ଭିତରକନିକା ରେ ନିଆରା ଲାଇବ୍ରେରୀ,ପାଣିରେ ବୁଲିବ ଲାଇବ୍ରେରୀ
Advertisement
Article Detail0/zeeodisha/odisha1210469

ଭିତରକନିକା ରେ ନିଆରା ଲାଇବ୍ରେରୀ,ପାଣିରେ ବୁଲିବ ଲାଇବ୍ରେରୀ

କେନ୍ଦ୍ରାପଡା (ତ୍ରିଲୋଚନ ଦାସ) - ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ଲାଇବ୍ରେରୀ ଆପଣ ଦେଖିଥିବେ । କିନ୍ତୁ ଆପଣଙ୍କୁ ଆମେ ଏକ ନିଆରା ଲାଇବ୍ରେରୀ ବିଷୟରେ ସୂଚନା ଦେବା ପାଇଁ ଯାଉଛୁ । ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଜୈବ ବିବିଧତା , ପ୍ରାକୃତିକ ସୋଭା ରାଜି , ହେନ୍ତାଳବଣ ଓ ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡି ଶାଳ ଭାବେ ବେଶ ଖ୍ୟାତି ଅର୍ଜନ କରିଛି । ଯେଉଁଥିପାଇଁ ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକ ଭିତରକନିକା ବୁଲି ଆସିଥାନ୍ତି। ଭିତରକନିକା ରେ ପ୍ରଥମ କରି ନୂତନ ବୋଟ ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଛି ।

 

ଭିତରକନିକା ରେ ନିଆରା ଲାଇବ୍ରେରୀ,ପାଣିରେ ବୁଲିବ ଲାଇବ୍ରେରୀ

ଗତକାଲି ବିଶ୍ବ ପରିବେଶ ଦିବସ ଅବସରରେ ଏହି ଲାଇବ୍ରେରୀ ଉଦ୍ ଘାଟନ କରିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ନଦୀ ରେ ଚାଲୁଥିବା ବୋଟ ଟି ଖରାପ ହୋଇଯିବାରୁ ଭିତରକନିକା ପରିସରରେ ପଡି ଖତ ଖାଉଥିଲା । ସେହି ବୋଟ ଟିକୁ ମରାମତି କରାଯିବା ସହ ସୁସଜ୍ଜିତ କରାଯାଇ ତାହା ମଧ୍ୟରେ ଲାଇବ୍ରେରୀ କରାଯାଇଛି ଏବଂ ଏହି ବୋଟରେ  ଲାଇବ୍ରେରୀ ମଧ୍ୟରେ ପଢିବା ପାଇଁ ବିଭିନ୍ନ ପ୍ରକାର ବହି ରଖାଯାଇଛି । ବିଶେଷ କରି ସ୍କୁଲ ପିଲାମାନଙ୍କ ପାଇଁ ଏହି ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳିଛି । ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକ ମାନଙ୍କ ସହିତ ଆସୁଥିବା ଛୋଟ ପିଲା ଏବଂ ସ୍କୁଲ ପିଲାମାନେ ଏହି ଲାଇବ୍ରେରୀ ର ମଜା ନେଇ ପାରିବେ । 

ଏହା ନଦୀ ମଧ୍ୟରେ ନୁହେଁ ଭିତରକନିକା କନିକା ରେଞ୍ଜ କ୍ୟାମ୍ପସ ପରିସରରେ ସ୍ଥଳଭାଗ ରେ ଏହି ବୋଟ ଲାଇବ୍ରେରୀ ରଖାଯାଇଛି । ଆଲୋକ ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ସୁଯୋଗ ର ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କ ପାଇଁ ପରିବେଶ,ଜୀବଯନ୍ତୁ,ଭିତରକନିକା ଜୈବ ବିବିଧତା ,ବଉଳା କୁମ୍ଭରର ଜୀବନଶୈଳୀ , ବିଭିନ୍ନ ଗଛ, ହେନ୍ତାଳ ,ଗ୍ଲୋବସ,ବିଜ୍ଞାନ ଓ ଭୂଗୋଳ ସମ୍ଭନ୍ଧିୟ ବହି ରଖାଯାଇଛି । ଏହି ଲାଇବ୍ରେରୀ ବିଶ୍ବ ପରିବେଶ ଦିବସ ଅବସରରେ ସ୍କୁଲ ପିଲାମାନଙ୍କୁ ନେଇ ରାଜନଗର ବନଖଣ୍ଡ ଅଧିକାରୀ ଡା ଯଜ୍ଞଦତ୍ତ ପତି ଉଦ୍ ଘାଟନ କରିଛନ୍ତି । ପର୍ଯ୍ୟଟନ ଋତୁରେ ଭିତରକନିକା ବୁଲି ଆସୁଥିବା ସ୍କୁଲ ଛାତ୍ରଛାତ୍ରୀ ମାନେ ଏହାର ଉପକାର ପାଇପାରିବେ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଏହି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି । ଏହା ଦ୍ବାରା ଭିତରକନିକା ସଂପର୍କରେ ଛାତ୍ରଛାତ୍ରୀ ମାନେ ଅଧିକ ରୁ ଅଧିକ ତଥ୍ୟ ପାଇ ପାରିବେ ।