ଭୁବନେଶ୍ୱର: ରାଜ୍ୟର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଆସିଛି ନୁଆ ମୋଡ। ବୁଧାବାର ହାଇକୋର୍ଟରେ SIT ତାର ତଦନ୍ତ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ମୁଦ୍ଦା ଲଫାପାରେ ରିପୋର୍ଟ ଦାଖଲ କରାଯାଇଛି। ତେବେ ପରୀକୁ ଦୁଷ୍କର୍ମ ପରେ ହତ୍ୟାକରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ପରୀ ହତ୍ୟାକାଣ୍ଡ (pari murder case) କୁ ନେଇ ରାଜ୍ୟରେ ହଟଟମଟ ଚାଲିଥିବା ସମସ୍ତଙ୍କୁ ସ୍ତବ୍ଦ କରିଛି  SIT ର ଷ୍ଟାଟସ ରିପୋର୍ଟ। ନୟାଗଡର ଏହି ୭ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଫରେନସିକ୍ ରିପୋର୍ଟ ଅନୁସାରେ ପରୀର ପୋଷାକରେ ସିମେନର ଦାଗ ମିଳିଛି। ଯାହାକୁ ଆଧାର କରି ତାଙ୍କୁ ଦୁଷ୍କର୍ମ କରାଯାଇଥିବା କୁହାଯାଉଛି। ତେବେ ଏଭଳି ସାଙ୍ଘାତିକ ତଥ୍ୟକୁ ବନ୍ଦ ଲଫାପା ଭିତରେ ହାଇକୋର୍ଟ (Orissa High Court) ରେ SIT ଦାଖଲ କରିଛି। 


Also Read: ମହିଳା ପରେ ଶିଶୁଙ୍କ ପାଇଁ ଅସୁରକ୍ଷିତ ଓଡିଶା



ପରୀ ହତ୍ୟାକାଣ୍ଡକୁ ୪ ମାସ ବିତିଗଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହେବା ତ ଦୂରର କଥା, କେହି ଚିହ୍ନଟ ମଧ୍ୟ ହୋଇ ନାହାନ୍ତି। ପୋଲିସ ପ୍ରଥମେ ଏହାକୁ କେବଳ ହତ୍ୟା ମାମଲା ବୋଲି କହୁଥିଲା। କିନ୍ତୁ ମାତ୍ରା ସପ୍ତାହ ମଧ୍ୟରେ ପରୀ ସହ ଦୁଷ୍କର୍ମ ହୋଇଥିବା SIT ଟିମ କହିଛି। ଏଭଳି ସ୍ଥିତିରେ ନୟାଗଡ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପୋଲିସ ସବୁ ଜାଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିବା ନେଇ ବି ଅଭିଯୋଗ ହେଇଛି।


 


ସେପଟେ ଝିଅର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ଆଶଙ୍କାରେ ଅଛନ୍ତି ପରୀର ବାପା। ସେ ପରୀ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ନଚେତ ସିବିଆଇ ତଦନ୍ତ ଦାବି କରିଛନ୍ତି। କେଉଁଠି ନା କେଉଁଠି ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ସମ୍ପୃକ୍ତି ଅଛି। ସେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି। ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ବୋଲି ପରୀର ବାପା ଗଣମାଧ୍ୟମ ଆଗରେ କହିଛନ୍ତି। 


Also Read: ଶିଶୁ ଅପହରଣ ଓ ହତ୍ୟା ଏକ ସ୍ପର୍ଷକାତର ମାମଲା, ସରକାର ସଚେତନ ଅଛନ୍ତି: ସସ୍ମିତ ପାତ୍ର


SIT ଷ୍ଟାଟସ ରିପୋର୍ଟରେ ପରୀକୁ ଦୁଷ୍କର୍ମ କରାଯାଇଥିବାର ଆଭାସ ମିଳିଛି। ତେଣୁ ଏଥିରେ ତାଙ୍କର କୌଣସି ପରିଚିତ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଇପାରେ। ଅଭିଯୁକ୍ତ ନୟାଗଡର ସେହି ଯଦୁପୁର ଗ୍ରାମର ମଧ୍ୟ ହୋଇପାରନ୍ତି। ତେଣୁ ପାକିସ୍ତାନ ୨୦୧୮ ଜୈନବ ଅଂସାରୀ ହତ୍ୟା ମାମଲାର ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।