ଗୁଣିଆ ସନ୍ଦେହରେ ଗୁଳିମାଡ଼ ଘଟଣା; ପୂର୍ବତନ ମାଓବାଦୀ ଗିରଫ, AK47 ଓ ଗୁଳି ଜବତ
Advertisement

ଗୁଣିଆ ସନ୍ଦେହରେ ଗୁଳିମାଡ଼ ଘଟଣା; ପୂର୍ବତନ ମାଓବାଦୀ ଗିରଫ, AK47 ଓ ଗୁଳି ଜବତ

ଗତ ୭ ଫେବୃଆରୀରେ ଜାଡିଙ୍ଗି ଗାଁର ପାଦ୍ରି ଡମ୍ବୁରୁଧର ମାଝୀଙ୍କ ଉପରକୁ ପ୍ରମୋଦ ମାଝୀ ଗୁଳିମାଡ଼ କରିଥିଲେ। ତେବେ ଗୁଳିମାଡରୁ ଡମ୍ବରୁ ଅଳ୍ପକେ ବର୍ତ୍ତିଯାଇଇଥିଲେ। ଏହି ଘଟଣାକୁ ନେଇ ଅଡବା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶନିବାର ଅଡବା ପୋଲିସ ଜାଡିଙ୍ଗି ଗ୍ରାମରେ ଚଡାଉ କରି ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଓରଫ ସାଗରକୁ ଗିରଫ କରିଛି।

ଡିଜାଇନ୍ ଫଟୋ

ଗଜପତି: ଗୁଣିଆ ସନ୍ଦେହରେ ଗୁଳିମାଡ ଘଟଣାରେ ପୋଲିସ ଗୋଟିଏ AK47 ବନ୍ଧୁକ ସହ ୨୮ ରାଉଣ୍ଡ ଜୀବନ୍ତ ଗୁଳି ଓ ଦୁଇଟି ମେଗାଜିନ ଜବତ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଡଵା ଥାନା ଅନ୍ତର୍ଗତ ଜାଡିଙ୍ଗି ଗାଁର ସାଗର ଓରଫ ପ୍ରମୋଦ ମାଝୀଙ୍କୁ ବି ଗିରଫ କରାଯାଇଛି। ସେ ପୁର୍ବରୁ ମାଓବାଦୀ ଥିଲେ ପରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ଡିଜି ପାଖରେ ଆତ୍ମସମର୍ପଣ କରିଥିଲେ। 

ସୂଚନା ମୁତାବକ, ଗତ ୭ ଫେବୃଆରୀରେ ଜାଡିଙ୍ଗି ଗାଁର ପାଦ୍ରି ଡମ୍ବୁରୁଧର ମାଝୀଙ୍କ ଉପରକୁ ପ୍ରମୋଦ ମାଝୀ ଗୁଳିମାଡ଼ କରିଥିଲେ। ତେବେ ଗୁଳିମାଡରୁ ଡମ୍ବରୁ ଅଳ୍ପକେ ବର୍ତ୍ତିଯାଇଇଥିଲେ। ଏହି ଘଟଣାକୁ ନେଇ ଅଡବା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶନିବାର ଅଡବା ପୋଲିସ ଜାଡିଙ୍ଗି ଗ୍ରାମରେ ଚଡାଉ କରି ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ଓରଫ ସାଗରକୁ ଗିରଫ କରିଛି। ଏହା ସହ ଗାଁ ନିକଟସ୍ଥ ବିଜିକୂପାରି ଜଙ୍ଗଲରେ ଲୁଚାଇ ରଖିଥିବା ଗୋଟିଏ ଏକେ ୪୭, ୨୮ଟି ଅଫୁଟା ଗୁଳି ଓ ୨ଟି ମଗାଜିନକୁ ବି ପୋଲିସ ଜବତ କରିଛି। 

Also Read: ଓଡ଼ିଶାର ଚିନ୍ତା ବଢ଼ାଇଲା Omicron; ଆଉ ୪ ସଂକ୍ରମିତ ଚିହ୍ନଟ, ସରକାର ନେଲେ ଏହି ପଦକ୍ଷେପ

ପୋଲିସର କହିବା ଅନୁସାରେ, କୌଣସି କାରଣରୁ ପ୍ରମଦ ମାଝୀ (ସାଗର)ଙ୍କ ୯ ମାସର ପୁତ୍ର ସନ୍ତାନର ମୃତ ଘଟିଥିଲା। ଯାହାକୁ ନେଇ ଡମ୍ବୁରୁ ମାଝୀ ଓ ତାଙ୍କ ବାପାଙ୍କୁ ସାଗର ଗୁଣୀଆ ସନ୍ଦେହ କରି ଆସୁଥିଲେ। ଏହି ଘଟଣାରୁ ପ୍ରତିଶୋଧ ପରାୟଣ ହୋଇ ଫ୍ରେବୃଆରୀ ୭ରେ ସାଗର ଗୁଳି ଚଳାଇଥିଲେ। ହେଲେ ଡମ୍ବୁରୁଧର ବଞ୍ଚିଯାଇଥିଲେ। ଆଉ ସାଗର ଉକ୍ତ ବନ୍ଧୁକକୁ ଜଙ୍ଗଲରେ ଲୁଚାଇ ଦେଇଥିଲେ।

ଅନ୍ୟପଟେ ଅଭିଯୁକ୍ତ ସାଗର ପୂର୍ବରୁ ମାଓବାଦୀରେ ସମ୍ପୃକ୍ତ ରହିଥିଲେ। ସେ ବିଭିନ୍ନ ମାଓ ହିଂସାରେ ସାମିଲ ରହିଥିଲେ। କିନ୍ତୁ ୨୦୧୮/୧୯ରେ ସେ ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରି ସରକାରୀ ସହାୟତା ପାଇଥିଲେ। ହେଲେ ଆତ୍ମସମର୍ପଣ ସମୟରେ କୌଣସି ଅସ୍ତ୍ର ଜମା କରିନଥିଲେ।