Advertisement
Photo Details/zeeodisha/odisha2027309
photoDetails0hindi

Atal Bihari Vajpayee: ମୁଁ ଅବିବାହିତ... କିନ୍ତୁ କୁଆଁରା ନୁହେଁ, କାହା ପ୍ରଶ୍ନର ଏପରି ଉତ୍ତର ଦେଇଥିଲେ ବାଜପେୟୀ

Atal Bihari Vajpayee: ଆଜି ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ଜଣେ ସଫଳ ଦକ୍ଷ ରାଜନେତା ଭାବେ ସାରା ବିଶ୍ୱରେ ବେଶ୍ ଜଣାଶୁଣା ଅଟଳ । ତେବେ ଆସନ୍ତୁ ଜାଣିବା ଅଟଳ ବିହାରୀ ବାଜପେୟୀଙ୍କୁ ନେଇ କିଛି ଖାସ୍ କଥା ।

1/6

ବେଶ ଲୋକପ୍ରିୟ ଥିଲା ଅଟଳଙ୍କ ଏହି ଉତ୍ତର: ଅଟଳ ବିହାରୀ ବାଜପେୟୀଙ୍କୁ ବିବାହ ନେଇ ଅନେକ ପ୍ରଶ୍ନ ପଚରାଯାଇଥିଲା । ଏହି ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ବେଶ ଲୋକପ୍ରିୟ ଅଟେ । ବାସ୍ତବରେ, ବିବାହକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାଜପେୟୀ କହିଥିଲେ, ‘ମୁଁ ଅବିବାହିତ... କିନ୍ତୁ କୁଆଁରା ନୁହେଁ’।

2/6

ଚର୍ଚ୍ଚାରେ ଥିଲା ପ୍ରେମ କାହାଣୀ: ଅଟଳ ବିହାରୀ ବାଜପେୟୀ ଅବିବାହିତ ତାହା ପ୍ରାୟ ସମସ୍ତଙ୍କୁ ଜଣାଥିବେ । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଶ୍ରୀମତୀ କୌଲ ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହୁଥିଲେ, କିନ୍ତୁ ତାଙ୍କୁ ପତ୍ନୀ ଭାବେ ମାନ୍ୟତା ମିଳିନଥିଲା। କୁହାଯାଏ, ଏହି ପ୍ରେମ କାହାଣୀର କୌଣସି ନାଁ ନଥିଲା ।

3/6

ବାଜପେୟୀ ୧୯୭୮ ମସିହାରେ ବୈଦେଶିକ ମନ୍ତ୍ରୀ ଥିଲେ। ସେ ଚୀନ୍ ଓ ପାକିସ୍ତାନରୁ ଫେରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିଥଲେ ଯେ, ଚୀନ୍ ଓ ପାକିସ୍ତାନ କଥା ଛାଡନ୍ତୁ, ଶ୍ରୀମତୀ କୌଲଙ୍କ ମାମଲା କ’ଣ କୁହନ୍ତୁ ?" ଏହାର କୌତୁହଳପୂର୍ଣ୍ଣ ଢଙ୍ଗରେ ଉତ୍ତର ଦେବାକୁ ଯାଇ ବାଜପେୟୀ କହିଥିଲେ, 'ଏହା କାଶ୍ମୀର ଭଳି ଏକ ମାମଲା ଅଟେ'।

4/6

ଥରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଜନ ସଂଗଠନକୁ ସମାଲୋଚନା କରିଥିଲେ। ଏହାକୁ ନେଇ ଅଟଳ କହିଥିଲେ, "ମୁଁ ଜାଣେ ପଣ୍ଡିତ ଜୀ ପ୍ରତିଦିନ ଶୀର୍ଷାସନ କରନ୍ତି। ସେ ଶୀର୍ଷାସନ କରନ୍ତୁ ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ମୋ ଦଳର ଛବିକୁ ଓଲଟା ନ ଦେଖାନ୍ତୁ" । ଏହା ଶୁଣି ନେହେରୁ ମଧ୍ୟ ହସିଥିଲେ।

5/6

ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଉତ୍ତରପ୍ରଦେଶର ଦଲିତଙ୍କ ଉପରେ ଅତ୍ୟାଚାର ଘଟଣାକୁ ନେଇ ବାଜପେୟୀ ପଦ ଯାତ୍ରା କରୁଥିଲେ। ଏନେଇ ବାଜପେୟୀଙ୍କ ବନ୍ଧୁ ଆପ୍ପା ଘାଟେ ତାଙ୍କୁ ପଚାରିଲେ, “ପଦଯାତ୍ରା କେତେ ଦିନ ଚାଲିବ?” ଏହାର ଉତ୍ତର ଦେବାକୁ ଯାଇ ଅଟଳ କହିଥିଲେ , ‘ଯେପର୍ଯ୍ୟନ୍ତ ମୋତେ ପଦ ମିଳିନାହିଁ ସେ ପର୍ଯ୍ୟନ୍ତ ଯାତ୍ରା ଜାରି ରହିବ’।

6/6

୨୦୦୪ ମସିହାରେ ଅଟଳ ବିହାରୀ ବାଜପେୟୀ ଏକ ନିର୍ବାଚନ ରାଲିରେ ବିହାରରେ ପହଞ୍ଚିଥିଲେ। ସେ ମଞ୍ଚରେ କହିଥିଲେ, ‘ମୁଁ ଅଟଳ ଅଟେ, ମୁଁ  ବିହାରୀ ମଧ୍ୟ’ । ଏହା ଶୁଣି ଉପସ୍ଥିତ ଲୋକେ କରତାଳି ଦେଇଥିଲେ। (ଏହି କାହାଣୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଲିଖିତ 'ହାର୍ ନାହି ମନୁଙ୍ଗା: ଏକ ଅଟଳ ଜୀବନ ଗାଥା' ପୁସ୍ତକରୁ ନିଆଯାଇଛି।)