ଘରକୁ କାଠ ଆଣିବାକୁ ଡ଼ାକି ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
Advertisement

ଘରକୁ କାଠ ଆଣିବାକୁ ଡ଼ାକି ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଅଭିଯୁକ୍ତ ବାଲେଶ୍ଵର ସୋର ଥାନା ଅଧିନ ପଥରପେଣ୍ଠ ଗ୍ରାମରେ ଯୁଧିଷ୍ଠିର ମଲିକ । 

ଘରକୁ କାଠ ଆଣିବାକୁ ଡ଼ାକି ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଦେବେନ୍ଦ୍ର କୁମାର ନାୟକ, ସୋରୋ: ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୫୬ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତ ବାଲେଶ୍ଵର ସୋର ଥାନା ଅଧିନ ପଥରପେଣ୍ଠ ଗ୍ରାମରେ ଯୁଧିଷ୍ଠିର ମଲିକ । ପଡ଼ୋଶୀ ଘରର ଜଣେ ଯୁବତୀଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତା । ଶେଷରେ ଅଭିଯୁକ୍ତ ଗିରଫ ହୋଇଛି । 

ଅଭିଯୋଗ ଅନୁସାରେ, ପୀଡ଼ିତାଙ୍କ ଘର ପାଖରେ ହିଁ ଅଭିଯୁକ୍ତ ଯୁଧିଷ୍ଠିର ମଲିକଙ୍କ ଘର । ପୀଡ଼ିତାଙ୍କୁ କାଠ ଆଣିବା ପାଇଁ ଘରକୁ ଡାକିଥିଲା ଅଭିଯୁକ୍ତ । ପରେ ୧୯ ବର୍ଷୀୟ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ସୋରୋ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।