'ଦରକାର ପଡ଼ିଲେ ସ୍କୁଲ ବନ୍ଦ ହେବ'
Advertisement
Article Detail0/zeeodisha/odisha981135

'ଦରକାର ପଡ଼ିଲେ ସ୍କୁଲ ବନ୍ଦ ହେବ'

ଭୁବନେଶ୍ବର ଓ କଟକରେ ଆର୍. ଭାଲ୍ୟୁ ୧ ଓ ଉପକୂଳରେ ୦.୯% ଅଛି। ହସ୍ପିଟାଲ ରୋଗୀ ସଂଖ୍ୟାରୁ ସଂକ୍ରମଣର ତୀବ୍ରତା କମ୍‌ ଥିବା ଜଣାପଡ଼ିଛି ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କୋରୋନାର ସଂକ୍ରମଣ ହ୍ରାସ ପାଇଛି। କିନ୍ତୁ ୧୮ ବର୍ଷରୁ କମ ବୟସର ଆକ୍ରାନ୍ତଙ୍କ ହାର ଅଧିକ ରହୁଛି। ସେପଟେ ବିଭିନ୍ନ ଜିଲ୍ଲାର ସ୍କୁଲର ପିଲାମାନେ ମଧ୍ୟ କୋରନାରେ ସଂକ୍ରମିତ ହେଉଥିବା ଖବର ଲଗାତାର ଆସୁଛି। ଫଳରେ ପୁଣି ଥରେ ରାଜ୍ୟ ସରକାର ଶ୍ରେଣୀ ଗୃହ ପାଠପଢା ବନ୍ଦ କରିପାରନ୍ତି।

ସ୍କୁଲରେ ସଂକ୍ରମଣ ବଢ଼ିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଲକ୍ଷଣ ଥିଲେ ପିଲାମାନେ ସ୍କୁଲ ନ ଯିବା ଉଚିତ। ଆମକୁ ସର୍ଭିଲାନ୍ସ କଡ଼ାକଡି ଓ ଅବହେଳାକୁ କମ୍‌ କରିବାକୁ ହେବ। ଏବେ ୦.୨% ପିଲା ICUରେ ଅଛନ୍ତି, ଭେଣ୍ଟିଲେଟରରେ କେହି ନାହାନ୍ତି। ଭୁବନେଶ୍ବର ଓ କଟକରେ ଆର୍. ଭାଲ୍ୟୁ ୧ ଓ ଉପକୂଳରେ ୦.୯% ଅଛି। ହସ୍ପିଟାଲ ରୋଗୀ ସଂଖ୍ୟାରୁ ସଂକ୍ରମଣର ତୀବ୍ରତା କମ୍‌ ଥିବା ଜଣାପଡ଼ିଛି ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Also Read: ଋଣରେ ବୁଡ଼ୁଛି ଓଡ଼ିଶା! ନବଜାତକ ମୁଣ୍ଡରେ ବୋଝ ୨୩,୭୬୧ ଟଙ୍କା

ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ କହିବା ହେଲା, ସ୍କୁଲରେ ସଂକ୍ରମଣ ବଢ଼ିବ ବୋଲି ଆଗରୁ ଆଶଙ୍କା ଥିଲା। କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, କେତେ ଗୁରୁତର ତାହା ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ। ସେପଟେ ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ସ୍ବାସ୍ଥ୍ୟ ବିଭାଗ ଦାୟୀ କରିଛି। ପିଲାକୁ ଥଣ୍ଡା, କାଶ କି ଜ୍ବର ସଂପର୍କରେ ଅଭିଭାବକ ଜଣାଇବା ଦରକାର। ପିଲାମାନେ ନେଇଥିବା ଟିକା କୋଭିଡ ଟିକା ନୁହେଁ, ସାବଧାନ ରହନ୍ତୁ ବୋଲି DMET ସିବିକେ ମହାନ୍ତି କହିଛନ୍ତି।

ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, 'ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ପାଇଛୁ। ତଦନ୍ତ କରୁଛୁ, ଢେଙ୍କାନାଳ ସିଡିଏମ୍ଓଙ୍କ ସହ ଯୋଗାଯୋଗରେ ଅଛୁ। ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ଆବଶ୍ୟକ ହେଲେ ସ୍କୁଲ ବନ୍ଦ କରାଯିବ।' ସେପଟେ ଢେଙ୍କାନାଳର କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରାଯାଇଛି।ବିଦ୍ୟାଳୟର ୨୦ ଜଣ କରୋନା ପଜିଟିଭ ଚିହ୍ନଟ ପରେ ବନ୍ଦ ନିଷ୍ପତ୍ତି ନିଆଯାଇଛି। କୋରୋନା ଆକ୍ରାନ୍ତ ୨୦ ଜଣଙ୍କ ମଧ୍ୟରେ ୧୪ ଛାତ୍ରଛାତ୍ରୀ, ୬ ଜଣ ଶିକ୍ଷକ ଅଛନ୍ତି।