ପ୍ରଧାନ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ୬ ଆଦିବାସୀ ହଷ୍ଟେଲ ଛାତ୍ରୀ
Advertisement

ପ୍ରଧାନ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ୬ ଆଦିବାସୀ ହଷ୍ଟେଲ ଛାତ୍ରୀ

ଆଦିବାସୀ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରରେ ଥିବା ଛାତ୍ରୀ ହଷ୍ଟେଲ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଛାତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଶଶୀଧର ନାଏକ ଅସାଦଚରଣ କରୁଥିବା ନେଇ ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି।

ଡିଜାଇନ୍ ଫଟୋ

କଳାହାଣ୍ଡି: ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ଦାଗ ଲାଗିଛି। ଆବାସିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡନ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ୬ ଜଣ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରସ୍ଥିତ ଆବାସିକ ସ୍କୁଲରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଶନିବାର ସ୍କୁଲର ୬ ଜଣ ଅନ୍ତେବାସୀ ହଷ୍ଟେଲ ଛାଡିବାରୁ ସମ୍ପୂର୍ଣ୍ଣ ଘଟଣାକ୍ରମ ସାମନାକୁ ଆସିଛି। 

ଆଦିବାସୀ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରରେ ଥିବା ଛାତ୍ରୀ ହଷ୍ଟେଲ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଛାତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଶଶୀଧର ନାଏକ ଅସାଦଚରଣ କରୁଥିବା ନେଇ ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ପ୍ରଧାନଶିକ୍ଷକ ବିନା ଅନୁମତିରେ ଛାତ୍ରୀ ହଷ୍ଟେଲକୁ ଅନୁପ୍ରବେଶ କରି ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ଓ ସେମାନଙ୍କୁ କୁଣ୍ଡେଇବା ସହ ଅସାଦଚରଣ କରୁଥିଲେ। ଅଭିଯୋଗ କଲେ ଛାତ୍ରୀ ସ୍କୁଲରୁ ବହିଷ୍କାର କରିବାକୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଧମକ ଦେଉଥିବା ଅଭିଯୋଗ ହୋଇଛି।

Also Read: ମଦ୍ୟପଙ୍କୁ ସାବାଡ୍ କରିବେ ରାଜ୍ୟ ସରକାର, ନେବାକୁ ଯାଉଛନ୍ତି ଏହି ବଡ଼ ପଦକ୍ଷେପ

ମିଳିଥିବା ସୂଚନାନୁସାରେ, ଶନିବାର ମଧ୍ୟହ୍ନରେ ଆଦିବାସୀ ଆବାସିକ ବିଦ୍ୟାଳୟର ୬ ଜଣ ଛାତ୍ରୀ ହଷ୍ଟେଲ ଛାଡି ଘରକୁ ଯାଉଥିଲେ। ଏହି ସମୟରେ କିଛି ଗ୍ରାମବାସୀ ସେମାନଙ୍କୁ ହଷ୍ଟେଲ ଛାଡିବାର କାରଣ ପଚାରି ଥିଲେ। ଆଉ ଛାତ୍ରୀମାନଙ୍କ ଉତ୍ତର ଶୁଣି ଗ୍ରାମବାସୀଙ୍କ ହୋସ ଉଡିଗଲା। ଗତ ବର୍ଷେ ହେବ ସ୍କୁଲର ପ୍ରଧାନ ଶିକ୍ଷକ ଶଶୀଧର ନାୟକ ସେମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଛାତ୍ରୀମାନେ କହିଥିଲେ। ଏହାପରେ ଗ୍ରାମବାସୀମାନେ ସେହି ଛାତ୍ରୀଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ପରେ ସମସ୍ତେ ମିଶି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଛାତ୍ରୀମାନଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶଶୀଧର ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଖବର ଦିଆଯାଇଛି। ଥୁଆମୂଳ ରାମପୁର ବିଇଓ, ବିଡ଼ିଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ମାମଲାର ତଦନ୍ତ କରିଛନ୍ତି। ପୀଡିତାମାନେ ପଞ୍ଚମରୁ ଦଶମ ଶ୍ରେଣୀର ଛାତ୍ରୀ ଥିଲେ। ଗୋପୀନାଥପୁରସ୍ଥିତ ଆଦିବାସୀ ଆବାସିକ ସ୍କୁଲରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଅଛି। 

Also Read: Neemuch Mob Lynching: ମୁସଲମାନ ଭାବି ଜୈନ ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ, ବିଜେପି ନେତା

ସେପଟେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ସ୍କୁଲର ରୋଷେୟା ମଦନାବତୀ ତାଙ୍କ ବିରୁଦ୍ଧରେ ଏହି ଷଡଯନ୍ତ୍ର କରିଛନ୍ତି। ଏଥିଲେ ଛାତ୍ରୀମାନଙ୍କର କୌଣସି ଦୋଷ ନାହିଁ। ମଦନାବତୀ ବାରମ୍ବାର କାହାକୁ କିଛି ନ କହି ଛୁଟିରେ ଯାଆନ୍ତି, କିଛି କହିଲେ ରେପ୍ କେସରେ ଫସେଇ ଦେବାକୁ ଧମକ ଦିଅନ୍ତି। ପୂର୍ବରୁ ବି ସେ ଏଭଳି ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ଅଭିଯୋଗର କୌଣସି ସତ୍ୟତା ନାହିଁ, ଏହା ଏକ ସୁକଳ୍ପିତ ଷଡଯନ୍ତ୍ର ବୋଲି ପ୍ରଧାନଶିକ୍ଷକ ଶଶୀଧର ନାୟକ କହିଛନ୍ତି।