• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

ନିପଟ ମଫସଲରୁ ମଙ୍ଗଳ ଗ୍ରହ ଭାୟା ନାସା

ଅନ୍ତର୍ଜାତିକ ପ୍ରତିଯୋଗୀତା ‘ନାସା’ ରୋଭର ଚ୍ୟାଲେଂଚ-୨୦୨୧ ପାଇଁ ଭାରତରୁ ପ୍ରତିନିଧିତ୍ବ କରି ଓଡିଶାର ଏକ ସ୍ବତନ୍ତ୍ର ଟିମ୍ ସାରା ବିଶ୍ବରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ନିପଟ ମଫସଲରୁ ମଙ୍ଗଳ ଗ୍ରହ ଭାୟା ନାସା
ନିପଟ ମଫସଲରୁ ମଙ୍ଗଳ ଗ୍ରହ ଭାୟା ନାସା

ଭୁବନେଶ୍ବର: ନାସାରେ ଓଡ଼ିଆ ଟିମକୁ ସଫଳତା। ଅନ୍ତର୍ଜାତିକ ପ୍ରତିଯୋଗୀତା ‘ନାସା’ ରୋଭର ଚ୍ୟାଲେଂଚ-୨୦୨୧ ପାଇଁ ଭାରତରୁ ପ୍ରତିନିଧିତ୍ବ କରି ଓଡିଶାର ଏକ ସ୍ବତନ୍ତ୍ର ଟିମ୍ ସାରା ବିଶ୍ବରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏଥିରେ କେବଳ ୧୪-୧୯ ବର୍ଷ ବୟସର ଛାତ୍ରଛାତ୍ରୀ ରହିଥିଲେ। ଭାରତ ତଥା ଓଡ଼ିଶାରୁ ପ୍ରଥମ ଥର ପାଇଁ ଏହି ସ୍କୁଲ୍ ଲେଭେଲ ଟିମ୍ ପ୍ରତିନିଧିତ୍ଵ କରିଥିଲା।

ରୋଭରକୁ କଟକ ୪୨ ମୌଜାରେ ଥିବା ବୈଜ୍ଞାନିକ ତିଆରି କାରଖାନା (ସ୍କୁଲ)ରେ ତିଆରି ହୋଇଥିଲା। ତେବେ ଏହା ଗତ ୧୫ ତାରିଖରେ ନାସାରେ ପ୍ରଦର୍ଶିତ ହେବା ପରେ ତୃତୀୟ ସ୍ଥାନ ଭାବେ ମନୋନୀତ ହୋଇଛି। ନବନ୍ୱେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ୮୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବଛାବଛା ୧୦ ଜଣ ପିଲାଙ୍କୁ ନେଇ ଟିମ୍ ଗଠିତ ହୋଇଥିଲା। ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ଟିମର ଛାତ୍ରଛାତ୍ରୀମାନେ ଏକ ହ୍ୟୁମ୍ୟାନ୍ ରୋଭର ପ୍ରସ୍ତୁତ କରିଛନ୍ତି ଯାହା ମଙ୍ଗଳ ପୃଷ୍ଠରେ ଚାଲି ପାରିବ।

Also Read: NASAରେ ଚମକିଲେ ଓଡି଼ଆ ତାରକା

ୟଙ୍ଗ ଟିଂକର ଓ ନବନ୍ୱେଷ ପ୍ରସାର ଫାଉଣ୍ଡେସନର ଉଦ୍ୟମରେ ଏହି ଛାତ୍ରଛାତ୍ରୀମାନେ ସମ୍ମାନଜନକ ନାସା ହ୍ୟୁମାନ୍ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ (NASA Human Exploration Rover Challenge) ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏହି ରୋଭର ମଙ୍ଗଳଗ୍ରହର ଭୂମି ଉପରେ ଚାଲିବାର କ୍ଷମତା ରଖୁଥିବା ବେଳେ ସାଧାରଣ ବ୍ୟବହାରରେ ଆସୁଥିବା ଉପକରଣରେ ନିର୍ମିତ ହୋଇଛି। ଗତ ଅଗଷ୍ଟ ମାସରୁ ଏହି ରୋଭର ର ନିର୍ମାଣ କାମ ଆରମ୍ଭ ହୋଇଥିଲା।

ଏହାକୁ ନିର୍ମାଣ କରିବା ଠାରୁ ଏହାକୁ ନିର୍ମାଣ କରିଥିବା ପିଲାମାନଙ୍କ ସଂଘର୍ଷ କାହାଣୀ ମଧ୍ୟ ଅନନ୍ୟ। କିଛ ପିଲା ତ ସ୍କୁଲରେ ପାଠ ପଢୁଥିଲେ, ହେଲେ ବାକି କିଏ ରାସ୍ତା କଡ ଗ୍ୟାରେଜରେ ଓଲଡିଙ୍ଗ କାମ ତ ଆଉ କିଏ ସାଇକେଲ ମରାମତି କାମ କରୁଥିଲେ। ନାସା କଥା ତ ଏମାନଙ୍କ ପାଇଁ ସାତସପନ। କିନ୍ତୁ ମଙ୍ଗଳଗ୍ରହ ପାଇଁ ରୋଭର ତିଆରି କରି ସାରା ଦେଶ ତଥା ଓଡିଶା ପାଇଁ ସୁନାମ ଆଣିବା ପରେ ସେମାନେ (NaPSAT) ବେଶ୍ ଖୁସି ପ୍ରକଟ କରିଛନ୍ତି।

Also Read: କ୍ୟାରିଅରରେ କୋରୋନା ବ୍ୟାରିଅର

ନାସା ପକ୍ଷରୁ ଆୟୋଜିତ ରୋଭର ଚାଲେଞ୍ଜରେ ବିଭିନ୍ନ ଦେଶର ୮୬ଟି ଟିମ ଅଂଶ ଗ୍ରହଣ କରିଥିଲେ। ଭାରତକୁ ଏହି ସ୍କୁଲ ଛାତ୍ରଛାତ୍ରୀ ପ୍ରତିନିଧିତ୍ୱ କରିଥିଲେ। ନାସା ପକ୍ଷରୁ ୨୦୨୪ରେ ଚନ୍ଦ୍ରର ଅଟୋମିଶନରେ ଜଣେ ମହିଳା ଓ ଜଣେ ପୁରୁଷ ଚନ୍ଦ୍ରପୃଷ୍ଠକୁ ଓ ୨୦୨୮ରେ ମଙ୍ଗଳଗ୍ରହକୁ ମାନବ ଚାଳିତ ରୋଭର ପଠାଇବାର କାର୍ଯ୍ୟକ୍ରମ ରହିଛି। ଏହି ରୋଭର ନିର୍ମାଣ ତାହାର ଏକ ଅଂଶ ବିଶେଷ। ଏକ ନିଆରା କ୍ରାଙ୍କ୍ ସିଷ୍ଟମ୍ ସହ ସାଧାରଣ ୨ ଗିଅର୍ ବଦଳରେ ୩ଟି ଗିଅର୍ ସିଷ୍ଟମ୍ ଏଥିରେ ବ୍ୟବହାର ହୋଇଛି। ତେବେ ରୋଭର ପ୍ରତିଯୋଗୀତାରେ ତୃତୀୟ ରାଙ୍କ ସହ ଫଟୋଗ୍ରାଫିରେ ମଧ୍ୟ ଓଡ଼ିଶା ଟିମ୍ ପୁରସ୍କୃତ ହୋଇଛି।