କୋରୋନା କାଳରେ ରକ୍ତ ରଞ୍ଜିତ ରେଶମ ନଗରୀ; ଛୁରୀ ଭୁଷି ଜଣଙ୍କୁ ହତ୍ୟା, ଅନ୍ୟ ୨ ଗୁରୁତର
Advertisement
Article Detail0/zeeodisha/odisha921896

କୋରୋନା କାଳରେ ରକ୍ତ ରଞ୍ଜିତ ରେଶମ ନଗରୀ; ଛୁରୀ ଭୁଷି ଜଣଙ୍କୁ ହତ୍ୟା, ଅନ୍ୟ ୨ ଗୁରୁତର

ପ୍ରାଥମିକ ସୂଚନା ମୁତାବକ ମୃତକଙ୍କ ଭଉଣୀ ସହ ଏକତରଫା ପ୍ରେମ କରିଆସୁଥିଲା ଏ ଘଟଣାର ଅଭିଯୁକ୍ତ । 

କୋରୋନା କାଳରେ ରକ୍ତ ରଞ୍ଜିତ ରେଶମ ନଗରୀ; ଛୁରୀ ଭୁଷି ଜଣଙ୍କୁ ହତ୍ୟା, ଅନ୍ୟ ୨ ଗୁରୁତର

ବ୍ରହ୍ମପୁର: କିଛି ଦିନର ବ୍ଯବଧାନ ପରେ ପୁଣି ଥରେ ଅଶାନ୍ତ ହୋଇଉଠିଛି ରେଶମ ନଗରୀ ଭାବେ ଜଣାଶୁଣା ବହ୍ମପୁର। କୋରୋନା କାଳରେ ବେକାରୀ ସମସ୍ୟା ବଢୁଥିବା ବେଳେ ଧିରେ ଧିରେ ଦିଗ ହରାହେଉଛନ୍ତି ଯୁବପିଢି। ସହରର ବଡ଼ ବଜାର ଥାନା ଅନ୍ତର୍ଗତ ଉତ୍ତର ମୁଖୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। 

ଯେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ  ଛୁରୀ ଭୁଷି ଅତି ବିଭତ୍ସ ଭାବେ ହତ୍ଯା କରାଯାଇଥିବା ବେଳେ ଏ ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସାହି ମଝିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: ଲୁଟ ହୋଇଥିବା ଅଳଙ୍କାର ଜବତ; ପେସାଦାର ଚୋର ସହ ବଣିଆ ଗିରଫ

କୋରୋନା ମହାମାରୀ କାଳରେ ରକ୍ତ ରଞ୍ଜିତ ହୋଇଉଠିଛି ବ୍ରହ୍ମପୁର ସହରର ଉତ୍ତର ମୁଖୀ ବସ୍ତି। ବିଚ୍ ରାସ୍ତାରେ ଘଟିଯାଇଛି ଜଘନ୍ଯ ହତ୍ୟାକାଣ୍ଡ। ସାଙ୍ଗକୁ ରକ୍ଷା କରିବାକୁ ଯାଇ ଦୁଇ ସାଙ୍ଗ ହୋଇଛନ୍ତି ରକ୍ତାକ୍ତ। ଯେଉଁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି କୋକୁଆ ଭୟ। କିଛି ଦିନ ନୀରବତା ପରେ ସହରର ବଡ ବଜାର ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଅଧିନସ୍ଥ ଉତ୍ତର ମୁଖୀ ବସ୍ତିରେ ଘଟିଯାଇଛି ଏଭଳି ଏକ ଘଟଣା। 

ପୂର୍ବ ଶତ୍ରୁତା କେନ୍ଦ୍ର କରି ଚନ୍ଦନ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ଆଣି ସେହି ଅଞ୍ଚଳର କିଛି ଯୁବକ ଛୁରା ମାଡ କରି ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ତାର ଦୁଇ ଜଣ ସାଙ୍ଗ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ବାବଦରେ ଖବର ପାଇବା ପରେ ବଡ ବଜାର ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ  ଭର୍ତ୍ତି କରିଛି। ମୃତକଙ୍କ ଶରୀରକୁ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତନାଘନା ଜାରି ରଖିଛି ପୋଲିସ। 

Also Read: ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର; ସନ୍ଦେହଘେରରେ ସାଙ୍ଗସାଥିଙ୍କ ଭୂମିକା

ପ୍ରାଥମିକ ସୂଚନା ମୁତାବକ ମୃତକ ଚନ୍ଦନଙ୍କ ଭଉଣୀ ସହ ଏକତରଫା ପ୍ରେମ କରିଆସୁଥିଲା ଏ ଘଟଣାର ଅଭିଯୁକ୍ତ ଟିନା। ଯାହା ଫଳରେ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ତିକ୍ତତା ରହି ଆସୁଥିବା ବେଳେ ଗତକାଲି ମାମଲା ଉଗ୍ର ରୂପ ଧାରଣ  କରିଥିଲା। ନିଜର କ୍ରୋଧକୁ ବେଶୀ ଦିନ ରୋକି ନପାରି ଟିନା ଏଭଳି ହତ୍ୟା କାଣ୍ଡ ଭିଆଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ। ସେପଟେ ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ମୃତକଙ୍କ ପରିବାରବର୍ଗ। 

Also Read: ଥାନା ପରିସରରେ ଅଭିଯ଼ୁକ୍ତ ଆତ୍ମହତ୍ୟା ଘଟଣା; ୨ ପୋଲିସ ଅଧିକାରୀ ନିଲମ୍ବିତ, ଜଣଙ୍କୁ ବଦଳି

ବ୍ରହ୍ମପୁର ସହରରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଉଥିବା ପଛରେ ପୋଲିସର ଢିଲା ପଣିଆକୁ ଦାୟୀ କରିଛନ୍ତି ସହରର ବୁଦ୍ଧିଜୀବୀ। ଘଟଣା ଜାହା ହେଉନା କାହିଁକି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବା ଦିଗରେ ପୋଲିସ କେବେ ସଫଳ ହେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।