Road Accident: ବିହାର (Bihar Road Accident) ର କାଟିହାରରେ ଏକ ଭୀଷଣ ସଡ଼କ ଦୁର୍ଘଟଣା (Katihar Road Accident) ଘଟିଛି । ଯାତ୍ରୀ ଭରା ଏକ ଅଟୋ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଅଟୋରୁ ବାହାର କରାଯାଇଥିଲା । ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ପୋଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୁହାଯାଉଛି ଯେ କୋଢ଼ା ପୋଲିସ ଷ୍ଟେସନ ଅଞ୍ଚଳର ହାଇୱେ -୮୧ ଡିଘରୀ ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି କାରଣରୁ ଅଟୋରେ ଥିବା ୮ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ନିକଟସ୍ଥ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ସୋମବାର ଆଗ୍ରା ଠାରୁ ଲକ୍ଷ୍ନୌକୁ ଯାଉଥିବା ଏକ ଡିସିଏମ୍ ସକାଳ ୪ଟାରେ ୟୁପିର ଉନ୍ନାଓ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଯାଉଥିବା ଏକ ସ୍ଲିପର ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବସ୍‌ରେ ଯାତ୍ରା କରୁଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦ରୁ ୧୨ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସ ସୂଚନା ପାଇ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।


ସେପଟେ ପୂର୍ବ ଚୀନ୍‌ (China) ର ଜିଆଙ୍ଗସି ପ୍ରଦେଶ (Jiangxi province) ର ନାନଚାଙ୍ଗ କାଉଣ୍ଟି (Nanchang County) ରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା (Fatal Road Accident) ଘଚିଛି । ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଏହି ଭୀଷଣ ସଡ଼କ ଦୁର୍ଘଟଣା (Road Accident) ରେ ୨୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଖବର ସରବରାହ ସଂସ୍ଥା AFP ଚୀନର ସରକାରୀ ଗଣମାଧ୍ୟମ ଓ ସେଠାରେ ଥିବା ଅଧିକାରୀଙ୍କୁ ଠାରୁ ପ୍ରାପ୍ତ ସୂଚନା ଆଧାରରେ ଏହି ତଥ୍ୟ ପ୍ରଦାନ କରିଛି । 


ଅଧିକ ପଢ଼ନ୍ତୁ:-ସରକାର ଦେଲେ ବଡ଼ ଖୁସି ଖବର: ଏହି ମାସରେ ଲାଗୁ ହେବ ପୁରୁଣା ପେନସନ୍ ବ୍ୟବସ୍ଥା, ରଦ୍ଦ ହେବ ନୂଆ ପେନସନ୍ ସିଷ୍ଟମ୍!


ଅଧିକ ପଢ଼ନ୍ତୁ:-ଟି-20 କ୍ରିକେଟ ଛାଡ଼ିବେ ରୋହିତ ଶର୍ମା ? ସାମ୍ବାଦିକ ସମ୍ମିଳନୀରେ କଲେ ବଡ଼ ଖୁଲାସା


ଅଧିକ ପଢ଼ନ୍ତୁ:-ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!


 


ଚୀନର ଷ୍ଟେଟ୍ ଗଣମାଧ୍ୟମ CGTN କହିଛି ଯେ, ଆହତ ମାନଙ୍କୁ ଡାକ୍ତରଖାନା ନିଆଯାଇଛି ଓ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି । 'ସଡ଼କ ଯାତ୍ରାୟତ ଦୁର୍ଘଟଣା' ସ୍ଥାନୀୟ ସମୟ ନାନଚାଙ୍ଗ କାଉଣ୍ଟିରେ ରାତି ୧ଟା ପୂର୍ବରୁ ଘଟିଥିଲା ​​। ଚୀନ୍‌ର ଷ୍ଟେଟ୍ ଗଣମାଧ୍ୟମ ସିସିଟିଭି କହିଛି ଯେ, ଦୁର୍ଘଟଣାର କାରଣ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି । ଦୁର୍ଘଟଣାର ଖବର ପ୍ରଚାରିତ ହେବାର ପ୍ରାୟ ଏକ ଘଣ୍ଟା ପରେ ନାନଚାଙ୍ଗ କାଉଣ୍ଟି ଟ୍ରାଫିକ ପୋଲିସ ମୋଟର ଚାଳକମାନଙ୍କୁ ଏକ ଟ୍ରାଭଲ ଆଡଭାଇଜାରୀ ଜାରି କରି କହିଛି ଯେ, ଏହି ଅଞ୍ଚଳରେ 'ପାଗ ଖରାପ' ଅନୁଭୂତ ହେଉଛି, ଯେଉଁ କାରଣରୁ ଭିଜିବିଲିଟି ବହୁତ କମ୍ ଅଛି । ଯତ୍ନର ସହ ବାହନ ଚଲାନ୍ତୁ । କାରଣ କମ୍ ଭିଜିବିଲିଟି ସହଜରେ ଟ୍ରାଫିକ୍ ଦୁର୍ଘଟଣା ଘଟାଇପାରେ ।