ଶିଶୁ ଅପହରଣ ଓ ହତ୍ୟା ଏକ ସ୍ପର୍ଷକାତର ମାମଲା
Trending Photos
ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: ଦିଲ୍ଲୀ ସୀମା ଅଞ୍ଚଳରେ ଚାଷୀଙ୍କ ଆନ୍ଦୋଳନ (Farmer Protest) ଜାରି ରହିଛି । ନୂଆ କୃଷି ଆଇନକୁ (Agriculture Law) ବିରୋଧ କରି ଏହି ଆନ୍ଦୋଳନ ଜାରି ରହିଛି । ତେବେ ଏହାର ସମାଧାନ ଆଗାମୀ ୧୫ ଦିନ ଭିତରେ ସରକାର ବାହାର କରିବେ ବୋଲି କହିଛନ୍ତି ରାଜ୍ୟସଭା (Rajyasabha) ବିଜେଡ଼ି ସାଂସଦ (BJD MP) ଡ. ସସ୍ମିତ ପାତ୍ର (Dr Sasmit Patra)। ଜୀ ଓଡ଼ିଶାକୁ (Zee Odisha) ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଥିଲେ ଯେ, ରାଜ୍ୟସଭା ପରିଚାଳନା କରିବା ତାଙ୍କ ପାଇଁ ନିଶ୍ଚିତ ପକ୍ଷେ ଗୌରବର ବିଷୟ କେବଳ ସେ ନୁହେଁ, ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗୌରବ । ତାଙ୍କର ଏହି ସଫଳତା ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ କି, ରାଜ୍ୟବାସୀଙ୍କ ଆଶିର୍ବାଦ ଓ ଗୃହର ବରିଷ୍ଠ ନେତା, ବାଚସ୍ପତିଙ୍କ ବିଶ୍ୱାସ ମୋତେ ଏହି ସ୍ଥାନରେ ପହଞ୍ଚାଇଛି ।
କୋରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ
ସେହିପରି କୋରୋନା (Corona) ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ସମଗ୍ର ଦେଶରେ ଯେଉଁ ସମୟରେ କେନ୍ଦ୍ର ସରକାର ଜନତା କର୍ଫ୍ୟୁ କରିବାକୁ ନିଷ୍ପତ୍ତି ନେଇଥିଲେ ସେହି ସମୟରେ ନବୀନ ବାବୁ (Naveen Patnaik) ପଦକ୍ଷେପ ନେଇସାରିଥିଲେ । ଦେଶ ଜନତା କର୍ଫ୍ୟୁ (Janata Curfew) ପାଳନ କରୁଥିବା ବେଳେ ରାଜ୍ୟରେ ଲକଡାଉନ ଜାରି ହୋଇ ସାରିଥିଲା । ଏପରିକି ସମଗ୍ର ଦେଶରେ କୋରୋନା (Corona) ସହିତ କିପରି ଲଢିବେ ବୋଲି ଅନ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଚିନ୍ତା କରୁଥିଲେ । କିନ୍ତୁ ରାଜ୍ୟ ସରକାର ପ୍ରାରମ୍ଭିକ ସ୍ତରରେ ୫୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ଼ ହସ୍ପିଟାଲ ଖୋଲିଥିଲେ ନବୀନ ପଟ୍ଟନାୟକ ।
ଅଧିକ ପଢନ୍ତୁ: ଆସିଯାଇଛି ଡିସେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
ସେ ଆହୁରି ମଧ୍ୟ କହିଥିଲେ କି, ବାହାର ରାଜ୍ୟରୁ ପ୍ରବାସୀଙ୍କୁ ଆଣିବା, ସେମାନଙ୍କର ରହିବା ଖାଇବା, ଚିକିତ୍ସା ସମସ୍ତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ତୁଲାଇଥିଲେ । କୋରୋନା ନିୟନ୍ତ୍ରଣ କରିବାରେ ଅନ୍ୟ ରାଜ୍ୟଙ୍କ ଠାରୁ ଓଡ଼ିଶା ଆଗରେ ରହିଥିବା ନେଇ ସେ କହିଥିଲେ । ଏପରିକି ଓଡ଼ିଶାର ରଣନୀତିକୁ କେନ୍ଦ୍ର ସରକାର ଆପଣେଇଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ।
ଚାଷୀଙ୍କ ଅଭିଯୋଗର ସମାଧାନ ଖୁବ ଶୀଘ୍ର
ସେହିପରି ସେ ଆହୁରି ମଧ୍ୟ କହିଥିଲେ କି, ଦିଲ୍ଲୀର ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କ ଅଭିଯୋଗ ଉପରେ ସରକାର ଚିନ୍ତା କରୁଛନ୍ତି । ଆଗାମୀ ୧୫ରୁ ୨୦ ଦିନ ମଧ୍ୟରେ ଏହାର ସମାଧାନ ବାହାର କରିବେ ବୋଲି ସେ କହିଛନ୍ତି । ବଜେଟ ଅଧିବେଶନକୁ ଆଉ ମାତ୍ର ଏକ ମାସ ଅଧିବେଶନ ରହିଛି। ଏହାରି ମଧ୍ୟରେ ସରକାର ନିଶ୍ଚିତ ଭାବେ କୌଣସି ସମାଧାନ ବାହାର କରିବେ ବୋଲି ସସ୍ମିତ କହିଛନ୍ତି ।
ଅଧିକ ପଢନ୍ତୁ: ସାମ୍ନାକୁ ଆସିଲା କୋରୋନାର ଆଉ ଏକ ରୂପ, ଆହୁରି ସାଂଘାତିକ ଏହି ଭାଇରସ
ଶିଶୁ ଅପହରଣ ଓ ହତ୍ୟା ଏକ ସ୍ପର୍ଷକାତର ମାମଲା
ରାଜ୍ୟରେ ବିଗତ କିଛିଦିନ ହେବ ଲଗାତାର ଭାବେ ଶିଶୁଙ୍କୁ ଅପହରଣ କରିବା ଓ ସେମାନଙ୍କୁ ହତ୍ୟା କରାଯିବା ଘଟଣା ଏକ ସ୍ପର୍ଷକାତର ଘଟଣା । ଏହା ନିନ୍ଦନୀୟ । ତେବେ ଏହା ଉପରେ ସରକାର ସଚେତନ ରହିଛନ୍ତି । ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ଭାର SITକୁ ହସ୍ତାନ୍ତର କରିଛନ୍ତି । SITର ମୁଖ୍ୟ ଅରୁଣ ବୋଥ୍ରା ରହିଛନ୍ତି । ଅରୁଣ ବୋଥ୍ରା ଜଣେ ଦକ୍ଷ ଅଫିସର । ପୂର୍ବରୁ ସେ ସିବିଆଇରେ କାର୍ଯ୍ୟ କରିସାରିଛନ୍ତି । ରାଜ୍ୟର ପ୍ରମୁଖ ଘଟଣା ଗୁଡ଼ିକ ତଦନ୍ତ ଭାର ତାଙ୍କ କାନ୍ଧରେ ରହି ସାରିଛି ବୋଲି ସେ କହିଥିଲେ ।
SIT ହେଉଛି ନିରପେକ୍ଷ ତଦନ୍ତକାରୀ ସଂସ୍ଥା । ଏହା ଉପରେ କୌଣସି ପ୍ରକାର ରାଜନୈତିକ ଚାପ ରହିନଥାଏ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ବର୍ତ୍ତମାନ ଯେଉଁ ପରୀ ହତ୍ୟା ଘଟଣା ଉଷ୍ପ ରହିଛି ତାହା ଉପରେ ରହସ୍ୟର ପରଦା ହଟିବ ବୋଲି ସେ ସୂଚନା ଦେଇଛନ୍ତି।