ସଂସଦରେ ଅସୁରକ୍ଷିତ ମହିଳା ସାଂସଦ, ଉତ୍ପୀଡନର ଶିକାର ୬୩%
Advertisement
Article Detail0/zeeodisha/odisha1039088

ସଂସଦରେ ଅସୁରକ୍ଷିତ ମହିଳା ସାଂସଦ, ଉତ୍ପୀଡନର ଶିକାର ୬୩%

ଅଷ୍ଟ୍ରେଲିଆ ମାନବ ଅଧିକାର ଆୟୋଗର ରିପୋର୍ଟ ଅନୁଯାୟୀ, ୩୩ଟି ବିଭିନ୍ନ ସଂଗଠନର ୧୭୨୩ ଜଣ କହିଛନ୍ତି ଯେ, ପ୍ରାୟ ୩୩ ପ୍ରତିଶତ କର୍ମଚାରୀ ଅନ୍ତତ ପକ୍ଷେ ଥରେ ନିର୍ଯାତନାର ଶିକାର ହୋଇଛନ୍ତି। 

ଡିଜାଇନ୍ ଫଟୋ

ସିଡନୀ: ଅଷ୍ଟ୍ରେଲିଆ ସଂସଦରେ ମହିଳା କର୍ମଚାରୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଅଷ୍ଟ୍ରେଲିଆ ମାନବ ଅଧିକାର ଆୟୋଗର ରିପୋର୍ଟ ଅନୁଯାୟୀ ପ୍ରାୟ ୬୩ ଜଣ ମହିଳା ସାଂସଦ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଏହି ଘଟଣା ସଂସଦ ଭିତରେ ଏହି ଘଟଣା ଘଟିଛି। 

ଅଷ୍ଟ୍ରେଲିଆ ମାନବ ଅଧିକାର ଆୟୋଗର ରିପୋର୍ଟ ଅନୁଯାୟୀ, ୩୩ଟି ବିଭିନ୍ନ ସଂଗଠନର ୧୭୨୩ ଜଣ କହିଛନ୍ତି ଯେ, ପ୍ରାୟ ୩୩ ପ୍ରତିଶତ କର୍ମଚାରୀ ଅନ୍ତତ ପକ୍ଷେ ଥରେ ନିର୍ଯାତନାର ଶିକାର ହୋଇଛନ୍ତି। ଏଥିସହିତ ୫୧ ପ୍ରତିଶତ ମହିଳା ଦୁର୍ବ୍ୟବହାର ଶିକାର ହୋଇଛନ୍ତି। କେବଳ ଏତିକି ନୁହେଁ, ଯାଞ୍ଚ ରିପୋର୍ଟରେ ଅଷ୍ଟ୍ରେଲିଆ ସଂସଦ (Australia Parliament) ବିଷୟରେ ଅନେକ ଖୁଲାସା ମଧ୍ୟ କରାଯାଇଛି।

Also Read: କ୍ରାଇମ୍ କ୍ୟାପିଟାଲ୍ ଭୁବନେଶ୍ୱର! ବିକାଶରେ ପଛଆଡୁ ୧୩, ଅପରାଧରେ ଉପରୁ ୭

ସରକାରଙ୍କ ଜଣେ ପୂର୍ବତନ ପରାମର୍ଶଦାତା, ସଂସଦ ଭିତରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପରେ ପ୍ରଶାସନ ସତର୍କ ହୋଇଯାଇଥିଲା। ଅଷ୍ଟ୍ରେଲିଆ ସରକାର ଏହାର ଯାଞ୍ଚ ମାନବାଧିକାର କମିଶନଙ୍କ ଦ୍ୱାରା କରାଇଥିଲେ। ତେବେ ତଦନ୍ତ ସମୟରେ ହୋସ ଉଡିଗଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଭୟଭୀତ ଅଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଏକ ଅଭିଯୋଗ ଆସିଥିଲା ​​ଯେ, ସେ ମହିଳା ସାଂସଦମାନଙ୍କ ସହିତ ହେଉଥିବା ଦୁର୍ବ୍ୟବହାର ବିଷୟରେ ଚୁପ୍ ରହୁଛନ୍ତି।

ପଚରାଉଚରା ବେଳେ ଜଣେ ପୁରୁଷ ସାଂସଦ କହିଛନ୍ତି ଯେ, ମହିଳାଙ୍କୁ ଚୁମ୍ବନ ଦେବା, ଉଠାଇବା, ଛୁଇଁବା, କମେଣ୍ଟ କରିବାରେ କ’ଣ ଭୁଲ୍ ଅଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମହିଳାଙ୍କୁ ନିର୍ଯାତନା ଦେବା ହେତୁ ତାଙ୍କର ଏବଂ ତାଙ୍କ ଟିମ ଉପରେ ବହୁତ ଖରାପ ପ୍ରଭାବ ପଡିଛି। ଏଭଳି ମାମଲା ସାମ୍ନାକୁ ଆସିବା ପରେ ସଂସଦର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି।