ACF SoumyaRanjan Death Case: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ କୋର୍ଟର ନୋଟିସ, ଗିରଫ ହେବେ କି ବିଦ୍ୟାଭାରତୀ ?
Advertisement
Article Detail0/zeeodisha/odisha1658869

ACF SoumyaRanjan Death Case: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ କୋର୍ଟର ନୋଟିସ, ଗିରଫ ହେବେ କି ବିଦ୍ୟାଭାରତୀ ?

ACF Soumya Ranjan Death Case: ଗତ ୨୦୨୧ ମସିହା ଜୁଲାଇ ୧୫ ତାରିଖରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ପାରଳାଖେମୁଣ୍ଡି ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ସ୍ତ୍ରୀଙ୍କ ସହ ଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। 

ACF SoumyaRanjan Death Case: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ କୋର୍ଟର ନୋଟିସ, ଗିରଫ ହେବେ କି ବିଦ୍ୟାଭାରତୀ ?

ACF Soumya Ranjan Death Case: ପାରଳାଖେମୁଣ୍ଡି: ସାରା ରାଜ୍ୟରେ ବହୁଚର୍ଚ୍ଚିତ ଘଟଣା ପାରଳାଖେମୁଣ୍ଡି (Parlakhemundi) ଏସିଏଫ ସୌମ୍ୟରଞ୍ଜନ (ACF Soumyaranjan) ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏସିଏଫ ସୌମ୍ୟଙ୍କ ମୃତ୍ୟୁ ପଛରେ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା (Bidyabharati Panda), ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରାଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗର ବିଚାର ଆରମ୍ଭ ହେବାକୁ ଯାଉଛି। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏଭଳି ନିର୍ଦ୍ଦଶେ ଦେଇଥିବା ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି। ଅଭିରାମଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ, ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ବିଚାରଯୋଗ୍ୟ। ଅଭିଯୋଗ ସଂପର୍କିତ ତଥ୍ୟ ରହିଛି। ତେଣୁ ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ସମନ କରିବାକୁ ନିର୍ଦ୍ଦଶେ ଦେଇଛନ୍ତି କୋର୍ଟ। ଏନେଇ ଅଭିରାମଙ୍କ ଓକିଲ ଅଶୋକ କୁମାର ପାଣିଗ୍ରାହୀ କହିଛନ୍ତି। ତେବେ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହା ଜୁଲାଇ ୧୫ ତାରିଖରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ପାରଳାଖେମୁଣ୍ଡି ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ସ୍ତ୍ରୀଙ୍କ ସହ ଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପାଡିଯାଇଥିବା ଡାକ୍ତର କହିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଆକସ୍ମିକ ଘଟଣା ବୋଲି ତାଙ୍କ ପତ୍ନୀ ବିଦ୍ୟାଭାରତୀ କହୁଥିବା ବେଳେ ସୌମ୍ୟଙ୍କ ବାପା ଅଭିରାମ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନା ବଦ୍ଧ ଭାବେ ଷଡଯନ୍ତ୍ର କରି ମାରିଦେଇଥିବା ଅଭିଯୋଗ କରିଆସୁଛନ୍ତି। ଏଥିପାଇଁ ବିଦ୍ୟାଭାରତୀ ପଣ୍ଡା ଏବଂ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କରେ ଦାୟୀ ବୋଲି ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାସାଧିକ କାଳ ତଦନ୍ତ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସରକାର ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ସେତେବେଳେ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥଲା। 
କିରୋସିନିରୁ ନିଆଁ ଲାଗି ସୌମ୍ୟରଂଜନ ପୋଡି ଯାଇଥିଲେ । ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁ ଲିଭାଇ ପାରିନଥିଲେ ବିଦ୍ୟାଭାରତୀ। ପରବର୍ତ୍ତୀ ସମୟରେ ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କ ବୈବାହିକ ସଂପର୍କ ଭଲ ନଥିବା କଥା ତଦନ୍ତ ଓ ବିଦ୍ୟାଙ୍କ ପଲିଗ୍ରାଫ ଟେଷ୍ଟ ବେଳେ ଜଣାପଡିଥିଲା। ଘଟଣା ଦିନ ନିଆଁ ଲାଗିବା ପରେ ବିଦ୍ୟାଭାରତୀ ଲିଭାଇନଥିଲେ । ସୌମ୍ୟ ଜଳୁଥିଲେ ବି ବିଦ୍ୟା ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ । ନିଜେ ନିଆଁ ଲିଭାଇନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ । ଏନେଇ ବିଦ୍ୟାଭାରତୀଙ୍କ ନାଁ ରେ ଦଫା ୨୮୫ ଓ ୩୦୪(ଏ) ଲଗାଇଥିଲା କ୍ରାଇମବ୍ରାଞ୍ଚ। ତେବେ ଘଟଣାର ଏତେ ଦିନ ପରେ ପୁଣି ଥରେ ମାମଲାର ଶୁଣାଣି ହେବା ଜଣାପଡିବା ପରେ ସୌମ୍ୟଙ୍କ ପରିବାରର ବଢିଛି ନ୍ୟାୟ ଆଶା।

Also Read: Same Sex Marriage: ସମଲିଙ୍ଗୀ ବିବାହକୁ ୩୨ ଦେଶରେ ମିଳିଛି ଆଇନଗତ ମାନ୍ୟତା, ତେବେ ଭାରତ କାହିଁକି କରୁଛି ବିରୋଧ

Also Read: Shocking video: ଗଛ ଉପରକୁ ଚଢି଼ ମୟୂର ଅଣ୍ଡା ଚୋରି କରୁଥିଲେ ମହିଳା; ପକ୍ଷୀ ଦେଲା ଏପରି ଏକ ଶିକ୍ଷା, ଭାଇରଲ ହେଉଛି ଭିଡିଓ

Also Read: ଏନକାଉଣ୍ଟର କ’ଣ, କେଉଁ ଆଇନ ପୋଲିସକୁ ଏହା କରିବାକୁ କ୍ଷମତା ଦେଇଥାଏ? ଜାଣନ୍ତୁ ସବୁକିଛି