ସମ୍ବଲପୁର: ହ୍ୱିଲ୍ ଚେୟାରରେ ବୁଲୁଛନ୍ତି କିନ୍ତୁ ଗଞ୍ଜେଇ ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟ ତଥା ରାଜ୍ୟ ବାହାରେ ଗଞ୍ଜେଇ ଚୋରା ଚାଲାଣ କରି କୋଟିପତି ହେବା ସହ ଆଜି ପର୍ଯ୍ୟନ୍ତ ପୋଲିସ ସ୍କାନରରେ ଆସି ନଥିଲେ। ହେଲେ ଏବେ ସମ୍ବଲପୁର ପୋଲିସ ଏହି ଗଞ୍ଜେଇ ରାକେଟର ପର୍ଦ୍ଦାଫାସ କରିଛି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ପୋଲିସ (Sambalpur Police) ପଞ୍ଝାରେ ପଡିଛି ଗଞ୍ଜେଇ ଡନ ସୁଶାନ୍ତ କୁମାର ଲେଙ୍କା। ସହରର ଟ୍ରଷ୍ଟ ଫଣ୍ଡ କଲେଜ ନିକଟରେ ଶୁସାନ୍ତ ବସବାସ କରୁଥିଲା। ଆଉ ଭିନ୍ନକ୍ଷମ ହୋଇ ବର୍ଷ ବର୍ଷ ଧରି ଚୋରା ଗଞ୍ଜେଇ କାରବାର ଚଳାଇଥିଲା। ଶୁସାନ୍ତର ଏକ ଗ୍ୟାଙ୍ଗ ମଧ୍ୟ ଥିଲା। ତାର ଘନିଷ୍ଠମାନେ ତାକୁ ଚୋରା ଗଞ୍ଜେଇ କାରବାରରେ ସହଯୋଗ କରି ଆସୁଥିଲେ। କିନ୍ତୁ ଏବେ ଏହି ଚୋରା ଗଞ୍ଜେଇ କାରବାରର ମାଷ୍ଟରମାଇଣ୍ଡ ସହ ତାର ଗ୍ୟାଙ୍ଗ ଏବେ ସମ୍ବଲପୁର ଶାସନ ପୋଲିସ ପଞ୍ଝାରେ ପଡିଛନ୍ତି। 


Also Read: ଷ୍ଟେଟ୍ ବ୍ୟାଙ୍କକୁ ଚୂନ ଲଗାଇଲେ ଠକ, ଏମିତି ଗାଏବ ହେଇଗଲା ସାଢେ ଚାରି କୋଟି


ସମ୍ବଲପୁର (Sambalpur) ଶାସନ ପୋଲିସ, ଶୁସାନ୍ତର ଗଞ୍ଜେଇ (Ganja) ଚୋରା ଚାଲାଣ ଗ୍ୟାଙ୍ଗକୁ ଧରାଯିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ୭ ଜଣକୁ ଗିରଫ କରାଯାଇଛି। ଏନେଇ ମଙ୍ଗଳବାର ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜେଇ ଚୋରାଚାଲାଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଲେଙ୍କା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସମ୍ବଲପୁର ଏସପି (Sambalpur SP) କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। 



ଗଞ୍ଜେଇ ଚୋରା ଚାଲାଣ କାରବାରର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଗତ ୯ ବର୍ଷ ହେଲା ଚୋରା ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ସେ ମୁଖ୍ୟତଃ ୟୁପି, ମହାରାଷ୍ଟ୍ରକୁ ଗଞ୍ଜେଇ ସପ୍ଲାଇ କରୁଥିଲା। ମଙ୍ଗଳବାର ସମ୍ବଲପୁର ଶାସନ ପୋଲିସ ଏହି ଘଟଣାରେ ୪ କୁଇଣ୍ଟାଲ ୧୧ କେଜି ଗଞ୍ଜେଇ, ୩ଟି କାର, ୭ଟି ମୋବାଇଲ ଜବତ କରିଛି। ମାଷ୍ଟରମାଇଣ୍ଡ ଶୁସାନ୍ତ ନିଜ ଘରେ ରହି କାରବାରକୁ ନିୟନ୍ତ୍ରଣ କରୁଥିଲା। ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ସୂଚନା ମିଳିଛି।


Also Read: ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ଘଟଣା: ୮ ସହପାଠୀ ବିଦା, ୱାର୍ଡନ ଉପରେ କାର୍ଯ୍ୟାନୁଷ୍ଠାନ


ରାଜ୍ୟ ବାହାରେ ଓଡିଶା ଗଞ୍ଜେଇର ବିଶେଷ ଚାହିଦା ରହିଛି। ସମୟ ସମୟରେ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତର ପ୍ରଦଶ, ମଧ୍ୟପ୍ରଦେଶରୁ ବିପୁଳ ଗଞ୍ଜେଇ ସହ ମାଫିଆମାନେ ଗିରଫ ହେଉଛନ୍ତି। ତଥାପି ଏହି ଚୋରା ଚାଲାଣ କମିବାର ନାମ ନେଉନାହିଁ। ନିକଟରେ ଓଡିଶା ଓ ୟୁପି ପୋଲିସର ମିଳିତ ଅପରେସନରେ ଆଗ୍ରାରୁ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି। ସେ ମାଲକାନଗିରିରୁ ଗଞ୍ଜେଇ ନେଇ ୟୁପିର ବିଭିନ୍ନ ଅଞ୍ଚଳକୁ ସପ୍ଲାଇ କରୁଥିଲା। ଓଡିଶାରୁ କିଲୋଗ୍ରାମ ପ୍ରତି ୫ରୁ ୧୦ ହଜାର ଟଙ୍କାରେ କିଣି ସେଠାରେ ୨୦ରୁ ୩୦ ହଜାର ଟଙ୍କାରେ ବିକ୍ରି କରୁଥିଲା।