Female Employee Killed By Employer: ମୃତ ଯୁବତୀ ଜଣକ ୨୩ ବର୍ଷିୟା ଦୀପା ବୋଲି ଚିହ୍ନଟ କରାଯାଇଛି। ଦୀପା, ଉତ୍ତର ପଶ୍ଚିମ ଦିଲ୍ଲୀର ଆଜାଦପୁର ଅଞ୍ଚଳସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ ଟେଲିକଲର ଭାବେ କାମ କରୁଥିଲେ। ତାଙ୍କୁ ତାଙ୍କ ବୋସ୍ ବା ନିଯୁକ୍ତିଦାତା ଗୌରବ ବିବାହ ପ୍ରସ୍ତବ ଦେଇଥିଲେ।
Trending Photos
Female Employee Killed By Employer, ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ। ଶନିବାର ସନ୍ଧ୍ୟାରେ ଜଣେ ମହିଳା କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାଟି ଉତ୍ତର ପଶ୍ଚିମ ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଘଟିଛି। ଏକ ଟେଲିକଲର କାର୍ଯ୍ୟାଳୟରୁ ପୋଲିସ ମୃତଦେହକୁ ଜବତ କରିବା ସହ ୩୦୨ ଦଫାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ବୋସ୍ ଫେରାର ଥିବା ସୂଚନା ମିଳିଛି।
ସୂଚନାନୁସାରେ, ମୃତ ଯୁବତୀ ଜଣକ ୨୩ ବର୍ଷିୟା ଦୀପା ବୋଲି ଚିହ୍ନଟ କରାଯାଇଛି। ଦୀପା, ଉତ୍ତର ପଶ୍ଚିମ ଦିଲ୍ଲୀର ଆଜାଦପୁର ଅଞ୍ଚଳସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ ଟେଲିକଲର ଭାବେ କାମ କରୁଥିଲେ। ତାଙ୍କୁ ତାଙ୍କ ବୋସ୍ ବା ନିଯୁକ୍ତିଦାତା ଗୌରବ ବିବାହ ପ୍ରସ୍ତବ ଦେଇଥିଲେ। କିନ୍ତୁ ସେ ଅଗ୍ରାହ୍ୟ କରିବାରୁ ଶନିବାର ସନ୍ଧ୍ୟାରେ ଗୌରବ ଏକ ଧାରୁଆ ଅସ୍ତ୍ରରେ ଦୀପାଙ୍କ ତଣ୍ଟି କାଟିଦେଇଥିଲେ। ଗୌରବ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିବା କୁହାଯାଉଛି।
Also Read: Mysterious Death: ଝିଅର ଜନ୍ମ ଦିନରେ ଗୋଟିଏ ପରିବାରର ଛଅ ମୃତ
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଶନିବାର ସନ୍ଧ୍ୟ ପ୍ରାୟ ସାତଟା ବେଳେ ପିସିଆରକୁ କଲ୍ ଆସିଥିଲା। କେୱାଲ ପାର୍କ ନିକଟ ଏକ ଅଫିସର ଦ୍ୱିତୀୟ ମହାଲାରେ ଜଣେ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା କୁହାଯାଇଥିଲା। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଥିଲା। କିନ୍ତୁ ସେତେବେଳକୁ ଯୁବତୀଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇ ପାଠାଇଥିଲା। ଯୁବତୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ତେବେ ଦୀପାଙ୍କୁ ତାଙ୍କର ହିଁ ବୋସ୍ ଗୌରବ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଭାରତୀୟ ଦଣ୍ଡ ସଂହିତାର ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗୌରବ ହତ୍ୟାକାଣ୍ଡ ଘଟଣା ଫେରାର ହୋଇଯାଇଛି। ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ତେବେ ପ୍ରକୃତରେ କେଉଁ କାରଣ ପାଇଁ ଦୀପାଙ୍କୁ ଏତେ ନିର୍ମମ ଭାବେ ହତ୍ୟା କରାଯାଇଛି ତାହା ଜଣା ପଡିନାହିଁ। ବିବାହ ପ୍ରସ୍ତାବ ଅଗ୍ରାହ୍ୟ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।