ନିଷ୍ଠୁର ମା' ଛାଡିଲା ହାତ, ବେସାହାରା ହେଲେ ୨ କଅଁଳ ଶିଶୁ
Advertisement

ନିଷ୍ଠୁର ମା' ଛାଡିଲା ହାତ, ବେସାହାରା ହେଲେ ୨ କଅଁଳ ଶିଶୁ

କାନ୍ଦୁ ଥିବା ଅବସ୍ଥାରେ ଚାଉଳିଆ ଗଞ୍ଚ ଥାନା ଅଞ୍ଚଳରୁ ୨ ପିଲାଙ୍କୁ ଉଦ୍ଧାର କରାଯିବା ପରେ ପୋଲିସ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି । ଯେଉଁ ବୟସରେ ମାର କୋଳରେ ଖେଳିବା କଥା । ଆଜି ଏହି ଦୁଇ ପିଲା କଟକ ଚାଉଳିଆଗଞ୍ଜ ଥାନାରେ । ଏହି ଦୁଇ ଭାଇ ଭଉଣୀ କଅଁଳ ବୟସରେ ମାର ପଣତକାନି ଭିତରେ ରହିବା କଥା । 

ନିଷ୍ଠୁର ମା' ଛାଡିଲା ହାତ, ବେସାହାରା ହେଲେ ୨ କଅଁଳ ଶିଶୁ

ଜଗନ୍ନାଥ ପାତ୍ର, କଟକ: ଅନ୍ଧାର ରାତିରେ ମା ଛାଡିଲା ନିଜ ପିଲାର ହାତ । ଧରିଲା ପର ପୁରୁଷର ହାତ । କଅଁଳ ବୟସର ପୁଅଝିଅ କଥା ମଧ୍ୟ ଥରେ ବିଚାର କରିଲା ନାହିଁ । ରାତି ଅଧରେ ନିଜ ସନ୍ତାନଙ୍କୁ ପର କରିଥିବା ମହିଲା ଜଣଙ୍କ ହେଲେ ପୁରୀ ଅଞ୍ଚଳର ପମି ନାୟକ ।  ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡା ଲାଗୁଥିବାରୁ ଶୁକ୍ରବାର ପୁରୀରୁ ନିଜର ଦୁଇ ପିଲାଙ୍କୁ ଧରି କଟକ ଆସିଥିଲେ ପମି । ଆଉ ଏହାରି ମଧ୍ୟରେ ଜଣେ ପର ପୁରୁଷଙ୍କ ପ୍ରଲୋଭନର ଶିକାର ହୋଇ ଦୁଇ ପିଲାଙ୍କ କଥାକୁ  ବିଚାର ନ କରି ନିଜ କୋଳରୁ ଦୂରେଇ ଦେଇଥିଲା ମା ।

କାନ୍ଦୁ ଥିବା ଅବସ୍ଥାରେ ଚାଉଳିଆ ଗଞ୍ଚ ଥାନା ଅଞ୍ଚଳରୁ ୨ ପିଲାଙ୍କୁ ଉଦ୍ଧାର କରାଯିବା ପରେ ପୋଲିସ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି । ଯେଉଁ ବୟସରେ ମାର କୋଳରେ ଖେଳିବା କଥା । ଆଜି ଏହି ଦୁଇ ପିଲା କଟକ ଚାଉଳିଆଗଞ୍ଜ ଥାନାରେ । ଏହି ଦୁଇ ଭାଇ ଭଉଣୀ କଅଁଳ ବୟସରେ ମାର ପଣତକାନି ଭିତରେ ରହିବା କଥା । ମାତ୍ର ଏହି ଦୁଇ ପିଲା ପାଲଟିଛନ୍ତି ବେସାହାରା । ରାତିର ଅନ୍ଧାର ଭିତରେ ଏହି ଦୁଇ ଭାଇ ଭଉଣୀକୁ ପର କରିଦେଲା ମା । ଆଜି ଚାଉଳିଆଗଞ୍ଜ ଥାନା ଅଞ୍ଚଳରୁ ଦୁଇ କୁନି ଭାଇ ଭଉଣୀ ଉଦ୍ଧାର ହେବା ପରେ ଏହି ସମଗ୍ର ଘଟଣା ପହାକୁ ଆସିଛି । 

ଏହି ଦୁଇ ଭାଇ ଭଉଣୀ ଉଦ୍ଧାର ହେବା ପରେ ଆଜି ଚାଇଲ୍ଡ ଲାଇନ ସିଡବ୍ଲୁସିରେ ହାଜର କରିଛନ୍ତି । ଏହି ସମୟରେ ରଖିଥିବା ତଥ୍ୟ ଆଧାରରେ ଏହି ଦୁଇ ଭାଇ ଭଉଣୀ ନିଜ ବାପା ମାଙ୍କ ସହିତ ପୁରୀ ଅଞ୍ଚଳରେ ରହୁଥିଲେ ।  ଉଭୟ ବାପା ଓ ମାଙ୍କ ମଧ୍ୟ ପ୍ରତିଦିନ ବଚାସା ହେଉଥିଲା । ଶୁକ୍ରବାର ମଧ୍ୟ ବଚସା ହେବା ପରେ ମା ପମି ଦୁଇ ପୁଅ ଝିଅକୁ କଟକ ଆସି ଯାଇଥିଲେ । ତେବେ ବସରେ ନାଁ ଟ୍ରେନରେ ଆସିଥିଲେ ସେ ନେଇ ସ୍ପଷ୍ଟ ଉତ୍ତର ରଖି ପାରିନଥିଲେ ।

ଏକ ଗହଳି ସ୍ଥାନରେ ଏହି ମାନେ ପହଞ୍ଚିବା ପରେ ଜଣେ ଅଜଣା ପୁରୁଷ ଗାଡିରେ ପହଞ୍ଚିଥିଲେ । ଏହି କୁନି ଦୁଇ ଭାଇ ଭଉଣୀ ବସୁନ୍ଧରାରେ ରଖାଯିବ ବୋଲି କହିଛନ୍ତି  ସିଡବ୍ଲୁସିର ଅଧ୍ୟକ୍ଷ । ଏ ଭଳି କଣ ଏମିତି ପରିସ୍ଥିତି ଆସିଲା ଯେ ମା ପିଲାଙ୍କ ହାତ ଛାଡିବାକୁ ବାଧ୍ୟ ହେଲା । ଦାରିଦ୍ରତା ନାଁ ଆଉ କିଛିର କାରଣ ତାହା ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ପଦାକୁ ଆସିନାହିଁ ।