Sundergarh MLA Kusum Tete: ବିଧାୟିକାଙ୍କ ନାଁରେ ଏଫଆଇଆର ଦେଲେ ଜିଏସଟି ଅଧିକାରୀ, ଆଣିଲେ ଏହି ଗୁରୁତର ଅଭିଯୋଗ
Advertisement
Article Detail0/zeeodisha/odisha1463144

Sundergarh MLA Kusum Tete: ବିଧାୟିକାଙ୍କ ନାଁରେ ଏଫଆଇଆର ଦେଲେ ଜିଏସଟି ଅଧିକାରୀ, ଆଣିଲେ ଏହି ଗୁରୁତର ଅଭିଯୋଗ

Sundergarh MLA Kusum Tete: ରାତି ପ୍ରାୟ ୧୦.୪୫ ମିନିଟ ସମୟରେ ବିଧାୟକ କୁସୁମ ଟେଟେ ସଦଳବଳେ ଗୋବର୍ଦ୍ଧନଙ୍କ ଘରେ ପହଞ୍ଚିଥିଲେ। କୁସୁମଙ୍କର ଏହି ଦଳରେ ଗୋବର୍ଦ୍ଧନଙ୍କ ପୁଅ ମଧ୍ୟ ସାମିଲ ରହିଥିଲା। ସେଠାରେ ପହଞ୍ଚିବା ପରେ କୁସୁମ ଓ ତାଙ୍କ ଦଳ ସରକାରୀ ଅଧିକାରୀଙ୍କ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ।

Sundergarh MLA Kusum Tete: ବିଧାୟିକାଙ୍କ ନାଁରେ ଏଫଆଇଆର ଦେଲେ ଜିଏସଟି ଅଧିକାରୀ, ଆଣିଲେ ଏହି ଗୁରୁତର ଅଭିଯୋଗ

Sundergarh MLA Kusum Tete: ଭୁବନେଶ୍ୱର: ସୁନ୍ଦରଗଡ଼ ବିଧାୟିକା (Sundergarh MLA) କୁସୁମ ଟେଟେଙ୍କ (Kusum Tete) ନାଁରେ ଗୁରୁତର ଅଭିଯୋଗ ଆଣିଲେ ଦ୍ରବ୍ୟ ଓ ସେବାକର ଅଧିକାରୀ (Goods and Service Officer)। ଏପରିକି ଥାନାରେ ମଧ୍ୟ ବିଧାୟିକାଙ୍କ (Sundergarh MLA) ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପାଇକମାଳ ଥାନାରେ (Paikamala Police station) ଏହି ମାମଲା ଦେଇଛନ୍ତି ଝାରସୁଗୁଡ଼ା (Jharsuguda) ୟୁନିଟର ଦ୍ରବ୍ୟ ଓ ସେବାକର (Goods and Service Tax) ବିଭାଗର ଅଧିକାରୀ ଆଶିଷ କୁମାର ଦାଶ। ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜୋରଜବରଦସ୍ତି ଛଡ଼ାଇ ନେବାକୁ ଉଦ୍ୟମ କରିଥିବା ତଥା ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଜିଏସଟି ଅଧିକାରୀ ଅଭିଯୋଗ ଆଣିଥିଲେ। କୁସୁମ ଟେଟେଙ୍କ ବିରୋଧରେ ଚଢାଉରେ ସାମିଲ ଥିବା ଆଶିଷ କୁମାର ଦାଶ ଏପରି ଗୁରୁତର ଅଭିଯୋଗ ଆଣିଥିବା ଜଣାପଡ଼ିଛି। ତେବେ ଚଢାଉ ଚାଲିଥିବା ସମୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯିବା ଫଳରେ ମାମଲା ଥାନାରେ ପହଞ୍ଚିଥିଲା। 

ଶ୍ରୀ ଦାଶ କହିଛନ୍ତି ତାଙ୍କ ନେତୃତ୍ୱରେ ଏକ ଟିମ ସୋମବାର ସନ୍ଧ୍ୟାରେ ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରେ ଦ୍ରବ୍ୟ ଓ ସେବାକର ବିଭାଗର ଏକ ଟିମ ଚଢାଉ କରିଥିଲା। ଏହି ଟିମରେ ତାଙ୍କ ସହିତ ସମ୍ବଲପୁର ସର୍କଲ-୧ର ଅତିରିକ୍ତ ରାଜ୍ୟ କର ଆଦାୟ ଅଧିକାରୀ ସୁଶାନ୍ତ ପଟେଲ, ଝାରସୁଗୁଡ଼ା ସର୍କଲର ସୁଜାତା ମହାନ୍ତି ସାମିଲ ଥିଲେ। ଏହି ଟିମ ପାଇକମାଳର ଗୋବର୍ଦ୍ଧନ ଅଗ୍ରଓ୍ୱାଲଙ୍କ ଘରେ ଚଢାଉ ପାଇଁ ପହଞ୍ଚିଥିଲେ। 

ଏହି ସମୟରେ ଗୋବର୍ଦ୍ଧନଙ୍କ ପତ୍ନୀ ତାରାମଣି ଦେବୀ ଜିଏସଟି ଅଧିକାରୀଙ୍କୁ ଅଟକାଇଥିଲେ। ଏହି ଟିମ ଗୋବର୍ଦ୍ଧନଙ୍କ ଘରେ ପହଞ୍ଚିବା ପରେ ନିଜକୁ ଜିଏସଟି ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏପରିକି ତାଙ୍କ ଘରେ ଚଢାଉ କରିବା ପାଇଁ ସମନ ଜାରି ହୋଇଛି ବୋଲି ମଧ୍ୟ ଏକ ଚିଠି ଦେଖାଇଥିଲେ। ତେବେ ଚିଠି ଦେଖିବାକ ପରେ ତାରାମଣୀ ଦେବୀ ଟିମକୁ ଘର ଭିତରକୁ ଛାଡ଼ିଥିଲେ। ଏହା ପରେ ଏହି ଟିମ ଗୋବର୍ଦ୍ଧନ ବାବୁଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ତାଙ୍କ ବ୍ୟବସାୟ ସମ୍ପର୍କିତ ଅନେକ ପ୍ରଶ୍ନ ମଧ୍ୟ କରିଥିଲା ଟିମ। ତେବେ ଏହି ସମୟରେ ଟିମ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଥିଲା। ତେବେ ଏହି ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା।  

ରାତି ପ୍ରାୟ ୧୦.୪୫ ମିନିଟ ସମୟରେ ବିଧାୟକ କୁସୁମ ଟେଟେ ସଦଳବଳେ ଗୋବର୍ଦ୍ଧନଙ୍କ ଘରେ ପହଞ୍ଚିଥିଲେ। କୁସୁମଙ୍କର ଏହି ଦଳରେ ଗୋବର୍ଦ୍ଧନଙ୍କ ପୁଅ ମଧ୍ୟ ସାମିଲ ରହିଥିଲା। ସେଠାରେ ପହଞ୍ଚିବା ପରେ କୁସୁମ ଓ ତାଙ୍କ ଦଳ ସରକାରୀ ଅଧିକାରୀଙ୍କ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ଏପରିକି ବିଧାୟକଙ୍କୁ ଦେଖିବା ପରେ ଗୋବର୍ଦ୍ଧନ ମଧ୍ୟ ଜିଏସଟି ଅଧିକାରୀଙ୍କ ଉପରକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ଅଧିକାରୀମାନେ ଧରିଥିବା ଦସ୍ତାବିଜକୁ ତାଙ୍କ ହାତରୁ ଟାଣି ଆଣିଥିଲେ। ଏଥିରେ କେହି ଦସ୍ତଖତ କରିନଥିବା ଦେଖିବାକୁ ମିଳିଥିଲା। ତେବେ ଖବର ପାଇଁ ପାଇକମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମାମଲାକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲା। ବହୁ ସମୟ ଧରି ଚେଷ୍ଟା କରିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ତେବେ ପାଇକମାଳ ଥାନାକୁ ଯାଇ ଜିଏସଟି ଅଧିକାରୀମାନେ କୁସୁମ ଟେଟେଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ ପଦ୍ମପୁରରେ ଏବେ ଉପନିର୍ବାଚନ ମାହୋଲ ବେଶ ଉଷ୍ମ ରହିଛି। ପାରଦ ଏବେ ଉପରମୁହାଁ ରହିଛି। ଏହାରି ମଧ୍ୟରେ ଉଭୟ ବିଜେପି ଓ ବିଜେଡ଼ି ପରସ୍ପରକୁ କଡ଼ା ଭାଷାରେ ସମାଲୋଚନା କରିବାରେ ବ୍ୟସ୍ତ ରହିଛନ୍ତି। ଏପରିକି ଦିନକ ତଳେ ଇଡ଼ି ଚଢାଉ କରିଥିବା ବେଳେ ଏବେ ଜିଏସଟି ଚଢାଉ ନିର୍ବାଚନୀ ମାହୋଲକୁ ଆହୁରି ଉଷ୍ମ କରିପକାଇଛି। ଏହାକୁ ନେଇ ଏବେ ଉଭୟ ବିଜେପି ଓ ବିଜେଡ଼ି ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ କଡ଼ା ଭାଷାରେ ସମାଲୋଚନା କରୁଛନ୍ତି