Crime News: ସ୍ତ୍ରୀକୁ ହତ୍ୟା ପରେ କିଛି ଏପରି କାମ କରୁଥିଲା ସ୍ବାମୀ, ବାନ୍ଧି ନେଲା ପୋଲିସ
Advertisement

Crime News: ସ୍ତ୍ରୀକୁ ହତ୍ୟା ପରେ କିଛି ଏପରି କାମ କରୁଥିଲା ସ୍ବାମୀ, ବାନ୍ଧି ନେଲା ପୋଲିସ

Crime News- ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ବୃଦ୍ଧଙ୍କୁ ବାନ୍ଧିଛି ପୋଲିସ । ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ଘରେ ଜଳାଉଥିଲେ ବୃଦ୍ଧ ।

ସୌ(ସୋସିଆଲ ମିଡିଆ)

Crime News- ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ପୋଲିସ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ଗିରଫ କରିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ବୃଦ୍ଧଙ୍କୁ ବାନ୍ଧିଛି ପୋଲିସ । ଏହି ବୃଦ୍ଧ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ଘରେ ଜଳାଉଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଗୁରୁଦାସପୁରର ଦିନା ନଗର ପନିୟର ଗ୍ରାମର ଅଟେ । ଗତ ଗୁରୁବାର ଦିନ ରାତିରେ ସଂସାର ଚାନ୍ଦଙ୍କର କୌଣସି କାରଣବଶତଃ ତାଙ୍କ ସ୍ତ୍ରୀ ମହେନ୍ଦ୍ରେଙ୍କ ସହ ଝଗଡ଼ା ହୋଇଥିଲା । ତେବେ ଏଥିରେ ରାଗି ଯାଇ ନିଜ ସ୍ତ୍ରୀକୁ ଖୁବ ଜୋରେ ପିଟିବାକୁ ଲାଗିଥିଲେ । ତେବେ ଏଥିରେ ଗୁରୁତର ଭାବେ ଆହତ ୫୫ ବର୍ଷିୟା ମହେନ୍ଦ୍ରେଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଅଭିଯୁକ୍ତ ସଂସାର ଚାନ୍ଦଙ୍କ କାଠ ଆଣି ଘରେ ହିଁ ମୃତଦେହ ଜଳାଇବା ନେଇ ଯୋଜନା କରିଥିଲା । ତେବେ ଏନେଇ ଅଞ୍ଚଳରେ ଚିଞ୍ଚଲ୍ୟ ଖେଳିଯାଇଥିଲା । ସ୍ଥାନୀୟ ଲୋକେ  ଏନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ପୋଷ୍ଚମୋର୍ଟମ ପାଇଁ ପଠାଇଥିଲା ପୋଲିସ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସଂସାର ଚାନ୍ଦଙ୍କୁ ଗିରଫ କରିଛି ପୋଲିସ  ।

ପୋଲିସର କହିବା ଅନିଯାୟୀ, ସଂସାର ଚାନ୍ଦଙ୍କ ଜଣେ ଦିନ ମଜୁରିଆ ଅଟନ୍ତି । ସବୁବେଳେ ସ୍ତ୍ରୀ ମହେନ୍ଦ୍ରେଙ୍କ ସଂସାର ଚାନ୍ଦ ଝଗଡ଼ା କରିବା ସହ ତାଙ୍କୁ ମାରପିଟ୍ ମଧ୍ଯ କରୁଥିଲେ । ଏହି ଦମ୍ପତ୍ତିଙ୍କ ପୁଅ ହିମାଚଳ ପ୍ରଦେଶରେ ରହି କାମ କରନ୍ତି ।  ତେବେ ବର୍ତ୍ତମାନ ସମୟରେ ଏଭଳି ବହୁ ଘଟଣା ସାମ୍ନାକୁ ଆସିଛି । ଶ୍ରଦ୍ଧା ୱାକର ହତ୍ୟା ମାମଲା ଲୋକଙ୍କ ମନରୁ ନ ଲିଭିଥିବା ବେଳେ ନିକଟରେ ନିକି ଯାଦବ ମର୍ଡ଼ର କେସକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି । ଲିଭ-ଇନ୍ ରିଲେସନସିପରେ ରହୁଥିବା ପ୍ରେମିକା ନିକିଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ହତ୍ୟାକାରୀ ସାହିଲ ମୃତଦେହକୁ ଦିଲ୍ଲୀ ନଜଫଗଡ଼ର ମିତାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରେ ରଖିଥିଲେ । ପରେ ଏନେଇ ପୋଲିସକୁ ଖବର ମିଳିବା ପରେ ସାହିଲ ଗେହଲଟଙ୍କୁ ଗିରଫ କରିଛି ପୋଲିସ ।