କେତେ ଭିତରେ ଦଲାଲରାଜ୍ ଚେର ?
Advertisement
Article Detail0/zeeodisha/odisha879680

କେତେ ଭିତରେ ଦଲାଲରାଜ୍ ଚେର ?

SCB ମେଡିକାଲ କଲେଜ ଓ ହସ୍ପିଟାଲ ବିଶ୍ୱସ୍ତରୀୟ ବୋଲି ଚର୍ଚ୍ଚା ଯେତିକି, ତାକୁ ନେଇ ବିବାଦ ବି ସେତିକି। ଆଉ କର୍ତ୍ତୃପକ୍ଷ ଓ ପ୍ରଶାସନର ହୁଗୁଳା ବାଟଦେଇ କେବେଠାରୁ ଓ କେମିତି ଯେ ଦଲାଲରାଜ୍ ଏଠାରେ ଚେର ବାନ୍ଧି ବସିଲାଣି, ତାର ହିସାବ କାହା ପାଖରେ ନାହିଁ। 

ଡିଜାଇନ ଫଟୋ

ମୋନିକା ମହାନ୍ତି, କଟକ: ପ୍ରାଶାସନିକ ସ୍ତରରେ ହଇଚଇ। ଚିନ୍ତା ବଢ଼ାଉଛି ଦଲାଲରାଜ୍। କାହିଁକି SCBକୁ ପଛକରି ନର୍ସିଂହୋମ ଆପଣାଉଛନ୍ତି ରୋଗୀ ? ଏବେ SCB କର୍ତ୍ତୃପକ୍ଷଙ୍କୁ ଆତ୍ମସମୀକ୍ଷା କରିବାକୁ ପଡିବ। SCB ମେଡିକାଲ କଲେଜ ଓ ହସ୍ପିଟାଲ ବିଶ୍ୱସ୍ତରୀୟ ବୋଲି ଚର୍ଚ୍ଚା ଯେତିକି, ତାକୁ ନେଇ ବିବାଦ ବି ସେତିକି। ଆଉ କର୍ତ୍ତୃପକ୍ଷ ଓ ପ୍ରଶାସନର ହୁଗୁଳା ବାଟଦେଇ କେବେଠାରୁ ଓ କେମିତି ଯେ ଦଲାଲରାଜ୍ ଏଠାରେ ଚେର ବାନ୍ଧି ବସିଲାଣି, ତାର ହିସାବ କାହା ପାଖରେ ନାହିଁ। 

କିଛିଦିନ ହେଲା SCBରେ ଦଲାଲଙ୍କୁ ଧରିବାକୁ ପୋଲିସ (Cuttack police) ଅଣ୍ଟା ଭିଡ଼ିଛି। ହେଲେ ଏତେଦିନ ଧରି ପ୍ରଶାସନ କଣ କରୁଥିଲା, ତାହା ବି ଏକ ପ୍ରଶ୍ନ। କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଇତିମଧ୍ୟରେ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନର ଚିନ୍ତା ଖାଇ ଗୋଡ଼ାଉଛି। ସେଥିପାଇଁ ଆଜି RDCଙ୍କ ନେତୃତ୍ୱରେ ଜିଲ୍ଲାପାଳ, କମିଶନର ଓ କିଛି ନର୍ସିଂହୋମ ମାଲିକଙ୍କୁ ନେଇ ବୈଠକ ବସିଛି।

Also Read: ରୋଗୀଙ୍କ ଉପରେ ଖସିଲା ଫ୍ୟାନ

ଗୋଟିଏ ପଟେ ପ୍ରଶାସନ ଘରୋଇ ନର୍ସିଂହୋମ (Nursing home) ଉପରେ ଦୋଷ ଲଦୁଛନ୍ତି, ଅନ୍ୟପଟେ ଘରୋଇ ନର୍ସିଂହୋମ ମାଲିକମାନେ SCB ମେଡିକାଲର ଚିକିତ୍ସା ବ୍ୟବସ୍ଥା ଓ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ସରକାରୀ ହସ୍ପିଟାଲ (Govt Hospital) ରେ ଭିତ୍ତିଭୂମି ନ ଥିବାକୁ ଆଳ କରି ରୋଗୀମାନଙ୍କୁ ଆର୍ଥିକ ଶୋଷଣ କରିବା କେତେ ଯୁକ୍ତିଯୁକ୍ତ ? କିଛି ମାଲିକ ତ ନିର୍ଦ୍ଧିଷ୍ଟ ନର୍ସିଂହୋମରେ ସୁଚିନ୍ତିତ ଉପାୟରେ ଦଲାଲରାଜ୍ (Middleman)  ଚାଲିଥିବା କଥାକୁ ସ୍ୱୀକାର କରିଛନ୍ତି। ଏଥିରେ ସିଧାସଳଖ SCB ମେଡିକାଲର କିଛି ଡାକ୍ତରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି।

ତେଣୁ କେବଳ ନର୍ସିଂହୋମକୁ ଦୋଷ ନ ଦେଇ SCB କର୍ତ୍ତୃପକ୍ଷ ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ନର୍ସିଂହୋମ ମାଲିକମାନେ କହିଛନ୍ତି। କଟକ ବଡ଼ ମେଡିକାଲ (Cuttack Hospital) ରେ ଦଲାଲରାଜ ଚାଲିଥିବା କଥାକୁ କେନ୍ଦ୍ରାଞ୍ଚଳ RDC ମଧ୍ୟ ସ୍ୱୀକାର କରିଛନ୍ତି। ଏହା ହିଁ ହସ୍ପିଟାଲର ଛବିକୁ ସାଧାରଣ ଜନତାଙ୍କ ଆଗେର ମଳିନ କରି ପକାଇଛି।