Sonali Phogat death case: ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୁଇ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ
Advertisement
Article Detail0/zeeodisha/odisha1319732

Sonali Phogat death case: ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୁଇ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ଗୁରୁବାର ବିଜେପି ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ ଆସିଛି। କାରଣ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ, ତାଙ୍କ ଶରୀରରେ "multiple blunt force injuries" ରହିଛି। ଏହାର କିଛି ସମୟ ପରେ, ପୋଲିସ ଅଗଷ୍ଟ ୨୨ରେ ଗୋଆକୁ ଯାଇଥିବା ସୋନାଲିଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ସୋନାଲି ମୃତ୍ୟୁ ମାମଲାରେ ସୁଧୀର ସାଗୱାନ୍ ଏବଂ ସୁଖୱିନ୍ଦର ୱାସିଙ୍କୁ ଗୋଆ ପୋଲିସ ଅଭିଯୁକ୍ତ କରିଛି। 

Sonali Phogat death case: ବିଜେପି ନେତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୁଇ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

Sonali Phogat death case: ବିଜେପି ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ ଆସିଛି। ସୋନାଲିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରେ ସୋନାଲିଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦର୍ଶାଯାଇଛି। ସେପଟେ ପୋଲିସ ଅପମୃତ୍ୟୁ ମାମଲାରୁ କେସକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ଏଫଆଇଆର ରୁଜୁ କରିଛି। ସୋନାଲିଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୋନାଲି ମୃତ୍ୟୁ ମାମଲାରେ ଷଡଯନ୍ତ୍ର ଓ ରାଜନୈତିକ ଆଙ୍ଗେଲରେ ମଧ୍ୟ ତଦନ୍ତ କରାଯାଉଛି।

ଗୁରୁବାର ବିଜେପି ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ ଆସିଛି। କାରଣ ପୋଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ, ତାଙ୍କ ଶରୀରରେ "multiple blunt force injuries" ରହିଛି। ଏହାର କିଛି ସମୟ ପରେ, ପୋଲିସ ଅଗଷ୍ଟ ୨୨ରେ ଗୋଆକୁ ଯାଇଥିବା ସୋନାଲିଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ସୋନାଲି ମୃତ୍ୟୁ ମାମଲାରେ ସୁଧୀର ସାଗୱାନ୍ ଏବଂ ସୁଖୱିନ୍ଦର ୱାସିଙ୍କୁ ଗୋଆ ପୋଲିସ ଅଭିଯୁକ୍ତ କରିଛି। ​​ପୋଲିସ୍ ବର୍ତ୍ତମାନ ରାଜନୈତିକ ଷଡଯନ୍ତ୍ରର ଥିବା ନେଇ ଯାଞ୍ଚ କରୁଛି। ବିଜେପି ନେତା ସୋନାଲି ଫୋଗାଟଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ତାଙ୍କ ସହଯୋଗୀ ସୁଧୀର ସାଙ୍ଗୱାନ ଏବଂ ତାଙ୍କ ବନ୍ଧୁ ସୁଖୱିନ୍ଦର ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି। ତାଙ୍କ ଭାଇ ରିଙ୍କୁ ଢାକା ଗଣମାଧ୍ୟମକୁ କହିଛନ୍ତି ଯେ, ସାଙ୍ଗୱାନ୍ ତାଙ୍କ ଖାଦ୍ୟରେ ଡ୍ରଗ୍ସ ଦେବା ପରେ ସୋନାଲି ଫୋଗାଟଙ୍କୁ ଦୁଷ୍କର୍ମ କରିଥିଲେ।

Also Read: Sweta death case: ସାମ୍ନାକୁ ଆସିଲା ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ, ଜାଣନ୍ତୁ କଣ ଲେଖିଥିଲେ

ରିଙ୍କୁ ଢାକାଙ୍କ କହିବା ଅନୁସାରେ, "ସୋନାଲି କହିଥିଲେ ଯେ, ସାଙ୍ଗୱାନ୍ ତାଙ୍କ ଖାଦ୍ୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଉଛନ୍ତି।" ଏପରି କି ସୋନାଲିଙ୍କ ରାଜନୈତିକ ଏବଂ ଅଭିନୟ କ୍ୟାରିୟରକୁ ନଷ୍ଟ କରିବାକୁ ସାଙ୍ଗୱାନ୍ ଧମକ ଦେଇଥିବା ରିଙ୍କୁ ଢାକା ଦାବି କରିଛନ୍ତି। ଏହି ମାମଲାରେ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ କାନ୍ଦା, ଗୋଆ ପୋଲିସ ସ୍କାନରରେ ଥିବା କୁହାଯାଉଛି।  ଫୋଗାଟଙ୍କ ପରିବାର ଦାବି କରିଛନ୍ତି ଯେ, ଜଣେ ଅଭିଯୁକ୍ତଙ୍କ ସହ କାନ୍ଦାଙ୍କ ଲିଙ୍କ ରହିଛି ଏବଂ ସେ ଏହି ମାମଲାରେ ସମ୍ପୃକ୍ତ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ପୂର୍ବତନ ମନ୍ତ୍ରୀଙ୍କ ନାମ ଏଫଆଇଆରରେ ଉଲ୍ଲେଖ କରାଯାଇନାହିଁ।

ସୋନାଲି ଫୋଗାଟଙ୍କୁ ଅଗଷ୍ଟ ୨୩ ସକାଳେ ନର୍ଥ ଗୋଆ ଜିଲ୍ଲାର ଅଞ୍ଜୁନାସ୍ଥିତ ସେଣ୍ଟ ଆନ୍ଥୋନୀ ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଓ ପରିବାରର ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି। ସୋନାଲିଙ୍କ ଭାଇ ରିଙ୍କୁ ଅଭିଯୋଗ କରିଛନ୍ତି ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ ଫୋଗାଟ ତାଙ୍କ ମାଆ, ଭଉଣୀ ଏବଂ ଭାଉଜଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ସେ ବିବ୍ରତ ହୋଇ ତାଙ୍କ ଦୁଇ ସହକର୍ମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ବୋଲି ରିଙ୍କୁ ଦାବି କରିଛନ୍ତି।

Also Read: Sonali Phogat Passes Away: ହୃଦଘାତରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

ଏହା ବ୍ୟତୀତ ସୋନାଲିଙ୍କ ଭାଇ କହିଛନ୍ତି ଯେ, ଗୋଆ ଯିବାକୁ ତାଙ୍କ ଭଉଣୀଙ୍କର ଆଦୌ ଯୋଜନା ନଥିଲା। ଅଭିଯୁକ୍ତମାନେ ଷଡଯନ୍ତ୍ର କରି ତାଙ୍କୁ ଏଠାକୁ ଅଣାଯାଇଥିଲା। କୌଣସି ଫିଲ୍ମ ସୁଟିଂ ନଥିଲା, ହୋଟେଲରେ ଦୁଇଟି କୋଠରୀ କେବଳ ଦୁଇ ଦିନ ପାଇଁ ବୁକ୍ କରାଯାଇଥିଲା।  ଅଗଷ୍ଟ ୨୪ରେ କଥିତ ଫିଲ୍ମର ସୁଟିଂ ହେବାର ଥିଲା। କିନ୍ତୁ ଅଗଷ୍ଟ ୨୧ରୁ ୨୨ ପର୍ଯ୍ୟନ୍ତ ରୁମ୍ ବୁକ୍ କରାଯାଇଥିଲା। ବର୍ତ୍ତମାନ ସୋନାଲି ମୃତ୍ୟୁ ମାମଲାରେ ଗୋଆ ପୋଲିସ ସକ୍ରିୟ ହୋଇଯାଇଛି। ତଦନ୍ତ ବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି।