ଢେଙ୍କାନାଳ: କୃଷି ବିଭାଗର ସାଘାଂତିକ ଖେଳ, ମୋହରା ବନୁଛନ୍ତି ଗରିବ କୃଷକ। ଚାଷୀଙ୍କୁ ଠକି ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା। ମୁଗ, ବିରି, ରବି ଜାତୀୟ ଫସଲ ବିହନ ଯୋଗାଣରେ ନାମରେ ହୋଇଛି ହରିଲୁଟ। ସଠିକ ସମୟରେ ବିହନ ଯୋଗାଣ ହୋଇନଥିବା ବି ଆସିଛି ଅଭିଯୋଗ। ଢେଙ୍କାନାଳ କୃଷି ବିଭାଗର ଏଭଳି ଏକ ସାଙ୍ଘାତିକ ଖେଳର ଗୁମର ଖୋଲିଛି ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ।


COMMERCIAL BREAK
SCROLL TO CONTINUE READING

ଚାଷୀଙ୍କୁ ମୋହରା ବନାଇ ଚାଲିଛି ସାଘାଂତିକ ଖେଳ। ସେମାନଙ୍କ ପାଇିଁ ସରକାର ଉନ୍ନତ ମାନର ବିହନ ଯୋଗାଉଛନ୍ତି। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସବୁ ବିହନ ଚାଷୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ମଝିରେ ସରକାରୀ ବାବୁମାନେ ଏସବୁକୁ ବାଟମାରଣା କରିନେଉଥିବା ଖବର ଏବେ ସାମ୍ନାକୁ ଆସିଛି। କାମାକ୍ଷାନଗର କୃଷି ବିଭାଗର ଏହି ଘୋଟାଲା ଏବେ ଚାଷୀଙ୍କ ପାଇିଁ କାଳ ସାଜିଛି। RTI ତଥ୍ୟରେ ରବି ଜାତିୟ ଫସଲ ମୁଗ, ବିରି, ରସାୟନିକ ସାର, କିଟନାଶକ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ପ୍ରମାଣ ମିଳିଛି।


Also Read: ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ସହକାରୀ ପ୍ରୋଗ୍ରାମ ଅଧିକାରୀ


ଜଣେ ଜଣେ ଚାଷିଙ୍କୁ ୧ଟି ଲେଖାଏଁ ମୁଗ ଓ ବିରି ପ୍ୟାକେଟ ଦେଇଥିବା ବେଳେ ସରକାରୀ ଖାତାରେ ପଡିଛି ୪ଟି। ରସାୟନିକ ସାର, ତେଲ, କିଟନାଶକ ଔଷଧ ମୂଳରୁ ଦେଇନଥିବା ବେଳେ ସମସ୍ତ ଚାଷୀଙ୍କୁ ପ୍ରଦାନ କରାଯାଇଥିବା ଖାତାରେ ପଡିଛି। ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ଧରି ଏହି ଲୁଟର ପ୍ରକ୍ରିୟା ଚାଲିଛି। କାମାକ୍ଷାନଗର ବ୍ଲକର ଜଗନ୍ନାଥପୁର ଓ ବାଇସିଙ୍ଗା ପଞ୍ଚାୟତରେ ଘୋଟାଲା ହୋଇଥିବା ନେଇ ଖବର ଜଣାପଡିବା ପରେ ସୂଚନା ଅଧିକାର କର୍ମୀ ପ୍ରଣବ ରଞ୍ଜନ ରାଉତ ସମ୍ପୃକ୍ତ ବିଭାଗକୁ ୨୦୨୦-୨୧ ବର୍ଷର ରବି ଫସଲ ସମ୍ବନ୍ଧରେ RTI ମାଧ୍ୟମରେ ତଥ୍ୟ ମାଗିଥିଲେ। ପରେ ସମସ୍ତ ଘୋଟାଲା ସଂପର୍କରେ ଜଣା ପଡିଥିଲା।


ବିଭାଗ ଦେଇଥିବା ତଥ୍ୟରେ ଅଧିକାଂଶ ଲୋକଙ୍କ ନାମ ସେହି ଗ୍ରାମରେ ନଥିବା ବେଳେ ରବି ଫସଲ ମୁଗ ଓ ବିରି ବିହନ ଗୋଟିଏ ଲେଖାଏଁ ପ୍ୟାକେଟ ଦେଇ ଖାତାରେ ୨ଟି ତ ଆଊ କେଉଁଠି ୪ ପ୍ୟାକେଟ ପଡିଛି। କିନ୍ତୁ ସଂପୃକ୍ତ ବ୍ୟକ୍ତିମାନେ ରବି ଫସଲର ବିହନ ନେଇନଥିବା ମଧ୍ୟ କହିଛନ୍ତି। ଉଭୟ ଚାଷ ଓ ଚାଷୀର ଉନ୍ନତି ପାଇିଁ ସରକାରଙ୍କର ଯୋଜନା ମାନ ପ୍ରସ୍ତୁତ କରାଯାଉଛି। କିଭଳି ଚାଷ କ୍ଷେତ୍ରରେ ଚାଷୀ ଭଲ ଫସଲ କରିପାରିବ ସେନେଇ ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି। କିନ୍ତୁ ଏଠାରେ କାର୍ଯ୍ୟକରୁଥିବା ବିଭାଗ ସରକାର ଯୋଗାଉଥିବା ରବି ଫସଲ ସହାୟତାକୁ ଚାଷୀଙ୍କୁ ମୋହରା ବନାଇ ଲୁଟିବାରେ ବ୍ୟସ୍ତ ରହୁଛନ୍ତି।


Also Read: ପାଣିରେ ଧୋଇଗଲା ନିର୍ମାଣାଧିନ କେନାଲ ଗାର୍ଡ ୱାଲ୍


ସରକାରଙ୍କ ତରଫରୁ ଉନ୍ନତ ମାନର ବିହନ, କିଟନାଶକ ଔଷଧ ଆଦି ପ୍ରଦାନ କରାଯାଉଛି। ତା ସହିତ ଚାଷ କରାଯିବାର ପ୍ରଣାଳୀ ମଧ୍ୟ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ନିୟମ ରହିଛି। ମିଳିଥିବା RTI ତଥ୍ୟ ଅନୁଯାୟୀ ଜଗନ୍ନାଥପୁର ପଞ୍ଚାୟତର  ଗଗନ ଭୁଇଁଆଙ୍କୁ ୮ କିଲୋ ବିହନ ଦିଆଯାଇଥିବା ବେଳେ କାଗଜପତ୍ରରେ ୨୦ କେଜି ଲେଖାଯାଇଛି। ସେହିଭଳି ପୁଣ୍ଣଚନ୍ଦ୍ର ସାହୁ ଓ ନିର୍ମଳ ଭୁଇଁଆଙ୍କୁ ୮ କିଜି ଦିଆଯାଇଥିବା ବେଳେ ୧୬ କେଜି ଖାତାରେ ପଡିଛି। ସେହି ପଞ୍ଚାୟତର ମାଣିତ୍ରି ଗାମରେ ଆରତି ବେହେରା ଓ ରୋଜାଲିନ ବେହେରାଙ୍କୁ ୧୬ କେଜି ବିହନ ଦିଆଯାଇଥିବା ବିାଭାଗ ପକ୍ଷରୁ ଦର୍ଶା ଯିଇଥିବା ବେଳେ ଉକ୍ତ ନାମଧାରି କୌଣସି ମହିଳା ଚାଷୀ ନଥିବା ଗ୍ରାମବାସୀ ମଧ୍ୟ କହିଛନ୍ତି। 


ସେହିଭଳି ବାଇସିଙ୍ଗା ପଞ୍ଚାୟତରେ ମଧ୍ୟ ସୁବାସ ପଣ୍ଡା ଓ ପ୍ରମୋଦ ପଣ୍ଡାଙ୍କୁ ୪ କେଜି ଲେଖାଏଁ ବିହନ ଦିଆ ଯାଇଥିବା ବେଳେ ୮ କେଜି ଦର୍ଶା ଯାଇଛି। କିନ୍ତୁ ସେସବୁ କେବଳ ବାବୁମାନଙ୍କ କାଗଜ କଲମରେ ସିମିତ ରହିଯାଉଛି।ଫଳରେ ଚାଷୀମାନେ ସରକାରଙ୍କ ପ୍ରକୃତ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। କାମାକ୍ଷାନଗର ବ୍ଲକରେ ୨୨ଟି ପଞ୍ଚାୟତରୁ ୨ଟି ପଞ୍ଚାୟତର ଅବସ୍ଥା ଯଦି ଏଭଳି ତେବେ ଅନ୍ୟ ପଞ୍ଚାୟତର ଅବସ୍ଥା କିପରି ଥିବ ତାହା ଏହିଠାରୁ ସ୍ପଷ୍ଟ ବାରିହେଉଛି। ବିଭାଗୀୟ ଅଧିକାରୀଙ୍କୁ ଏସଂପର୍କରେ ପଚାରିବାରୁ ସେ କୁହନ୍ତି ଅଭିଯୋଗ ଆସିନି, ଆସିଲେ ତଦନ୍ତ କରାଯିବ। ତେବେ ଏଠି ପ୍ରଶ୍ନ ଉଠୁଛି ବିଭାଗ ତରଫରୁ ତ RTI ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଛି। କିନ୍ତୁ ବିଭାଗୀୟ ଅଧିକାରୀ କିପରି ଜାଣି ନାହାଁନ୍ତି? ସେପଟେ ଏହି ଘୋଟାଲାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀମାନେ ଦାବି କରିଛନ୍ତି।