Karnataka: ଶିକ୍ଷକଙ୍କୁ ନିର୍ଘାତ ପିଟିଲେ ଛାତ୍ରୀ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1488573

Karnataka: ଶିକ୍ଷକଙ୍କୁ ନିର୍ଘାତ ପିଟିଲେ ଛାତ୍ରୀ, ଜାଣନ୍ତୁ କାରଣ

Mandya News: ମିଡ଼ିଆ ରିପୋର୍ଟ ଅନୁସାରେ ଶିକ୍ଷକଙ୍କୁ ମାଡ଼ ମରାଯିବା ଘଟଣା ଗତ ୧୪ ତାରିଖ ରାତିର ବୋଲି ଜଣାପଡ଼ିଛି। ଏହି ଘଟଣା ଘଟିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଛାତ୍ରୀଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡ଼ିଓ ବନାଇ ଦେଇଥିଲେ। ଯାହା ସୋସିଆଲ ମିଡ଼ିଆ ଜରିଆରେ ବେଶ ଭାଇରାଲ ହେବାରେ ଲାଗିଛି।

 Karnataka: ଶିକ୍ଷକଙ୍କୁ ନିର୍ଘାତ ପିଟିଲେ ଛାତ୍ରୀ, ଜାଣନ୍ତୁ କାରଣ

Student Beaten the Teacher: ସଦ୍ୟ କର୍ଣ୍ଣାଟକ ମାଣ୍ଡ୍ୟ  ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାରେ କିଛି  ଛାତ୍ରୀ ଜଣେ ଶିକ୍ଷକଙ୍କୁ ମାଡ ମାରିଛନ୍ତି।  ଏଠାରେ ଛାତ୍ରୀ  ତାଙ୍କ ଶିକ୍ଷକଙ୍କୁ ବାଡିରେ ପିଟିଥିଲେ। ଏଠାରେ ଜଣେ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବାର  ଅଭିଯୋଗ ହୋଇଛି। ଅସଦାଚରଣକୁ ନେଇ ତାତି ଉଠିଥିଲେ ଛାତ୍ରୀ। ଏନେଇ ଖବର ପାଇବା ପରେ ମାଣ୍ଡ୍ୟ ପୋଲିସ ଅସଦାଚରଣ ଘଟଣାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏହି ଅସଦାଚରଣ ଘଟଣା ମାଣ୍ଡ୍ୟ ଜିଲ୍ଲାର ପାଣ୍ଡବପୁର ତାଲୁକା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅସଦାଚରଣ ମାମଲାରେ ଅଭିଯୁକ୍ତ ଶିକ୍ଷକ ଅଟକ ରଖିଛି। ଏହି ଘଟଣାରେ ପୋଲିସ ଶିକ୍ଷକଙ୍କୁ ଜେରା କରୁଛି। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି।

ମିଡ଼ିଆ ରିପୋର୍ଟ ଅନୁସାରେ ଶିକ୍ଷକଙ୍କୁ ମାଡ଼ ମରାଯିବା ଘଟଣା ଗତ ୧୪ ତାରିଖ ରାତିର ବୋଲି ଜଣାପଡ଼ିଛି। ଏହି ଘଟଣା ଘଟିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଛାତ୍ରୀଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡ଼ିଓ ବନାଇ ଦେଇଥିଲେ। ଯାହା ସୋସିଆଲ ମିଡ଼ିଆ ଜରିଆରେ ବେଶ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତାଙ୍କ ବିରୋଧରେ POCSO ଏବଂ ଆଇପିସି ଅନ୍ୟାନ୍ୟ ବିଭାଗ ଅଧୀନରେ ମାମଲା ରୁଜୁ ହୋଇଛି।

ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ଦେଖାଉଥିଲେ ଏବଂ ଅନୁପଯୁକ୍ତ ଭାବେ ସେମାନଙ୍କୁ ସ୍ପର୍ଶ କରୁଥିଲେ। ପ୍ରଥମେ କିଛି ଛାତ୍ରୀ ଭୟଭୀତ ହୋଇ ଏହି ଘଟଣାରେ କୌଣସି ଅଭିଯୋଗ କରିନଥିଲେ। ହେଲେ ପରେ ସେମାନେ ଏକତ୍ରୀତ ହୋଇ ଶିକ୍ଷକଙ୍କୁ ମାଡ଼ ମାରିଥିଥିଲେ। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ବୁଧବାର ରାତିରେ ମଧ୍ୟ ଶିକ୍ଷକ ଜଣ ହଷ୍ଟେଲ ମଧ୍ୟରେ ଜଣେ ଛାତ୍ରୀଙ୍କୁ ସ୍ପର୍ଶ କରିଥିଲେ। ଏହା ପରେ ଅନ୍ୟ ଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କୁ ମାଡ ମାରିବା ଆରମ୍ଭ କରି ଦେଇଥିଲେ।