ଭୁବନେଶ୍ବର: ପୁଣି ଥରେ ଧରା ହେଲା ବଜ୍ରକାପ୍ତା। ରାଜ୍ୟରୁ ବିଦେଶକୁ ଚୋରାଚାଲାଣ ବେଳେ କ୍ରାଇମବ୍ରାଂଚ ହାବୁଡାରେ ପଡିଲା ବଜ୍ରକାପ୍ତା ରାକେଟର ମେମ୍ବର। ୫୦ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା କରିବା ବେଳେ କଟକ ବଡମ୍ବା ଅଂଚଳରୁ ଗିରଫ କରିଛି କ୍ରାଇମବ୍ରାଂଚ STF । ତିନି ବର୍ଷ ତଳେ ବଜ୍ରକାପ୍ତା ରାକେଟର ବିଦେଶ ଲିଙ୍କ ନେଇ ସୁରାକ ପାଇବା ପରେ ଇଣ୍ଟରପୋଲକୁ ଚିଠି ଲେଖି ଥିଲେ ମଧ୍ୟ ସେଭଳି କୌଣସି ସଫଳତା ପାଇ ପାରିଲାନି କ୍ରାଇମବ୍ରାଂଚ। ଏବେ ପୁଣି ବଡ ବେପାରୀ ଧରା ପଡିବା ପରେ ତଦନ୍ତ କେତେ ଦୂର ଯିବ ତାହାକୁ ରହିଛି ଅପେକ୍ଷା। 


COMMERCIAL BREAK
SCROLL TO CONTINUE READING

ଦିନ କେଇଟା ଅନ୍ତରରେ ରାଜ୍ୟ ବାହାରକୁ ଚାଲାଣ ହେଉଛି ବଜ୍ରକାପ୍ତା (pangolin trafficking) । ଲକ୍ଷ ଲକ୍ଷ ଟଙ୍କାରେ ରାଜ୍ୟ ବାହାରକୁ ଡିଲ୍ ହେଉଛି ବିରଳ ଜନ୍ତୁ। ବିଦେଶରେ ଚାହିଦା ଥିବାରୁ ଓଡିଶାର ବିଭିନ୍ନ ଜଙ୍ଗଲରୁ ବଜ୍ରକାପ୍ତା ଚାଲାଣ ହେଉଛି। କଟକ ବଡମ୍ବା ଜଙ୍ଗଲରୁ ଏଭଳି ଏକ ବଜ୍ରକାପ୍ତା ଚାଲାଣ ବେଳେ କ୍ରାଇମବ୍ରାଂଚ ହାତରେ ଲାଗିଛି। ପ୍ରାୟ ୫୦ ଲକ୍ଷ ଟଙ୍କାରେ ବଜ୍ରକାପ୍ତାକୁ ରାଜ୍ୟ ବାହାର ଦଲାଲଙ୍କୁ ବିକ୍ରି କରିବାକୁ ଯୋଜନା କରିବା ବେଳେ ଅଭିଯୁକ୍ତ ଗିରଫ ହୋଇଛି। ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୪ କିଲୋ ଥିବା ବେଳେ ରାଜ୍ୟ ବାହାରେ ଏହାକୁ କିଲୋ ପ୍ରତି ୨ରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ ବୋଲି ଏସଟିଏଫ ଏସପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ବଜ୍ରକାପ୍ତାକୁ କାହାକୁ ବିକ୍ରି କରିବାକୁ ଚେଷ୍ଟା କରାଯାଉଥିଲା ତାହା ଜାଣିବା ପାଇଁ ଅଧିକ ଜେରା କରାଯିବ ବୋଲି କୁହାଯାଇଛି।


Also Read: କେତେ ଭିତରେ ଦଲାଲରାଜ୍ ଚେର ?


ବିଲୁପ୍ତ ପ୍ରାୟ ବଜ୍ରକାପ୍ତା (pangolin) ଛାଲର ବେଆଇନ ବିକ୍ରି ଘଟଣାରେ କ୍ରାଇମବ୍ରାଂଚ (Odisha Crime branch) ୨୦୧୭ରେ ଶାମସୁଦ୍ଦିନ ଓ ତଙ୍କ ପୁଅ ଆଲ୍ଲାରଖାଙ୍କୁ ଗିରଫ କରିଥିଲା। ଆନ୍ତଃରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ଚୋରାଚଚାଲାଣର ଚେର ଖୋଜିବାକୁ ଚେଷ୍ଟା ଚଲାଇଥିଲା ପୋଲିସ। ଆଲ୍ଲାରଖାଙ୍କୁ ମଧ୍ୟପ୍ରଦେଶରୁ ବନ୍ୟଜନ୍ତୁ ଚୋରାଚାଲାଣ ବେଳେ ପୂର୍ବରୁ ଗିରଫ କରାଯାଇଥିଲା। ବାପା ପୁଅର ଗିରଫଦାରୀ ପରେ ବଜ୍ରକାପ୍ତା ଚୋରାଚାଲାଣର ଚେର ନୟାଗଡ ଦଶପଲ୍ଲା, ବୌଦ୍ଧ, କନ୍ଧମାଳ, ମୟୂରଭଂଜରୁ ଆରମ୍ଭ କରି ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ନେପାଳ ଦେଇ ମିଆଁମାର, ଚୀନ ଯାଏ ଲମ୍ବିଥିବା ଜଣାପଡିଥିଲା। ପୂର୍ବରୁ ମେଘାଳୟରେ ଥିବା ଦଲାଲ ଲାଲଟେନ୍ କୁଙ୍ଗାକୁ ମଧ୍ୟ କ୍ରାଇମବ୍ରାଂଚ ଗିରଫ କରିଥିଲା। ଏହା ସହ ଦେଶ ବାହାରେ ଥିବା ସେମାନଙ୍କ ଗ୍ରାହକଙ୍କ ନାଁ ପଦାକୁ ଆସିଥିଲା।


କେବଳ ଓଡିଶା (Odisha) ନୁହଁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଭଳି ରାଜ୍ୟରୁ ମଧ୍ୟ ହେଉଥିଲା ବନ୍ୟ ଜନ୍ତୁଙ୍କ ଚୋରାଚାଲାଣ। ଏହାର ପ୍ରମାଣ ପାଇବା ପରେ ଗୃହ ବିଭାଗକୁ ଯୋଗାଯୋଗ କରି ଇଣ୍ଟରପୋଲର (Interpoll) ସହାୟତା ଲୋଡିଥିଲା କ୍ରାଇମବ୍ରାଂଚ। ସେପଟେ କୌଣସି ସଫଳତା ପାଇବାକୁ ଅପେକ୍ଷା କରିଥିବା କ୍ରାଇମବ୍ରାଂଚକୁ ପୁଣି ଏଭଳି ଏକ ରାକେଟ ଠାବ କରିବା ପରେ ଆନ୍ତରାଷ୍ଟ୍ରୀୟ ରାକେଟ (Intrnational rackets) ନେଇ ଯଥେଷ୍ଟ ପ୍ରମାଣ ପାଇଛି କ୍ରାଇମବ୍ରାଂଚ।


Also Read: ନିପଟ ମଫସଲରୁ ମଙ୍ଗଳ ଗ୍ରହ ଭାୟା ନାସା


ଓଡିଶାରେ ପ୍ରାୟ ୩୩ ପ୍ରତିଶତରୁ ଅଧିକ ଜଙ୍ଗଲ ରହିଛି। ଏଠାରେ ଅନେକ ବିଲୁପ୍ତ ପ୍ରାୟ ପଶୁପକ୍ଷୀ ରହିଛନ୍ତି। ଯାହାର ଆନ୍ତର୍ଜାତୀୟ ବଜାର ଦର କୋଟି କୋଟି ଟଙ୍କାରେ ରହିଛି। ଗତ ବର୍ଷକ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ବିଦେଶକୁ ଚାଲାଣ ହେଉଥିବା ୩ ବହୁମୁଲ୍ୟ ବଜ୍ରକାପ୍ତା ଓ ତାହାର ୫ କେଜିରୁ ଅଧିକ କାତି ଜବତ ହୋଇଥିଲା। ଏଭଳି ପରିସ୍ଥିତିରେ ଦେଶ ଦେଶ ମଧ୍ୟରେ ସମନ୍ବୟ ରଖି କିଭଳି ଏମାନଙ୍କୁ ରକ୍ଷା କରାଯିବା ତାହା ଉପରେ ଗୁରୁତ୍ବ ଦେବା ଜରୁରୀ ହୋଇ ପଡିଛି।