Advertisement
Photo Details/zeeodisha/odisha792587
photoDetails0hindi

ଅଣ୍ଟି ଛୁରୀ ତଣ୍ଟି କାଟିଲା, IIFL ଫାଇନାନ୍ସ ଲୁଟର ମାଷ୍ଟର ମାଇଣ୍ଡ ଅଫିସ ଷ୍ଟାଫ୍

ନିଜ କର୍ମଚାରୀ କରିଥିଲେ ଲୁଟର ଯୋଜନା। ଯାହାକୁ ବାସ୍ତବ ରୂପ ଦେଇଛନ୍ତି ଲୁଟେରା। ଲୁଟରୁ ୬ ଦିନ ପରେ ଏପରି ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି।

1/8

କଟକ କମିଶନରେଟ ପୋଲିସ ପଞ୍ଝାରେ IIFL ଫାଇନାନ୍ସ  ଲୁଟେରା। ସିସିଟିଭିରେ କଏଦ ୪ ଜଣ ଲୁଟେରା ସିଧାସଲଖ ସଂମ୍ପୃକ୍ତ ରହିଥିବା ବେଳେ ସେମାନଙ୍କୁ ଆଉ ଜଣେ ପରିଚାଳିତ କରୁଥିଲା। ଲୁଟେରାକୁ ଅପରେଟ କରୁଥିବା ବ୍ୟକ୍ତି ହେଲେ ସେହି IIFL ଫାଇନାନ୍ସର କମଚାରୀ। 

 

2/8

କର୍ମଚାରୀ ଜଣଙ୍କ ହେଲେ ଲାଲା ଅମ୍ରିତ ରାୟ। ଲାଲା ଅମ୍ରିତ ରାୟ ଓ ଲାଲା ରଞ୍ଜନ ରାୟ ଦୁଇ ଭାଇ ଉଭୟ ଏକ ମାଣାପୁପରମ ଗୋଲ୍ଡ ଲୋନ ସଂସ୍ଥାରେ କର୍ମଚାରୀ ଥିଲେ। ସେମାନେ ବନ୍ଧକ ରହୁଥିବା ସୁନାଗହଣାର ରକ୍ଷଣ ବେକ୍ଷଣ କରୁଥିଲେ। ତେବ ସେଥିରେ ହେରଫେର କରିବାରୁ ସେଠାରୁ ବିଦା କରାଯାଇଥିଲା। କିନ୍ତୁ  ପରେ ନିଜର କ୍ରିମିନାଲ ରେକର୍ଡକୁ ଲୁଚାଇ ଲାଲା ଅମ୍ରିତ ନୟାସଡକ  IIFL ଫାଇନାନ୍ସ  ନିଯୁକ୍ତି ପାଇଯାଇଥିଲା। 

3/8

ଏଠାରେ ବି ତାର ପୁରୁଣା ରୋଗ ଛାଡିନଥିଲା। ଅନେକ ସୁନା ଏଠାରେ ବି ହେରଫେର ଆରମ୍ଭ କରିଥିଲା। ବିଭିନ୍ନ ଅଡିଟ ସମୟରେ ସେ ଖସିଯିବାରେ ସକ୍ଷମ ହେଉଥିଲା। ମାତ୍ର ନିକଟରେ ନୂଆ ଅଡିଟର ଆସିବା ପରେ ଅମ୍ରିତର ହେରଫେର ଘଟଣାର ଲୋକଲୋଚନକୁ ଆସିଥିଲା। ଏହାପରେ ଅମ୍ରିତ ନିଜର କାଳାକାରନାମାକୁ ଲୁଚାଇବାକୁ ଯାଇ ନିଜ ସଂସ୍ଥାରେ ବନ୍ଧା ପଡିଥିବା ସୁନା ଗହଣାକୁ ଲୁଟ କରିବା ପାଇଁ ଯୋଜନା କରିଥିଲା। 

4/8

ନୟାସଡକ IIFL ଫାଇନାନ୍ସ  ବ୍ରାଞ୍ଚରେ ପୂର୍ବରୁ ହିଁ ସିସିଟିଭି କାମ କରୁନଥିବା ବେଳେ ଆଲରାମ ବ୍ୟବସ୍ଥା ବି ନଥିଲା। ଯାହାଫଳରେ ମୁମ୍ୱାଇରେ ଥିବା ମୁଖ୍ୟ ବ୍ରାଞ୍ଚର କୌଣସି ଯୋଗାଯୋଗନଥିଲା। ଜାନୁଆରୀ ମାସରୁ ଡିଜି ଲକର ମେସିନ ବି ଖରାପ ରହିଥିଲା। ଆଉ ଏହାରି ଭିତରେ ସୁରକ୍ଷାକର୍ମୀ ବି ଛୁଟିରେ ରହିଥିବା କଥା ଜାଣିବା ପରେ ଅମ୍ରିତ ଏ ଭଳି ସୁଯୋଗକୁ ହାତ ଛଡ଼ା କରିନଥିଲା। 

 

5/8

ଏଥିପାଇଁ ଅମ୍ରିତ ନିଜ ସାଙ୍ଗ ବାପୁ ଓରଫ ରଞ୍ଜନ ବେହେରାକୁ ଲୁଟ ସଂମ୍ପର୍କରେ କହିଥିଲା। କିଶନନଗର ଥାନା ଅଞ୍ଚଳରେ ଏକ ମନ୍ଦିରରେ ବସି ଲୁଟର ପ୍ଲାନିଂ ହେଲା। ଏହି ଲୁଟ ପାଇଁ ରାଜ କିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ , ପଦିଆ ଓରଫ ପ୍ରଦୀପ୍ତ ବେହେରା ଓ ବାପି ଓରଫ ସନ୍ତୋଷ ଭୋଇକୁ ଚୟନ କରାଯାଇଥିଲା। ଲୁଟ ଦିନ ପୂର୍ବରୁ ଏହି ସମସ୍ତଙ୍କୁ ୪ ଜଣଙ୍କୁ ଲୁଟର ସ୍ଥାନ ଓ କିପରି ବ୍ୟାଙ୍କକୁ ପ୍ରବେଶ କରି ବାହାରିବେ ସବୁ କିଛି ବୁଝାଇଥିଲା ଅମ୍ରିତ। 

 

6/8

ସେହି ଯୋଜନା ମୁତାବକ ନଭେମ୍ବର ୧୯ ତାରିଖ ଦିନ ୧୦ଟାରେ ଲୁଟପାଟ କରି ସେମାନେ ଫେରାର ହୋଇଯାଇଥିଲେ। ଦିନ ଦି ପହରରେ ବନ୍ଧୁକ ଧରି କୋଟି କୋଟି ଟଙ୍କାର ସୁନା ଲୁଟ କରିବା କମିଶନରେଟ ପୋଲିସ ପାଇଁ ବି ଚ୍ୟାଲେଞ୍ଜ ରହିଥିଲା। ଏଥିପାଇଁ ପୋଲିସ କମିଶନର ସଙ୍ଗେ ସଙ୍ଗେ ଭୂବନେଶ୍ୱର ଓ କଟକର ବଛାବଛା ଅଫିସରକୁ ନେଇ ଟିମ ଗଠନ କରିଥିଲେ। ସେହି ଭିତରେ ତଦନ୍ତ କରି ପୋଲିସ ଲାଲା ଅମ୍ରିତ ରାୟର ଲିଙ୍କ ପାଇଥିଲା। 

7/8

ତଦନ୍ତ କରିବା ସମୟରେ ଅଟକ ରହିଥିବା ଲୁଟେରାଙ୍କୁ ନିକଟରୁ ୨ କିଲୋରୁ ଊର୍ଦ୍ଧ୍ୱ ସୁନା ଚିହ୍ନଟ ହୋଇଥିବା ବେଳେ ଆଉ କିଛି ସୁନା ସିଡିଏ ୯ସ୍ଥିତ ଏକ କେନାଲରେ ଫୋପାଡି ଦେଇଥିବା ଜଣାପଡିଛି। ଆଉ କିଛି ସୁନା ଅନ୍ୟାନ୍ୟ ଗୋଲ୍ଡ ଲୋନ ସଂସ୍ଥାରେ ରଖିଥିବା ଅଭିଯୁକ୍ତମାନେ କହିଛନ୍ତି। 

 

8/8

ଲୁଟେରା ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ପୋଲିସ। ଲୁଟରେ ବ୍ୟବହାର ଗୋଟିଏ ଅସଲି ବନ୍ଧୁକ ଓ ଏତାଧିକ ନକଲି ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। କଟକ ଓ ଭୂବନେଶ୍ୱରର ପୋଲିସ ଅଫିସର ସମେତ ହାଇଦ୍ରାବଦର ଜଣେ ଅଫିସ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ। ଆସନ୍ତା ୨ ଦିନ ଭିତରେ ଆହୁରି ଅନେକ କିଛି ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି।