Crime News: ସାଂଘାତିକ ଲଜ୍ଜ୍ୟା: ବାପା କଲା ଝିଅର ଦୁଷ୍କର୍ମ, ମାଆ କଲା ସହଯୋଗ
Advertisement
Article Detail0/zeeodisha/odisha1517368

Crime News: ସାଂଘାତିକ ଲଜ୍ଜ୍ୟା: ବାପା କଲା ଝିଅର ଦୁଷ୍କର୍ମ, ମାଆ କଲା ସହଯୋଗ

UP Crime News: ଏହି ଘଟଣା ସମ୍ପର୍କରେ ଯେତେବେଳେ ସମ୍ପର୍କୀୟ ଜାଣିବାକୁ ପାଇଲେ ସେମାନେ ଅନ୍ୟ ଲୋକଙ୍କୁ ଜଣାଇଥିଲେ। ସେପଟେ ପୋଲିସ ଏହି ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। କୁହାଯାଉଛି ହଲଦ୍ୱାନୀ ଓ ବରେଲିରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।

Crime News: ସାଂଘାତିକ ଲଜ୍ଜ୍ୟା: ବାପା କଲା ଝିଅର ଦୁଷ୍କର୍ମ, ମାଆ କଲା ସହଯୋଗ

Crime News: ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଯେତିକି ସମ୍ବେଦନଶୀଳ ସେତିକି ଲୋକଲଜ୍ଜ୍ୟା ମଧ୍ୟ। ଉତ୍ତ ରପ୍ରଦେଶର ବରେଲି ଅନ୍ତର୍ଗତ ବହେଡ଼ି କୋତାଓ୍ୱାଲୀ ଅଞ୍ଚଳରୁ ଆସିଛି। ଜଣେ ନାବାଳିକାକୁ ତାର ବାପା ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଏହାଠାରୁ ଆହୁରି ବଡ଼ କଥା ହେଉଛି କି ଏପରି କରିବାକୁ ଅଭିଯୁକ୍ତକୁ ତାର ସ୍ତ୍ରୀ ଉସୁକାଇଥିବା ଏବଂ ଏଥିରେ ସହଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ଅଭିଯୁକ୍ତର ସ୍ତ୍ରୀ ପୀଡ଼ିତାର ସାବତ ମାଆ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସମ୍ପର୍କୀୟ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ମାମଲା ରୁଜୁ ହେବା ପରେ ଉଭୟଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଜଣକ କୋରୋନା ସମୟରେ ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲା। ଜେଲରୁ ବାହାରିବା ପରେ ନିଜର ଝିଅ ସହିତ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ନିଜ ଝିଅର ଦୁଷ୍କର୍ମ କରିବା ସମୟରେ ସାବତ ମାଆ ଅଭିଯୁକ୍ତ ବାପାକୁ ସାହାଯ୍ୟ କରିଥିଲା। ବାପା ଝିଅକୁ ଦୁଷ୍କର୍ମ କରିବା ସମୟରେ ମାଆ ପୀଡ଼ିତାଙ୍କୁ ମାଡି ବସିଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ନାବାଳିକା ଯେମିତି ବଡ଼ ପାଟି କରି ନ ପାରେ ସେଥିପାଇଁ ସାବତ ମାଆ ଜଣକ ତାଙ୍କ ପାଟିକୁ ମାଡ଼ି ବସିଥିଲେ। ଏହି ମାମଲାରେ ଏସପି ଦେହତ ରାଜକୁମାର ଅଗ୍ରୱାଲ କହିଛନ୍ତି ଯେ ବାହେଡି ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗ୍ରାମରେ ଜଣେ ବ୍ୟକ୍ତି ବଳାତ୍କାର ମାମଲା ପଞ୍ଜିକରଣ କରିଛନ୍ତି। ତାଙ୍କ ପିତା ତାଙ୍କ ଭଣଜାଙ୍କୁ ବଳାତ୍କାର କରିଛନ୍ତି। ବିବୃତ୍ତି ଆଧାରରେ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ୨୦୧୭ ମସିହାରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪ ଏବଂ ୩୬୬ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିଭଳି ସେ ହଲଦ୍ୱାନୀ ଜେଲକୁ ମଧ୍ୟ ଯାଇଛନ୍ତି।

ଏହି ଘଟଣା ସମ୍ପର୍କରେ ଯେତେବେଳେ ସମ୍ପର୍କୀୟ ଜାଣିବାକୁ ପାଇଲେ ସେମାନେ ଅନ୍ୟ ଲୋକଙ୍କୁ ଜଣାଇଥିଲେ। ସେପଟେ ପୋଲିସ ଏହି ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। କୁହାଯାଉଛି ହଲଦ୍ୱାନୀ ଓ ବରେଲିରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।