ବ୍ଲାକମେଲିଂ।