ଭାବୀସ୍ୱାମୀକୁ ଜେଲ ପଠାଇଥିବା 'ଲେଡି ସିଙ୍ଘମ' ଗିରଫ
Advertisement

ଭାବୀସ୍ୱାମୀକୁ ଜେଲ ପଠାଇଥିବା 'ଲେଡି ସିଙ୍ଘମ' ଗିରଫ

ରାଭା ବର୍ତ୍ତମାନ ନାଗାଁ ଜିଲ୍ଲାର କାଳିଆବୋର ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟ କରୁଛନ୍ତି। ONGCରେ ଟେଣ୍ଡର କରାଇ ଦେବା ନାମରେ ତାଙ୍କ ଭାବି ସ୍ୱାମୀ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବରରେ ରାଭା ଓ ରାଣାଙ୍କ ନିର୍ବନ୍ଧ ସରିଥିଲା ଏବଂ ଚଳିତ ବର୍ଷ ନଭେମ୍ବରରେ ବିବାହ କରିଥାନ୍ତେ। 

ଫାଇଲ ଫଟୋ

ଗୌହାଟୀ: ଚଳିତ ବର୍ଷ ଦୁଇଥର ଚର୍ଚ୍ଚାକୁ ଆସିଥିବା ଆସାମ ପୋଲିସର ମହିଳା ଏସଆଇ ଜୁନମୋନି ରାଭାଙ୍କୁ ଶନିବାର ଗିରଫ କରାଯାଇଛି। ଜାନୁଆରୀ ମାସରେ, ବିହପୁରିଆ ବିଧାୟକ ଅମିଆ କୁମାର ଭୁୟାଁଙ୍କ ସହ ଏକ ଟେଲିଫୋନ୍ କଲର ଅଡିଓ ଲିକ୍ ହେବା ପରେ ସେ ହେଡଲାଇନରେ ଥିଲେ। ଆଉ ମାସେ ପୂର୍ବେ ଏକ ଠକେଇ ମାମଲାରେ ତାଙ୍କ ପ୍ରେମିକାଙ୍କୁ ଗିରଫ କରି ଜୁନମୋନି ଚର୍ଚ୍ଚାକୁ ଆସିଥିଲେ।

ଗତ ମାସରେ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ସବ୍ ଇନ୍ସପେକ୍ଟର ଜୁନମୋନି ରାଭା ତାଙ୍କ ଭାବୀସ୍ୱାମୀ  ରାଣା ପୋଗାଗଙ୍କୁ ଗିରଫ କରିଥିଲେ। ଗିରଫ ପରେ ରାଣା ପୋଗାଗଙ୍କୁ ମଜୁଲି ଜିଲ୍ଲାର ଏକ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ଜାମିନ ଖାରଜ ହେବା ପରେ ରାଣା ଜେଲରେ ଅଛନ୍ତି।

Also Read: ନବୀନ କ୍ୟାବିନେଟର ନବକଳେବର; ଦିଶୁନି ୩୩% ମହିଳା ସଂରକ୍ଷଣ, ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

ରାଭା ବର୍ତ୍ତମାନ ନାଗାଁ ଜିଲ୍ଲାର କାଳିଆବୋର ଥାନାରେ ଏସ୍ଆଇ ଭାବରେ କାର୍ଯ୍ୟ କରୁଛନ୍ତି। ONGCରେ ଟେଣ୍ଡର କରାଇ ଦେବା ନାମରେ ତାଙ୍କ ଭାବି ସ୍ୱାମୀ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବରରେ ରାଭା ଓ ରାଣାଙ୍କ ନିର୍ବନ୍ଧ ସରିଥିଲା ଏବଂ ଚଳିତ ବର୍ଷ ନଭେମ୍ବରରେ ବିବାହ କରିଥାନ୍ତେ। କିନ୍ତୁ ସେହି ଠକେଇ ମାମଲାରେ ରାଣା ବର୍ତ୍ତମାନ ମଜୁଲି ଜେଲରେ ଅଛନ୍ତି। ରାଣା ଗିରଫ ହେବା ପରେ ରାଭାଙ୍କୁ ଲୋକେ 'ଲେଡି ସିଙ୍ଘମ' ବା 'ଡବଙ୍ଗ କପ'ର ଆକ୍ଷା ଦେଇଥିଲେ।

ଦୁଇଜଣ କଣ୍ଟ୍ରାକ୍ଟର, ରାଣା ପୋଗାଗଙ୍କ ବିରୋଧରେ ଦୁଇଟି ପୃଥକ ଏଫ୍ଆଇଆର କରିଥିଲେ। ସେମାନେ ଦାବି କରିଛନ୍ତି ଯେ ସେମାନେ ଏସଆଇ ରାଭାଙ୍କ ମାଧ୍ୟମରେ ରାଣା ସହିତ ପରିଚିତ ହୋଇଥିଲେ। ONGC ଟେଣ୍ଡର ପାଇବା ପାଇଁ ସେମାନେ ତାଙ୍କୁ ଟଙ୍କା ଦେଇଥିଲେ। କଣ୍ଟ୍ରାକ୍ଟରଙ୍କ ସେହି ଏତଲାରେ ରାଭାଙ୍କ ନାମ ଥିଲା। ଯେଉଁଥିପାଇଁ ଦୁଇ ଦିନର ପଚରା ଉଚରା ପରେ ଶନିବାର ଏସଆଇ ରାଭାଙ୍କୁ ଆସାମ ପୋଲିସ ଗିରଫ କରିବା ପରେ ମଜୁଲି ଜିଲ୍ଲା ଜେଲକୁ ନିଆଯାଇଛି।