ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପଶିଲା ମହାମାରୀ। କାମାକ୍ଷାନଗର ବ୍ଲକ ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବାପରେ ବିଦ୍ୟାଳୟକୁ ବନ୍ଦ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ ଗତ ୬ ତାରିଖ ସୋମବାର ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍କୁଲରେ ମୋଟ ୮୨ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନମୂନା ସଂଗ୍ରହ କରାଯାଇଥିଲା। ଗୁରୁବାର ତାହାର ରିପୋର୍ଟ ପ୍ରକାଶ ପାଇଛି। ଯେଉଠି ସିଦ୍ଧେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ କୋରୋନା ପଜିଟିଭ ବାହାରିଛନ୍ତି।


Also Read: 'ଦରକାର ପଡ଼ିଲେ ସ୍କୁଲ ବନ୍ଦ ହେବ'


ଅଁଳାବେରଣି ଗୋଷ୍ଠୀ ସ୍ବାସ୍ଥ୍ୟାଧିକାରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ତା ଭଲ ରହିଛି, ସେମାନେ ଘରେ ଅଛନ୍ତି। ଗତ ୪ ତାରିଖରେ ମଧ୍ୟ କନପୂରା ପଞ୍ଚାୟତରାଜ ହାଇସ୍କୁଲରୁ  ୧୪ ଛାତ୍ରଛାତ୍ରୀ ଓ ୬ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କର ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲକୁ ୭ ଦିନ ପାଇିଁ ବନ୍ଦ ଘୋଷଣା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରେ ରହି ଚିକିତ୍ସା ହେବା ପାଇିଁ ପରାମର୍ଶ ଦେଇଥିଲେ।