ମାଟ୍ରିକ ପରୀକ୍ଷା ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଏଥର ଭାଇରାଲ ହେବ ନାହିଁ ପ୍ରଶ୍ନପତ୍ର !
Advertisement

ମାଟ୍ରିକ ପରୀକ୍ଷା ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ଏଥର ଭାଇରାଲ ହେବ ନାହିଁ ପ୍ରଶ୍ନପତ୍ର !

ଆସନ୍ତା ଫେବୃୟାରୀ ୧୯ ତାରିଖରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା । 

ପ୍ରତୀକାତ୍ମକ ଫଟୋ

ଚିନମ ପାତ୍ର, କଟକ: ଆସନ୍ତା ଫେବୃୟାରୀ ୧୯ ତାରିଖରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀ କ୍ୟାରିୟରର ବଡ଼ ପରୀକ୍ଷା ଦେବାକୁ ଯାଉଥିବା ବେଳେ ପରୀକ୍ଷା ପରିଚାଳନା କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦର ମଧ୍ୟ ସମସ୍ତ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ । ଚଳିତବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଏଥିମଧ୍ୟରେ ରହିଛନ୍ତି ୫ଲକ୍ଷ ୪୭ ହଜାର ୭୪୭ ଜଣ ରେଗୁଲାର ପରୀକ୍ଷାର୍ଥୀ । ଓପନ ସ୍କୁଲ ପରୀକ୍ଷା ଲାଗି ୯ହଜାର ୭୭୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ମାଧ୍ୟମା ପରୀକ୍ଷା ଲାଗି ୩ ହଜାର ୩୭୩ ଜଣ ପରୀକ୍ଷାର୍ଥୀ ରହିଛନ୍ତି । 

ରାଜ୍ୟର ୨ହଜାର ୮୮୮ ଟି ସେଣ୍ଟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୩୦୭ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରଖାଯିବା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ମାଓ ଇଲାକାରେ ଥିବା ୨୨ ଟି ସ୍ଥାନରେ ସ୍ଥାନୀୟ ପୋଲିସ ଥାନାକୁ ନୋଡ଼ାଲ ସେଣ୍ଟର ଭାବେ ଚୟନ କରାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଅପଲୋଡ କରାଯିବ । ଏହା ବ୍ୟତୀତ କୌଣସି ସ୍କୁଲର ପରୀକ୍ଷା ସମ୍ପର୍କିତ ସମସ୍ୟା ରୁହେ ତେବେ ସମସ୍ତ ତଥ୍ୟ www।bseodisha।in ୱେବସାଇଡରେ ଉପଲବ୍ଧ ରଖାଯାଇଥିବା କହିଛନ୍ତି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ।

ଗତ ଦୁଇ ବର୍ଷ ହେବ ପ୍ରଶ୍ନ ପତ୍ର ଭାଇରାଲ ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ଅନେକ ବିବାଦ ଘେରକୁ ଆସିଥିଲା ବୋର୍ଡ । ତେବେ ଏଥର ଏହି ବିବାଦରୁ ଦୂରେଇ ରହିବା ପାଇଁ ଅନେକ କିଛି ନୂଆ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏଥର ପରୀକ୍ଷା ପରିଚାଳନା ଲାଗି ବୋର୍ଡ ମଧ୍ୟ ୩୦ ଜିଲ୍ଲାର ଡିଇଓଓ ସେଣ୍ଟର ସୁପରଟେଣ୍ଟଙ୍କୁ ନେଇ ବୈଠକ କରିବା ସହିତ ପରୀକ୍ଷା ନିୟମ ବାବଦରେ ମଧ୍ୟ ଠିକ ରୂପରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବୋର୍ଡ ସମ୍ପାଦକ । ଏଥର ଓ।ଏମ।ଆର। ସିଟ ହଟିଯାଇଥିବାରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଶିକ୍ଷକ ଶିକ୍ଷୟତ୍ରୀ ହିଁ ମୂଲ୍ୟାୟନ କରିବେ । 

ସେହିପରି ପରୀକ୍ଷା ସମୟରେ କୌଣସି ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ସେହି ଖାଲି ଟେବୁଲ ଉପରେ କୌଣସି ପ୍ରଶ୍ନ ପତ୍ର ରଖା ନ ଯିବା ଲାଗି ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଯଦି କୌଣସି ସେଣ୍ଟର ପରିସରରୁ ପ୍ରଶ୍ନ ଖାତା ଭାଇରାଲ କି ଲିକ୍‌ ହୁଏ ତେବେ ସଙ୍ଗେ ସଙ୍ଗେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ।

ଆସନ୍ତା ୧୦ ତାରିଖ ଠାରୁ ଉତ୍ତର ଖାତା ନୋଡାଲ ସେଣ୍ଟରକୁ ପଠାଯିବ । ଏହାପରେ ପ୍ରଶ୍ନ ପତ୍ର ପଠାଯିବ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ; ମାଟିରେ ମିଶିଲା ନୃସିଂହ ଆଚାରୀ ମଠ