Crime News: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ
Advertisement

Crime News: ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଖଟ ତଳେ ଲୁଚାଇ ରଖିଥିଲା ଅଭିଯୁକ୍ତ

Crime News In Odia: ୪ ବର୍ଷର ଶିଶୁକୁ ( 4 year old child)ଦୁଷ୍କର୍ମ ପରେ ହତ୍ୟା ।  ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ (Uttar Pradesh)ବୁଲନ୍ଦସହରର(Bulandshehr ) ଜିଲ୍ଲା ଜାହାଙ୍ଗୀରବାଦ ଅଞ୍ଚଳରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ଯୁବକ ମୃତ ଶିଶୁର ପଡୋଶୀ ହୋଇଥିବା ଜଣାପଡିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Crime News In Odia: ୪ ବର୍ଷର ଶିଶୁକୁ ( 4 year old child)ଦୁଷ୍କର୍ମ ପରେ ହତ୍ୟା ।  ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ (Uttar Pradesh)ବୁଲନ୍ଦସହରର(Bulandshehr ) ଜିଲ୍ଲା ଜାହାଙ୍ଗୀରବାଦ ଅଞ୍ଚଳରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ଯୁବକ ମୃତ ଶିଶୁର ପଡୋଶୀ ହୋଇଥିବା ଜଣାପଡିଛି (4 year old child raped and killed by neighbour)। ଘର ବାହାରେ ଖେଳୁଥିବା ସମୟରେ ଶିଶୁଟିକୁ ଅପହରଣ କରି ନେଇ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଜଣକ ୩୦ ବର୍ଷିୟ ଯୁବକ ( Fahim) ଫହିମ୍ ବୋଲି ଜଣାପଡିଛି । 

ସୂଚନା ଅନୁସାରେ,  ଜାହାଙ୍ଗୀରବାଦର ଏକ ଗାଁରେ ରୁହନ୍ତି ପୀଡିତାଙ୍କ ପରିବାର । ରବିବାର ଅପରାହ୍ନ ସମୟରେ ୪ ବର୍ଷର ଶିଶୁଟି ବାହାରେ ଖେଳୁଥିଲା।  କିନ୍ତୁ ହଠାତ୍ ନିଖୋଜ ହୋଇଯାଇଥିଲା । ପରେ ପରିବାର ଲୋକେ ଶିଶୁଟିକୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ। କିନ୍ତୁ  ଦିର୍ଘ ସମୟ ପରେ ଅଭିଯୁକ୍ତ ଫହିମ୍ ଘରେ ଶିଶୁ ଟିକୁ ଦେଖିବାକୁ ପାଇଥିଲେ, କିନ୍ତୁ ମୃତ ଅବସ୍ଥାରେ । ଏନେଇ ପରିବାର ଲୋକଙ୍କ ସହ ଗାଁ ଲୋକେ ଏକଜୁଟ୍ ହୋଇ ଅଭିଯୁକ୍ତକୁ ମାଡ ମାରିବା ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ହେପାଜତକୁ ନେଇଥିଲେ। ଏ-ନେଇ ଜଣେ ପୋଲିସ୍ ଅଧିକାରୀ କହିଛନ୍ତି ଯେ,ଗତକାଲି ଅପରାହ୍ନରେ ଘର ବାହାରେ ଖେଳୁଥିବା ସମୟରେ ଫହିମ୍ ଶିଶୁଟିକୁ ଚକଲେଟ ଦେବା ବାହାନାରେ ପାଖକୁ ଡାକି ଘରକୁ ନେଇଥିଲ । ଘରେ ତା ସହ ଦୁଷ୍କର୍ମ କରିବା ସହ ପରେ ହତ୍ୟା କରିଦେଇଥିଲା(4 year old child raped)। ଏବଂ ପୋଲିସ୍ ଭୟରେ ମୃତଦେହକୁ ବାହାରେ ନ ଫିଙ୍ଗି ଖଟ ତଳେ ରଖିଥିଲା(body under bed) । ସୁବିଧା ସୁଯୋଗ ଦେଖି ମୃତଦେହକୁ ଠିକଣା ସ୍ଥାନରେ ଫିଙ୍ଗି ଥାଆନ୍ତା ବୋଲି ପ୍ଲାନ୍ କରିଥିଲା ଅଭିଯୁକ୍ତ । କିନ୍ତୁ ତାହା ପୂର୍ବରୁ ସେ ଧରା ପଡିଗଲା ।  ପୋଲିସ୍ ଅଭିଯୁକ୍ତଗୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ ଫାସି ଦେବା ପାଇଁ ପୀଡିତାଙ୍କ ପରିବାର ଦାବି କରିଛନ୍ତି । 

 

Also Read: Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!

Also Read: Bhubaneswar News: ଗାଡ଼ି ପାର୍କିଂକୁ ନେଇ ରଣକ୍ଷେତ୍ର ପାଲଟିଲା ମହାରାଜା ହଲ୍‌ ପରିସର

ନିକଟରେ ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଏହି ଘଟଣା ଘଟିଛି। ୬ବର୍ଷୀୟା ନାବାଳିକାଙ୍କୁ ୧୩ ବର୍ଷୀୟ ନାବାଳକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପାଇଁ ପ୍ରୟାସ ବେଳେ ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ନାବାଳକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ପୋଲିସ୍‌ କହିବା ଅନୁସାରେ, ନାବାଳିକାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସମ୍ପୃକ୍ତ ନାବାଳକ ନିକଟରେ ଥିବା ଏକ ନଳକୂପରେ ହାତ ଧୋଇ ସ୍କୁଲ୍‌ ପଳାଇଥିଲା। ପୋଲିସ୍‌ ସୂଚନା ଅନୁସାରେ, ସାଙ୍ଗଙ୍କ ସହ ଖେଳିବା ବେଳେ ୬ ବର୍ଷୀୟା ନାବାଳିକା ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରେ ଗୁରୁତୁର ଅବସ୍ଥାରେ ମୋଦିନଗର ଗାଁ ସ୍ଥିତ ଏକ ଘର ପଛପଟୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗାଁର ଜଣେ ବ୍ୟକ୍ତି ପୋଲିସ୍‌କୁ ଫୋନ୍‌ କରି ସୂଚନା ଦେଇଥିଲେ ଘର ପଛପଟେ ଜଣେ ନାବାଳିକା ଗୁରୁତର ଅବସ୍ଥାରେ ପଡ଼ିଛନ୍ତି। ତେବେ ପୋଲିସ୍‌ ପହଞ୍ଚିବା ପୂର୍ବରୁ ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରି ସାରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା, ତାଙ୍କ ମୁହଁ ଓ ମୁଣ୍ଡକୁ ଇଟା କିମ୍ବା ପଥରରେ ଛେଚି ଦିଆଯାଇଥିଲା।  ଘଟଣାର ତଦନ୍ତ ପାଇଁ ୭ ଟିମ୍‌ ଗଠନ କରାଯାଇଛି। ଜେରା ବେଳେ ଜଣେ ଗ୍ରାମବାସୀ କହିଥିଲେ, ଜଣେ ନାବାଳକ ନଳକୂପରେ ହାତ ଧୋଉଥିବା ସେ ଦେଖିବାକୁ ପାଇଥିଲେ। ଯେଉଁଠାରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପଚରାଉଚରା ପାଇଁ ନାବାଳକ ଛାତ୍ରଙ୍କୁ ହେପାଜତକୁ ନିଆଯାଇଥିଲା। ତେବେ ନାବାଳକ ଜଣକ କାନ୍ଦି କାନ୍ଦି ନିଜ ଅପରାଧ ସ୍ୱୀକାର କରିଥିଲେ।