ଜୟପୁର ହାଜତ ମୃତ୍ୟୁ ମାମଲା: ଆକାଶଙ୍କ ଭଉଣୀ କଲେ ବଡ଼ ଖୁଲାସା, ମାସେ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା!
ଜୟପୁରର ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ୨୦୧୭ ମସିହାରେ ହୋଇଥିବା ମୃତ୍ୟୁ ଏବେ ହତ୍ୟାକାଣ୍ଡର ରୂପ ନେଇଛି। ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀଙ୍କ ନାମରେ ଆପିସିର ଧାରା ୩୦୨ରେ ମାମଲା ରୁଜୁ ହୋଇଛି।
କୋରାପୁଟ: ବହୁଚର୍ଚ୍ଚିତ ୨୦୧୭ ଜୟପୁର ହଜାତ ମୃତ୍ୟୁ ମାମଲାରେ ଏକ ଖୁଲାସା ହୋଇଛି। ଆକାଶ ମହୁରିଆଙ୍କ ହତ୍ୟା କରିବା ପାଇଁ ପୋଲିସ ମାସେ ପୂର୍ବରୁ ଯୋଜନା କରିଥିଲା। ଡିଆଜି ଓ ଏସପି ଏହି ବିଷୟରେ ଜାଣିଥିଲେ ବୋଲି ମୃତ ଆକାଳଙ୍କ ବଡ ଭଉଣୀ ମାନସୀ ମହୁରିଆ ଅଭିଯୋଗ କରିଛନ୍ତି।
ଜୟପୁରର ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ୨୦୧୭ ମସିହାରେ ହୋଇଥିବା ମୃତ୍ୟୁ ଏବେ ହତ୍ୟାକାଣ୍ଡର ରୂପ ନେଇଛି। ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀଙ୍କ ନାମରେ ଆପିସିର ଧାରା ୩୦୨ରେ ମାମଲା ରୁଜୁ ହୋଇଛି। ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି।
Also Read: ଜୟପୁରରେ 'ଜୟ ଭୀମ'
ଏହାରି ମଧ୍ୟରେ ମୃତ ଆକାଶ ମହୁରିଆଙ୍କ ବଡ ଭଉଣୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମାନସୀ କହିଛନ୍ତି ଯେ, ଆକାଶ ମହୁରିଆ ଆତ୍ମସମର୍ପଣ କରୁ ନଚେତ ତାକୁ ମାରି ଦେବୁ ବୋଲି ଜୟପୁର ଟାଉନ ପୋଲିସ ୧୦୧୬ ଡିସେମ୍ବରରେ ତାଙ୍କ ପରିବାରକୁ କହିଥିଲା। ଏଥିରେ ଭୟଭୀତ ହୋଇ ପରିବାର ଲୋକ କୋରାପୁଟର ତତକାଳୀନ ଏସପି ଓ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସାକ୍ଷାତ କରି ଆକାଶଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ।
ଆକାଶଙ୍କ ପରିବାରଠୁ ପୋଲିସର ଯୋଜନା ବିଷୟରେ ଜାଣି ସୁଧା ଏସପି ଓ ଦକ୍ଷିଣାଞ୍ଚଳ ଡିଆଇଜି କୌଣସି ପଦକ୍ଷେପ ନେଇନଥିଲେ। ପୋଲିସ ଡରେଇବା ପାଇଁ ସେମିତି କହୁଛି, କିଛି କରିବ ନାହିଁ ବୋଲି ସେମାନେ ପରିବାକୁ ଆଶ୍ୱାସନା ଦେଇଥିଲେ। କିନ୍ତୁ ୨୦୧୭ ଜାନୁୟାରୀ ୩୦ ତାରିଖରେ ଆକାଶକୁ ସତରେ ମାରିଦେଇଥିଲେ। ପଞ୍ଚନାମା ବେଳେ ଆକାଶର ଶରୀରର ଉଭୟ ପାର୍ଶ୍ୱ କ୍ଷତବିକ୍ଷତ ହୋଇଥିବା ମାନସୀ ମହୁରୀଆ କହିଛନ୍ତି।
Also Read: ସଂସଦରେ ଅସୁରକ୍ଷିତ ମହିଳା ସାଂସଦ, ଉତ୍ପୀଡନର ଶିକାର ୬୩%
ସେ ପୁଣି କହିଛନ୍ତି ଯେ, ଗୋଟିଏ ମାମଲାରେ ଆକାଶର ବାପା, ମାଆ ଓ ଭଉଣୀକୁ ପୋଲିସ ଜେଲ ପଠାଇଥିଲା। ଆକାଶକୁ ଜୟପୁରର ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତି, ଜୟପୁର ଟାଉନ ଥାନାର ପୂର୍ବତନ ଥାନାଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ ଓ ରାଜେଶ ବଳିଆରସିଂ ମାରିଛନ୍ତି। ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଆକାଶକୁ ନ୍ୟାୟ ଦେବା ପାଇଁ ମାନସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଜାନୁଆରୀ ୩୦ ତାରିଖରେ ଜୟପୁରର ଆକାଶ ମହୁରିଆ ନାମକ ଜଣେ ଦାଗୀ ଅପରାଧିଙ୍କ ମୃତ୍ୟୁ ହୋଇଥିଲା। କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଆକାଶଙ୍କ ନାମରେ ୧୦ରୁ ଊର୍ଦ୍ଧ୍ୱ ମାମଲା ଥିଲା। ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଗାଡିରୁ ପଡି ଯିବାରୁ ଆକାଶର ମୃତ୍ୟୁ ହୋଇଥିବା ଜୟପୁର ପୋଲିସ ଦାବି କରିଥିଲା। କିନ୍ତୁ ଆକାଶକୁ ପୋଲିସ ଉଠାଇ ନେଇ ପିଟି ପିଟି ମାରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।