Crime News: ଡ୍ୟୁଟିକୁ ନେଇ ସହଯୋଗୀକୁ ହତ୍ୟା, ପରେ...
Advertisement
Article Detail0/zeeodisha/odisha1844733

Crime News: ଡ୍ୟୁଟିକୁ ନେଇ ସହଯୋଗୀକୁ ହତ୍ୟା, ପରେ...

Crime News:  ବୌଦ୍ଧ ଖୁଣ୍ଟିଆ ପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ଠାରେ  ଜଘନ୍ୟ ହତ୍ୟାକାଣ୍ତ ଘଟିଛି । ନିଜ ସହଯୋଗୀଙ୍କୁ ଟାଙ୍ଗିଆରେ ହାଣିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ । ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଛାନଭିନ୍ ଚଳାଇଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Crime News: ଡ୍ୟୁଟିକୁ (duty) ନେଇ ଆରମ୍ଭ ହୋଇଥିଲା ବିବାଦ ।  ପରେ ଏହି ବିବାଦ ଉଗ୍ରରୂପ ନେଇଥିଲା। ସାମନ୍ୟ ବଚସାରୁ ଆରମ୍ଭ ହୋଇଥିବା ବିବାଦରେ ଯୋଗୁଁ ବଳି ପଡିଗଲେ ଜଣେ ସିକ୍ୟୁରିଟି ଗାର୍ଡ (Crime News)। ବୌଦ୍ଧ ଖୁଣ୍ଟିଆ ପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ଠାରେ  ଜଘନ୍ୟ ହତ୍ୟାକାଣ୍ତ ଘଟିଛି । ନିଜ ସହଯୋଗୀଙ୍କୁ ଟାଙ୍ଗିଆରେ ହାଣିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ (Security guard killed another Security)। ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଛାନଭିନ୍ ଚଳାଇଛି । ମୃତକ ହେଲେ ରଞ୍ଜନ ପ୍ରଧାନ। ଏବଂ ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟିଆପଡା ଗାଁର ପ୍ରକାଶ ବେହେରା । 

Also Read: Odisha News: ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଭୁବନେଶ୍ବର ଷ୍ଟେସନକୁ ଆସୁଥିବା ଏହି ସବୁ ଟ୍ରେନର ବଦଳିଲା ରୁଟ୍

Also Read: Sawan Last Monday: ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି

ସୂଚନା ଅନୁସାରେ,  ବୌଦ୍ଧ ଥାନା ଯୋଗୀଭଗୋରା ଗାଁରେ ନିର୍ମାଣଧିନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ଦୁଇ ସିକ୍ୟୁରିଟି ଗାର୍ଡ ରଞ୍ଜନ ପ୍ରଧାନ ଓ  ପ୍ରକାଶ ବେହେରା ନିଯୁକ୍ତ ହୋଇଥିଲେ। ପ୍ରକାଶ ବେହେରା ଦିନ ବେଳା ଡ୍ୟୁଟି କରୁଥିବା ବେଳେ ରାତିବେଳେ ରଞ୍ଜନ ଡ୍ୟୁଟି କରନ୍ତି। ତେବେ, ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ନେଇ ରବିବାର ରାତିରେ ବଚସା ହୋଇଥିଲା। ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ଛୋଟବଡ କଥାକୁ ନେଇ ଅନେକ ଥର ଝଗଡା ହୋଇଛି । କିନ୍ତୁ ରବିବାର ରାତିରେ ପ୍ରକାଶ ବେହେରାଙ୍କ ଦିନ ବେଳା ଡ୍ୟୁଟି ଥିବା ବେଳେ ରାତିରେ ରଞ୍ଜନ ପ୍ରଧାନଙ୍କ ଡ୍ୟୁଟି ଥିଲା । ଡ୍ୟୁଟିକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ହତ୍ୟାକାରୀ ଟାଙ୍ଗିଆରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲା ଏବଂ ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ସେ ପୁରୁଣାକଟ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ।