ରାଜଧାନୀରେ ଥମିବାର ନାଁ ନେଉ ନାହିଁ ହତ୍ୟା; ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ଵାମୀ
Advertisement
Article Detail0/zeeodisha/odisha1169761

ରାଜଧାନୀରେ ଥମିବାର ନାଁ ନେଉ ନାହିଁ ହତ୍ୟା; ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ଵାମୀ

ଦୁଇ ଦିନ ତଳେ ମହାରାଷ୍ଟ୍ର ଦମ୍ପତ୍ତି ନିଜ କୁନି ଝିଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବା ଘଟଣା ମନରୁ ନ ଯାଉଣୁ ଆଉ ଏକ ପାରିବାରିକ ହତ୍ୟା ଘଟଣା ସାମ୍ନାକୁ ଆସିଛି।

ରାଜଧାନୀରେ ଥମିବାର ନାଁ ନେଉ ନାହିଁ ହତ୍ୟା; ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ଵାମୀ

ଭୁବନେଶ୍ବର: ରାଜଧାନୀରେ ହତ୍ୟା ଯେମିତି ଥମିବାର ନାଁ ନେଉ ନାହିଁ। ଦୁଇ ଦିନ ତଳେ ମହାରାଷ୍ଟ୍ର ଦମ୍ପତ୍ତି ନିଜ କୁନି ଝିଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବା ଘଟଣା ମନରୁ ନ ଯାଉଣୁ ଆଉ ଏକ ପାରିବାରିକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସହିଦ୍ ନଗର୍ ଥାନାରେ ଅଧିନସ୍ଥ ବାଶୁଆଘାଇ ଗ୍ରାମରେ ଘଟିଯାଇଛି ଘଟଣା। ମଦ୍ୟପ ସ୍ଵାମୀର ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଛି ସ୍ତ୍ରୀ। ହତ୍ୟାକାରୀ ସ୍ଵାମୀର ନାମ ସୌଭାଗ୍ୟ ରଞ୍ଜନ ଦାଶ। ମୃତ ସ୍ତ୍ରୀଙ୍କ ନାମ ଲିଲି ଦାଶ। ସୌଭାଗ୍ୟ ପେସାରେ ଜଣେ 108 ଆମ୍ବୁଲାନ୍ସ ଡ୍ରାଇଭର୍। ହେଲେ ସୌଭାଗ୍ୟ ଜଣେ ମାନସିକ ରୋଗୀ। 

ପରିବାର ଲୋକଙ୍କ ସୂଚନା ଅନୁସାରେ ସୌଭାଗ୍ୟ ଲିଲିଙ୍କୁ ଦିତୀୟ  ବିବାହ  କରିଥିଲେ। ସେମାନଙ୍କର ଚାରି ବର୍ଷର ଏକ କନ୍ୟା ସନ୍ତାନ ଅଛି। ସୌଭାଗ୍ୟ ପ୍ରତି ଦିନ ମଦ ପିଇ ଘରେ ଗଣ୍ଡଗୋଳ କରେ। ଗତକାଲି ସନ୍ଧ୍ୟାରେ ସୌଭାଗ୍ୟର ମୁଣ୍ଡ ଦୋଷ ବାହାରି ଥିଲା। ସେ ଘରେ ସମସ୍ତଙ୍କୁ ମାରପିଟ କରିଥିଲା। ଯାହାକୁ ପାରିଲା ପିଟି ଚାଲିଲା। ନିଜ ବାପା ମାଆ ଭାଇ ଭାଉଜ ସ୍ତ୍ରୀକୁ କାଠ ଫାଳିଆରେ ଆକ୍ରମଣ କରିଥିଲା। ଏହା ଦେଖିବା ପରେ ପରିବାର ଲୋକେ ଛତ୍ରଭଙ୍ଗ ଦେଇଥିଲେ। 

ଏହା ପରେ ଗ୍ରାମବାସୀ ମିଳିମିଶି ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ରାତି ଦୁଇଟାରେ ସେ ଘରକୁ ଫେରିଥିଲା। ଫେରିବା ପରେ ସେ ପୁଣି ମାରପିଟ କରିଥିଲା। ସୌଭାଗ୍ୟର ବାପା ତାକୁ  ଅଟକାଇବା ବେଳେ ସେ ତାଙ୍କୁ ପିଟି ଲହୁଲୁହାଣ କରି ଦେଇଥିଲା। ଏହା ପରେ ସେ ନିଜ ସ୍ତ୍ରୀକୁ ଏକ ପଥରରେ ଛେଚି ଚାଲିଥିଲା। ଯନ୍ତ୍ରଣାରେ ଲିଲି ଚିତ୍କାର କରୁଥିବା ବେଳେ ନିଜ ୪ ବର୍ଷର ଝିଅ ଏହା ଦେଖୁଥିଲା। କୁନି ଝିଅ ଆଗରେ ବାପା ମାଆଙ୍କୁ ପିଟିପିଟି ମାରି ଦେଇଥିଲା। ହେଲେ ଝିଅ କିଛି କରି ପାରି ନଥିଲା। 

  • ଘଟଣା କେବେ ଘଟିଥିଲା? 
  • ହତ୍ୟା କଣ ପାଇଁ କଲା? 
  • ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି?
  • ଆଗରୁ ପୋଲିସ କିଛି ଅଭିଯୋଗ ପାଇଥିଲା? 
  • ପୋଲିସର କିଛି ଅବହେଳା ଥିଲା କି?
  • ଏହାକୁ ମିଶାଇ ଏକ ମାସ ଭିତରେ ରାଜଧାନୀରେ ହେଲାଣି କେତେ ହତ୍ୟା?

ଏହି ହତ୍ୟାକାଣ୍ଡ ପରେ ସହିଦ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ହତ୍ୟା ସ୍ଥାନରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି। ଜୋନ୍ ୫ ଏସିପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।