ଝାରସୁଗୁଡ଼ା: ଜିଲ୍ଲାରେ ବେଖପ ହୋଇପଡି଼ଛନ୍ତି ଅପରାଧି। ନାହିଁ ପୋଲିସର ଭୟ ନା ଆଇନର ଡର। ସେଥି ପାଇଁ ତ ପ୍ରଥମେ ବାପା ଏବଂ ବଡ଼ ପୁଅ ଙ୍କୁ କୌଣସି କଥାରେ ଛୁରାରେ ଆକ୍ରମଣ କରିଥିଲେ। ପରିବାର ଲୋକେ ପୋଲିସରେ ଏତଲା ଦେବା କାରଣରୁ ସାନପୁଅକୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। 


COMMERCIAL BREAK
SCROLL TO CONTINUE READING

ଦୁଇ ଦିନ ଭିତରେ ଗୋଟିଏ ପରିବାରର ୩ ଜଣ ଛୁରା ମାଡରେ ଆହତ ହୋଇଛନ୍ତି। ଝାରସୁଗୁଡା (Jharsuguda) ଜିଲ୍ଲା ଓରିଏଣ୍ଟ ଥାନା (Orient Police Station) ଅନ୍ତର୍ଗତ ଶାସ୍ତ୍ରୀନଗର ଝୁମ୍ପୁଡିପଡ଼ା ଠାରେ ଘଟିଛି ଏଭଳି ଘଟଣା। ଛୁରାମାଡରେ ଅମୋଦ ଗଣ୍ଡ (୨୨) ଗୁରୁତର ହୋଇ ପ୍ରଥମେ ମଣ୍ଡଳିଆ କେନ୍ଦ୍ରୀୟ ହସ୍ପିଟାଲ ପରେ ଝାରସୁଗୁଡ଼ା ଡିଏଚଏଚ ଏବଂ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 


ଶନିବାର ସଧ୍ୟାରେ ଅମୋଦ ବ୍ରଜରାଜନଗର ସହରରୁ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ସେହି ଅଞ୍ଚଳର ଆଉ ଜଣେ ଯୁବକ ଛୁରାମାଡ କରି ଫେରାର ହୋଇଯାଇଥିବା ଖବର ମିଳିଛି। ଗତ ଗୁରୁବାର ଏକ ଛୋଟମୋଟ ଗଣ୍ଡଗୋଳକୁ ନେଇ ଅମୋଦଙ୍କ ବାପା ଏବଂ ବଡଭାଇଙ୍କୁ ଛୁରାମାଡ ହୋଇଥିଲା। ଏ ଘଟଣାରେ ଓରିଏଣ୍ଟ ଥାନା ପୋଲିସ ଜଣକୁ ଗିରଫ କରିଥିଲେ।


Also Read: କୋରୋନା କାଳରେ ରକ୍ତ ରଞ୍ଜିତ ରେଶମ ନଗରୀ; ଛୁରୀ ଭୁଷି ଜଣଙ୍କୁ ହତ୍ୟା, ଅନ୍ୟ ୨ ଗୁରୁତର


 


ଛୁରାମାଡ଼ ମାମଲାରେ ତାଙ୍କ ପରିବାର କାହିଁକି ଥାନାରେ ଅଭିଯୋଗ କଲା ତାହାକୁ ନେଇ ଉତ୍ତେଜିତ ହୋଇଉଠିଥିଲା ଆକ୍ରୋଶମୂଳକ ଭାବନା ରଖି  ଅମୋଦକୁ ପୁଣି ଛୁରାମାଡ କରି ଫେରାର ହୋଇଯାଇଥିବା ଜଣାପଡିଛି। ଏ ଘଟଣାରେ ଓରିଏଣ୍ଟ ଥାନା ପକ୍ଷରୁ ତଦନ୍ତ କରାଯାଉଛି।